ହେଡଲାଇନସ୍:

ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ସ୍ଥିତି ଅନୁଧ୍ୟାନ କଲେ ପାଣ୍ଡିୟାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଭୁବନେଶ୍ୱରର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି | ଗାଡ଼ି ମୋଟର ସଂଖ୍ୟା ରେ ମଧ୍ୟ୍ୟ ବଢୁଛି | ଏହା ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି | ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥା ରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ସଚିବ( ୫ଟି) ଶ୍ରୀ ଭିକେ ପାଣ୍ଡିଆନ ଆଜି ବଡି ଭୋରରୁ ଶିଶୁ ଭବନ ଛକ , ରବି ଟକିଜ ଛକ କଳ୍ପନା ଛକ, ରସୁଲଗଡ଼ ଛକ, ବେହେରା ସାହି ଛକ ଓ଼ ଆଇଗିଣିଆ ଅଣ୍ଡରପାସ ଆଦି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ଓ ପ୍ରଶାସନ ଏବଂ ପୋଲିସ ର ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥା ରେ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ |
ଏହି ପରିଦର୍ଶନ ସମୟ ରେ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ. ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ଶ୍ରୀ ଭି ଭି ଯାଦବ, ବିଏମସି କମିଶନର ଶ୍ରୀ କୁଳାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ |

0
0
0
s2sdefault