ଭୁବନେଶ୍ୱର: ଲଘୁଚାପ ଅବପାତରେ ପରିଣତ ହୋଇ ଓଡିଶା ଅତିକ୍ରମ କରିସାରିଛି । ଏବେ ହୀରାକୁଦରେ ୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଆଜି ଅପରାହ୍ନରେ ହୀରାକୁଦର ଜଳପତ୍ତନ ୬୨୦.୪୩ ଫୁଟ୍ ଅଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯୬ ହଜାର ୧୮୬ କ୍ୟìସେକ୍ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୧ ଲକ୍ଷ ୨ ହଜାର ୬୮୫ କ୍ୟìସେକ୍ ଜଳ ନିଷ୍କାସିତ ହେଉଛି । ଖଇରମାଳଠାରେ ୫ ଲକ୍ଷ ୯୦ ହଜାର କ୍ୟìସେକ୍ ଜଳ ପ୍ରବାହିତ ହେଉଅଛି । ବଡମୂଳଠାରେ ୭ ଲକ୍ଷ ୬୭ ହଜାର କ୍ୟìସେକ୍ ଜଳ ପ୍ରବାହିତ ହେଉଅଛି । ସେହିପରି ମୁଣ୍ଡଳୀଠାରେ ୮ ଲକ୍ଷ ୩୫ ହଜାର ୬୭୨ କ୍ୟìସେକ୍ ଜଳ ପ୍ରବାହିତ ହେଉଅଛି । ମୁଣ୍ଡଳୀ ସମେତ ସବୁ ସ୍ଥାନରେ ଜଳସ୍ତର କ୍ରମଶଃ ହ୍ରାସ ପାଉଛି । ଆବଶ୍ୟକସ୍ଥଳେ ହୀରାକୁଦରେ ଖୋଲାଥିବା ୪ ଟି ଗେଟକୁ ମଧ୍ୟ ବନ୍ଦ କରିଦିଆଯାଇପାରେ ବୋଲି ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା କହିଛନ୍ତି |
ମିଳିଥିବା ସୂଚନା ଅନୁଯାୟୀ ବନ୍ୟା ଦ୍ୱାରା ୧୩ଟି ଜିଲ୍ଲାର ୭୩ଟି ବ୍ଲକ୍ ୬୦୭ଟି ଗ୍ରାମ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୨୩୨ଟି ଗ୍ରାମ ପ୍ରଭାବିତ ହୋଇଛି । ରାଜ୍ୟର ୭୬୩ଟି ଗ୍ରାମ ଜଳ ଘେରରେ ରହିଥିବାବେଳେ ୪ ଲକ୍ଷ ୭୨ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଏବଂ ପ୍ରାୟ ୭ ଲକ୍ଷ ୧୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସବୁ ଅଞ୍ଚଳରେ ୨୪୮ଟି ରିଲିଫ୍ କେନ୍ଦ୍ରରେ ୧ ଲକ୍ଷ ୪ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ।
ବନ୍ୟାରେ ୧୮୬୬ଟି ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ଲଗାଣ ବର୍ଷାରେ ୩୯୧୬ଟି ଘର ଭାଙ୍ଗିଯାଇଛି । ସେହିପରି ଲଗାଣ ବର୍ଷାରେ ୮ଟି ଜିଲ୍ଲାର ୫୨ଟି ବ୍ଲକ ଅନ୍ତର୍ଗତ ୨୬୩ଟି ଗ୍ରାମପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୫୨୪ଟି ଗ୍ରାମ ପ୍ରଭାବିତ ହୋଇଛି ଓ ୨୬ ହଜାର ୯୮୨ ଲୋକ ପ୍ରଭାବିତ ହୋଇଛନ୍ତି ଏହି ଅଞ୍ଚଳରେ ୧୪ଟି ରିଲିଫ କେନ୍ଦ୍ରରେ ୨ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇଦିଆଯାଉଛି |
