ହେଡଲାଇନସ୍:

ପିକଅପ୍ ଭ୍ୟାନ୍ ଅଟକାଇ ଦୁବର୍ତମାନେ ଲୁଟିନେଲେ ୫ ଲକ୍ଷ ୪୬ ହଜାର ଟଙ୍କା : ଥାନାରେ ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ):ରବିବାର ମଧ୍ୟାହ୍ନରେ କଟକ-ଚାନ୍ଦବାଲି ରାସ୍ତାର ରାଣୀପଡା ବଜାର ନିକଟରେ ଏକ ବଡ ଧରଣର ଲୁଟ ହୋଇଥିବାର ଅଭିଯୋଗ ହୋଇଛି । ତିନି ଜଣ ଦୁବୁର୍ତ ଏକ ବାଇକ୍ରେ ଆସି ମାରାଣସ୍ତ୍ର ଦେଖାଇ ପିକ୍ଅପ୍ ଭ୍ୟାନ୍କୁ ଅଟକାଇ ୫ଲକ୍ଷ ୪୬ ହଜାର ଟଙ୍କା ଲୁଟି ନେଇଥିବାର ଜଣାଯାଇଛି । ଏ ସଂକ୍ରାନ୍ତରେ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ହଟ୍ବନ୍ପୁର ଗ୍ରାମର ଧୀରେନ୍ଦ୍ର କୁମାର ଦାସ ନିଶ୍ଚିନ୍ତକୋଇଲି ଥାନାରେ ଏକ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ସାଲେପୁର ବିକଳାନନ୍ଦ କର କଂପାନୀର ଉତ୍ପାଦନ ହେଉଥିବା ବିଭିନ୍ନ ନମକିନ୍ ସାମଗ୍ରୀ ଓ ବାରମଜା ଗାଡି କେନ୍ଦ୍ରାପଡାରୁ ସାଲେପୁର ଫେରୁଥିବା ବାଟରେ ହଠାତ୍ କଟକ ଆଡୁ ବାଇକ୍ରେ ତିନିଜଣ ଯୁବକ ଗାଡିକୁ ଅଟକାଇଥିଲେ । ଗାଡିରେ ଥିବା ଡ୍ରାଇଭର ସେଲ୍ସମ୍ୟାନ୍ ଓ ହେଲ୍ଫରଙ୍କୁ କିଛି ନକହି ହଠାତ୍ ବନ୍ଧୁକ ଦେଖାଇ ଭୟଭୀତ କରାଇ ଗାଡି ଭିତରେ ଥିବା ଟଙ୍କା ବ୍ୟାଗ୍ଟିକୁ ଝାମ୍ପିନେଇ ପୁନର୍ବାର କଟକ ଆଡକୁ ପଳାଇଥିôଲେ । ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଦୁବୁର୍ତ ମାନଙ୍କର ସନ୍ଧାନ ପାଇନାହିଁ । ଖୁବ୍ ଶୀଘ୍ର ଏହି ଦୁବୁର୍ତ ମାନଙ୍କୁ ଧରାଯିବା ପାଇଁ ଉଦ୍ୟମ ଜାରୀ ରହିଥିବା ଆଇ ଆଇ ସି ଚିନ୍ମୟୀ ସାହୁ ପ୍ରକାଶ କରିଛନ୍ତି ।

0
0
0
s2sdefault