ହେଡଲାଇନସ୍:

ଯୁବନେତା ଙ୍କର ମହାନତା , ରକ୍ତଦାନ କରି ବଞ୍ଚାଇଲେ କୁନିଛୁଆର ଜୀବନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ:- ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କର ଏକମାତ୍ର ସୁପୁତ୍ର ଶ୍ରୀ ଭୋଜରାଜ ସିଂ ବାରିହା ଖୁବକମ ସମୟ ମଧ୍ୟରେ ନିଜର ଆଚାର ବ୍ୟବହାର ଓ ସମାଜସେବା ପାଇଁ ଲୋକଙ୍କର ଅତି ପ୍ରିୟପାତ୍ର ହୋଇ ପାରିଛନ୍ତି । ଅତ୍ୟନ୍ତ ସରଳ ସ୍ୱଭାବର ଭୋଜରାଜ ସବୁବେଳେ ଲୋକଙ୍କ ଅସୁବିଧା ସମୟରେ ତାଙ୍କ ସାଙ୍ଗରେ ଠିଆ ହେବାକୁ ଚେଷ୍ଟା କରିଥାନ୍ତି । କୋଣସି ଜାଗାରେ କେହି ଜଣେ ଯଦି କିଛି ଅସୁବିଧାର ସମ୍ମୁଖୀନ ହେଉଥିବ ତାଙ୍କ ପାଖରେ ଖବର ପହଂଚିବା ମାତ୍ରେ ସେ ତୁରନ୍ତ ତାକୁ ସହଯୋଗ ର ହାତ ବଢ଼ାଇ ଥାନ୍ତି । ଏକଥା ମହାମାରୀ ସମୟରୁ ଅଞ୍ଚଳ ଲୋକେ ଦେଖି ସାରିଛନ୍ତି । ଏହା ସହିତ ସ୍ୱାସ୍ଥ୍ୟ ସମ୍ମନ୍ଧୀୟ କୋଣସି ଅସୁବିଧା କୁ ତୁରନ୍ତ ସମାଧାନ କରି ଲୋକଙ୍କୁ ସହଯୋଗ କରିଥାନ୍ତି । କେବଳ ଏହି କାରଣ ପାଇଁ ଆଜି ପଦ୍ମପୁର ଅଂଚଳର ଯୁବ ସମାଜ ମଧ୍ୟରେ ତାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଆଜି ପାଇକମାଲ ବ୍ଲକ କପିଲାସପୁର ଗ୍ରାମର ଜଣେ ଛଅ ବର୍ଷୀୟ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ତୁରନ୍ତ AB ପୋଜିଟିବ ରକ୍ତର ଆବଶ୍ୟକତା ଥିଲା । ପଦ୍ମପୁର ରକ୍ତ ଭଣ୍ଡାର ରେ ଏହି ଗୃହର ରକ୍ତ ନଥିବାରୁ ଅତ୍ୟନ୍ତ ଚିନ୍ତିତ ଥିଲେ ପରିବାର ଲୋକେ । କୋଣସି ପ୍ରକାର ପରିବାର ଲୋକେ ଭୋଜରାଜ ଙ୍କୁ ଯୋଗାଯୋଗ କରିଥିଲେ ।ଛୁଆ ପାଇଁ ତୁରନ୍ତ ରକ୍ତର ଆବଶ୍ୟକତା ଥିବା ଜାଣି ନିଜର ସମସ୍ତ କାର୍ଯ୍ୟକ୍ରମ କୁ ବାତିଲ କରି ଭୋଜରାଜ ତୁରନ୍ତ ପଦ୍ମପୁର ରକ୍ତ ଭଣ୍ଡାର କୁ ଯାଇ ରକ୍ତଦାନ କରିଥିଲେ । ରକ୍ତଦାନ କରି ସରିବା ପରେ ରୋଗୀଙ୍କର ବାବଦରେ ସ୍ୱାସ୍ଥ୍ୟ କର୍ମୀଙ୍କର ସହିତ ଆଲୋଚନା ମଧ୍ୟ କରିଥିଲେ । ଠିକ ସମୟରେ ରକ୍ତ ମିଲିଯିବାରୁ ନିଶ୍ଚିତ ଭାବରେ ଗୋଟିଏ ଶିଶୁ ରୋଗୀର ସ୍ୱାସ୍ଥ୍ୟ ଭଲ ହୋଇ ପାରିବ । ଭୋଜରାଜ ସବୁ ସମୟରେ ଯୁବ ସମାଜ କୁ ଶରୀର ପ୍ରତି ଯତ୍ନବାନ ହେବା ସହିତ ନିଶା ଦ୍ରବ୍ୟ ଠାରୁ ଦୂରେଇ ରହି ସବୁବେଳେ ରକ୍ତଦାନ କରିବା ପାଇଁ ପ୍ରେରଣା ଦେଇଥାନ୍ତି । ଅଂଚଳରେ ହେଉଥିବା ପ୍ରତେକ ରକ୍ତଦାନ ଶିବିର କୁ ନିଜେ ପହଂଛି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥାନ୍ତି । କପିଲାସପୁର ର ଶିଶୁ ରୋଗୀଙ୍କୁ ସଠିକ ସମୟରେ ରକ୍ତ ଦାନ କରିଥିବାରୁ ପରିବାର ତରଫରୁ ଭୋଜରାଜ ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

0
0
0
s2sdefault