ଲଘୁଚାପଜନିତ ବର୍ଷାରେ ରାଜ୍ୟରେ ହାରାହାରି ୪୨.୬ ମିଲି ମିଟର ବର୍ଷା ହୋଇଥିବାବେଳେ, କନ୍ଧମାଳରେ ସର୍ବାଧିକ ୧୩୫.୫ ମି.ମି, ମୟୂରଭଞ୍ଜରେ ୧୨୫.୨ ମି.ମି, ବୌଦ୍ଧରେ ୯୮.୮ ମି.ମି., ବାଲେଶ୍ୱରରେ ୯୭.୧ ମି.ମି., କଳାହାଣ୍ଡିରେ ସର୍ବାଧିକ ୯୨.୬ ମି.ମି. ବର୍ଷା ହୋଇଛି ।
ବନ୍ୟାପ୍ରଭାବିତ ଅଞ୍ଚଳରେ ୩ ଲକ୍ଷ ୮୭ ହଜାର ବିଦ୍ୟୁତ୍ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଥି ମଧ୍ୟରୁ ୩ ଲକ୍ଷ ୬୪ ହଜାର ଲୋକଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି ।
ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୬୩ ମେଡିକାଲ ରିଲିଫ୍ କେନ୍ଦ୍ର ଖୋଲା ଯାଇଥିବାବେଳେ, ୧୧୫ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଚିକିତ୍ସା ଟିମ୍ ମୃତୟନ ହୋଇଛି । ୪୨ ହଜାର ଓଆରଏସ୍ ପ୍ୟାକେଟ୍, ୧ ଲକ୍ଷ ୭୭ ହଜାର ହାଲୋଜିନ୍ ବଟିକା ବଣ୍ଟାଯାଇଛି । ଏହି ସମୟ ମଧ୍ୟରେ ୬୭୦୦ଟି ସାଧାରଣ ରୋଗର ଚିକିତ୍ସା କରାଯାଇଥିବାବେଳେ, ୧୨ ଟି ସାପ କାମୁଡା ଘଟଣାର ଚିକିତ୍ସା କରାଯାଇଛି ।
ଗୋସମ୍ପଦର ସୁରକ୍ଷା ପାଇଁ ବନ୍ୟାଞ୍ଚଳରେ ୧୯୩ଟି ଭେଟେରିନାରୀ ଟିମ୍ ନିୟୋଜିତ ହୋଇଛି । ୪୦୭ଟି କ୍ୟାମ୍ପ ଆୟୋଜିତ ହୋଇଥିବାବେଳେ ୧୮ ହଜାରରୁ ଉର୍ଧ୍ଵ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇଦିଆଯାଇଛି । ୧୦ଟି ଜିଲ୍ଲାକୁ ମୋଟ ୬୧୩.୯୮୩ ମେଟ୍ରିକ ଟନ୍ ଗୋଖାଦ୍ୟ ଯୋଗାଇ ଦିଆଯାଇଛି ।
ବନ୍ୟାଞ୍ଚଳରେ ୧୬୦ଟି ପାଇପ୍ ଜଳଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବାବେଳେ, ୯ ଟି ପାଇପ୍ ଲାଇନ୍କୁ ସ୍ୱାଭାବିକ କରାଯାଇଛି । ୬୧୮ଟି ନଳକୂପକୁ ବିଶୋଧନ କରାଯାଇଛି, ୧ ଲକ୍ଷ ୫୦ ହଜାର ପାଣି ବୋତଲ, ୭ ଲକ୍ଷ ୫୦ ହଜାର ପାଣି ପାଉଚ୍ ବଣ୍ଟାଯାଇଛି । ୧୫୩ଟି ଭ୍ରାମ୍ୟମାଣ ଜଳଯୋଗାଣ ଟ୍ୟାଙ୍କର ନିୟୋଜିତ କରାଯାଇଛି ।
ରାଜ୍ୟ
ହୀରାକୁଦର ୪ ଟି ଗେଟ୍ ଦେଇ ଜଳ ନିଷ୍କାସନ, ପ୍ରମୁଖ ନଦୀର ଜଳସ୍ତର କମୁଛି : ଏସଆରସି
- Hits: 380