ହେଡଲାଇନସ୍:

ସେଣ୍ଟ ଜାଭିୟର ହାଇସ୍କୁଲରେ ପାଳନ ହେଲା କ୍ରାନ୍ତି ଦିବସ; ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ ଛାତ୍ର ଛାତ୍ରୀ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 (ନିଶ୍ଚିନ୍ତକୋଇଲି- ଦେବେନ୍ଦ୍ର ଷଡ଼ଙ୍ଗୀ) - ନିଶ୍ଚିନ୍ତକୋଇଲି ବ୍ଲକ ସ୍ଥିତ ପଣସ ପଡିଆ ବନ୍ଧନ ମଣ୍ଡପରେ ନିଶ୍ଚିନ୍ତକୋଇଲି ଅଞ୍ଚଳର ପ୍ରତିଷ୍ଠିତ ଶିକ୍ଷ୍ୟାନୁଷ୍ଠାନ ଭାବେ ପରିଚିତ ଜାଭିୟର ହାଇସ୍କୁଲ ପାଳନ କରିଛି କ୍ରାନ୍ତି ଦିବସ । ଏହି ଅଭିପ୍ରାୟରେ ସ୍କୁଲ ପିଲାମାନଙ୍କ ତରଫରୁ ବିଭିର୍ଣ୍ଣ ପ୍ରତିଯୋଗିତା ମାନ ଆୟୋଜନ କରାଯାଇ ଏହି ଜାତୀୟ ଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରି ସାରା ସମାଜ ପାଇଁ ଏକ ଜାତୀୟ ଚିନ୍ତାଧାରାର ବାର୍ତ୍ତା ଦେବା ସହିତ ବୀର ଯବାନ ଓ ଦେଶ ଗଠନରେ ଯେଉଁ ମହା ମାନବ ମାନେ ସେମାନଙ୍କର ଜୀବନକୁ ବଳି ଦେବା ସହିତ ଏକ ଜାତୀୟ ମୂଲ୍ୟବୋଧ ସୃଷ୍ଟି କରିଛନ୍ତି । ବିଭିର୍ଣ୍ଣ ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଅଧକ୍ଷ୍ୟ ତପନ ରାଉତ, ସମ୍ପାଦକ ସ୍ମୃତିରଞ୍ଜନ ରାଉତରାୟ, ଓ ଚେୟାରମ୍ୟାନ ଶ୍ରୀମତୀ ପ୍ରମିଳା ରାଉତରାୟ ଯୋଗଦାନ କରିବା ସହିତ ଚତୁର୍ଦ୍ଧାମୄତିଙ୍କ ଫଟୋ ଚିତ୍ର ଓ ମହାପୁରୁଷମାନଙ୍କ ଙ୍କ ଛବିରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ବରିଷ୍ଠ ଶିକ୍ଷକ ବିରଜା ମିଶ୍ର ବୈଦିକ ମନ୍ତ୍ର ଧ୍ୱନି ଉଚ୍ଚାରଣ ପୂର୍ବକ କାର୍ଯ୍ୟକ୍ରମକୁ ଏକ ଆଧ୍ୟାତ୍ମିକ ସ୍ପର୍ଶ ଦେଇଥିଲେ । ପ୍ରକାଶ ଥାଉକି ପ୍ରଥମେ ମଣ୍ଟେଶ୍ୱରୀ ଓ ୧ମ ଶ୍ରେଣୀ ଓ ଦ୍ୱିତୀୟ ଶ୍ରେଣୀ ପିଲା ମାନଙ୍କର ଫ୍ୟାନସି ଡ୍ରେସ, କ୍ରାଫ୍ଟ ଓ ହସ୍ତଲିପି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାପରେ ଅନ୍ୟ ସମସ୍ତ ଶ୍ରେଣୀ ଗୁଡିକ ର ତର୍କ ପ୍ରତିଯୋଗିତା ବେଶ ସୁନ୍ଦର ଭାବେ ଆୟୋଜନ କରାଯାଇଥିଲା । ଏଥିରେ କୃତ କାର୍ଯ୍ୟ ହୋଇଥିବା ପିଲା ମାନଙ୍କୁ ଆସନ୍ତା ଅଗଷ୍ଟ ପନ୍ଦର ତାରିଖରେ ପୁରସ୍କୃତ କରାଯିବବୋଲି ବରିଷ୍ଠ ଶିକ୍ଷୟତ୍ରୀ ଯୋଗମାୟା ପଣ୍ଡା ପ୍ରକାଶ କରିଛନ୍ତି । ଅଧକ୍ଷ ତପନ ରାଉତ ଏହିଅବସରରେ ସମସ୍ତ ଅଭିଭାବକ ମାନଙ୍କୁ ସେମାନଙ୍କର ଉପସ୍ତିତି ପାଇଁ ଧନ୍ୟବାଦ ଜଣାଇଛନ୍ତି । ଶିକ୍ଷକ ଶୁଭ୍ରାଂଶୁ ଶେଖର ସ୍ୱାଇଁ, ଜୟ ପ୍ରକାଶ ପାତ୍ର, ଜଗଦୀଶ ନାଥ,ଲଷ୍ମୀପ୍ରିୟା ବାରିକ, ପ୍ରଭାସିନୀ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସହଯୋଗ କରିଥିଲେ ଓ ସ୍ମୃତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault