ହେଡଲାଇନସ୍:

ମରଣଯନ୍ତା ପାଲଟିଛି ବିଜୁ ଏକ୍ସପ୍ରେସ ୱେ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପ୍ରତେକ ଦିନ ଘଟୁଛି ଦୁର୍ଘଟଣା , ନିରବ ଓ ନିଦାବିଷ୍ଣୁ ସାଜିଛି ପୂର୍ତ୍ତ ବିଭାଗ

ବରଗଡ :- ରାଜ୍ୟ ସରକାର ଙ୍କର ଏକ ସୁନ୍ଦର ପରିକଳ୍ପନା ହେଉଛି ବରଗଡ଼ ଜିଲ୍ଲାର ସୋହେଲା ରୁ ନୂଆପଡା ଜିଲ୍ଲା କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ । ଏହି ପ୍ରକଳ୍ପ ଟି ସମ୍ପୂର୍ଣ୍ଣ ହେବା ପରେ ବିଜୁ ଏକ୍ସପ୍ରେସ ୱେ ର ପାର୍ଶ୍ଵରେ ଥିବା ସମସ୍ତ ଅଂଚଳରେ ଗମନାଗମନ ର ସୁବିଧା ହେବା ସହିତ ଅଂଚଳର କ୍ଷିପ୍ର ଆର୍ଥିକ ବିକାଶ ମଧ୍ୟ ହେବ ଏଥିରେ ସନ୍ଦେହ ନାହିଁ । ରାଜ୍ୟ ସରକାର ସବୁବେଳେ ଲୋକଙ୍କ ହିତ ଚିନ୍ତା କରିଥାନ୍ତି , ହେଲେ ରାଜ୍ୟ ସରକାର ଙ୍କର ପ୍ରକଳ୍ପ ଗୁଡିକୁ ତୃଣମୂଳ ସ୍ତରରେ କରାଇବା ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କର ଅବହେଳା କାରଣରୁ ଅନେକ ସମୟରେ ପ୍ରକଳ୍ପ ଗୁଡିକର ସୁଫଳ ମିଳିପାରୁ ନାହିଁ ।
ବିଜୁ ଏକ୍ସପ୍ରେସ ୱେ ,ପାଇକମାଲ ରୁ ସାଲେପାଲି ଯିବା ସମୟରେ ରାଇସ ମିଲ ସମ୍ମୁଖରେ ମଝି ରାସ୍ତାରେ ଦୀର୍ଘ ଦିନ ହୋଇ ଗଲା ଏକ ବିରାଟ ଗାତ ହୋଇ ପଡିଛି । ଏହି ବାବଦରେ ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କୁ ସୂଚନା ପ୍ରଦାନ କରାଯାଇଛି , ହେଲେ ସାଧାରଣତଃ ଯେମିତି ହୁଏ , ସାଧାରଣ ଲୋକଙ୍କ କୋଣସି ଅଭିଯୋଗ ବଡ ବଡ ବାବୁ ମାନଙ୍କୁ ଶୁଣାଯାଏ ନାହିଁ ସେହଭଳି ଏହି ଅଭିଯୋଗ ପ୍ରତି ବିଭାଗୀୟ ଅଧିକାରୀ ମାନେ କର୍ଣ୍ଣପାତ କରୁନାହାନ୍ତି । ଦୀର୍ଘ ଦୁଇ ମାସରୁ ଉପରେ ହୋଇଗଲାଣି ପ୍ରତ୍ୟେକ ଦିନ ଏହି ଗୋଟିଏ ସ୍ଥାନରେ ତିନି ଚାରି ଗୋଟି ଦୁର୍ଘଟଣା ଘଟୁଛି , ସଦ୍ୟତମ ଘଟଣା ଆଜି ଏକ ଘଣ୍ଟା ମଧ୍ୟରେ ଦୁଇ ଗୋଟି ଦୁର୍ଘଟଣାରେ ତିନିଜଣ ବାଇକ ଆରୋହି ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପ୍ରତେକ ଦିନ ପୁର୍ତ୍ତ ବିଭାଗର ଅଧିକାରୀ ମାନେ ଏହି ବାଟଦେଇ ଯିବାଆସିବା କରନ୍ତି କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ଏତେ ବିରାଟ ଗର୍ତ ତାଙ୍କୁ ଦିସୁନାହିଁ । ବାରମ୍ବାର ଅଭିଯୋଗ ପରେ ବି ପୂର୍ତ୍ତ ବିଭାଗର ଅଧିକାରୀ ମାନଙ୍କର ନିଦ ନ ଭାଙ୍ଗିବା ଆଶ୍ଚର୍ଯ୍ୟ ବିଷୟ । ତୁରନ୍ତ ଏହି ରାସ୍ତା ର ମରାମତି କରାନଗଲେ ଆଗାମୀ ଦିନରେ ଅକାରଣରେ ଅନେକ ବହୁମୂଲ୍ୟ ଜୀବନ ନଷ୍ଟ ହୋଇଯାଇ ପାରେ ।

0
0
0
s2sdefault