ଭୁବନେଶ୍ୱର: ଶକ୍ତି ପରିଚାଳନା ଓ ଅଟୋମେସନ୍ରେ ଡିଜିଟାଲ ରୂପାନ୍ତରଣର ଅଗ୍ରଣୀ ସଂସ୍ଥା ସ୍ନାଇଡର୍ ଇଲେକ୍ଟ୍ରିକ୍ ପକ୍ଷରୁ ଓଡ଼ିଶାରେ ଏହାର ପ୍ରଥମ ବି୨ସି ଏକ୍ସପେରିଏନ୍ସ ସେଂଟର୍କୁ ଭୁବନେଶ୍ୱରର ଖାରବେଳ ନଗର ଜନପଥରେ ଖୋଲାଯାଇଛି । ସ୍ୱିଚ୍, ଡିଷ୍ଟ୍ରିବ୍ୟୁସନ୍ ବକ୍ସ ଓ ଏମ୍ସିବି ସହିତ ସ୍ନାଇଡର୍ ଇଲେକ୍ଟ୍ରିକ୍ର ପ୍ରମୁଖ ହୋମ୍ ଅଟୋମେସନ୍ ବର୍ଗମାଳା-ୱାଇଜର୍ ଭଳି ଏଚ୍ଆଣ୍ଡ୍ଡି ଉତ୍ପାଦ ପ୍ରଦାନ କରିବା ପାଇଁ ଏହି ଷ୍ଟେଟ୍-ଅଫ୍-ଆର୍ଟ ଏକ୍ସପେରିଏନ୍ସ ସେଂଟର୍କୁ ପ୍ରସ୍ତୁତ କରାଯାଇଛି ।
ଗ୍ରାହକମାନେ ଯେଭଳି ସୂଚନା ଆଧାରରେ ନିଷ୍ପତି ଗ୍ରହଣ କରିପାରିବେ ତାହାକୁ ନିଶ୍ଚିତ କରିବା ଲାଗି ସ୍ୱିଚ୍, ଏମ୍ସିବି ଓ ଡିଷ୍ଟ୍ରିବ୍ୟୁସନ୍ ବକ୍ସର ସମ୍ପୂର୍ଣ୍ଣ ବର୍ଗମାଳାକୁ ପ୍ରଦର୍ଶିତ କରାଯିବ । ସେଂଟର୍ରେ ଥିବା ସ୍ୱତନ୍ତ୍ର ୱାଇଜର୍ ଜୋନ୍ରେ କନେକ୍ଟେଡ୍ ହୋମ୍ ଅଟୋମେସନ୍ ସମାଧାନକୁ ପ୍ରଦର୍ଶନ କରାଯିବ ଯାହା ଶକ୍ତି ମିତବ୍ୟୟିତାକୁ ବଢ଼ାଇବା, ଶକ୍ତି ଉପଯୋଗିତା ଖର୍ଚ କମ୍ କରିବା ଏବଂ ଗୃହକର୍ତାଙ୍କୁ ଆରାମ ଓ ସୁରକ୍ଷା ପ୍ରଦାନ କରିବା କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ପ୍ରଦର୍ଶିତ କରିବ ।
ଏହି ନୂତନ ଏକ୍ସପେରିଏନ୍ସ ସେଂଟର୍ର ଉନ୍ମୋଚନ ଅବସରରେ ସ୍ନାଇଡର୍ ଇଲେକ୍ଟ୍ରିକ୍ର ଉପସଭାପତି (ହୋମ୍ ଆଣ୍ଡ୍ ଡିଷ୍ଟ୍ରିବ୍ୟୁସନ୍) ଶ୍ରୀନିବାସ ସାନଭୋଗ୍ କହିଛନ୍ତି ଯେ, “ନୂତନ ଭାବେ ଖୋଲାଯାଇଥିବା ଏକ୍ସପେରିଏନ୍ସ ସେଂଟର୍ ହେଉଛି ଓଡ଼ିଶା ବଜାରରେ ଆମ ଉପସ୍ଥିତିର ସମ୍ପ୍ରସାରଣ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାର ପ୍ରତିଫଳନ ଏବଂ ଏହା ଶକ୍ତି ମିତବ୍ୟୟୀ ଉତ୍ପାଦ ଲାଗି ଆମ ଗ୍ରାହକମାନଙ୍କ ବର୍ଦ୍ଧିତ ଚାହିଦାକୁ ପୂରଣ କରିବ । ଓଡ଼ିଶାରେ ଆମେ ଦ୍ରୁତ ଅଭିବୃଦ୍ଧି ପଥରେ ରହିଛୁ ଏବଂ ଆମ ଉତ୍ପାଦଗୁଡ଼ିକ ରାଜ୍ୟର ସମସ୍ତ ପ୍ରମୁଖ ସହରଗୁଡ଼ିକରେ ଉପଲବ୍ଧ ରହିଛି ।
ଏଠାରେ ଆମେ ଏକ ଆକର୍ଷଣୀୟ ଧାରା ଦେଖୁଛୁ ଯେଉଁଠାରେ ରିଅଲ୍ ଇଷ୍ଟେଟ୍ ବଜାରରେ ଅଭିବୃଦ୍ଧି ରହିଥିବା ବେଳେ ଗୃହକର୍ତାମାନଙ୍କ ମଧ୍ୟରେ ମଧ୍ୟ ଘରର ଭିତର ପାଶ୍ୱର୍କୁ ଷ୍ଟାଇଲିସ୍ ଓ ଆକର୍ଷଣୀୟ କରିବା ସହ ସୁରକ୍ଷାକୁ ନେଇ ସଚେତନତା ବୃଦ୍ଧି ପାଉଛି । ଊଦୀୟମାନ ଢ଼ଙ୍ଗରେ ଉତମ ଅନୁଭୂତି ଦେବା ଓ କିଣିବା ନିଷ୍ପତିକୁ ସହଜ କରିବା ଲାଗି ଆମେ ଗ୍ରାହକମାନଙ୍କ ସହ ଯୋଡ଼ି ହେବାକୁ ଲକ୍ଷ୍ୟ ରଖିଛୁ ।’’
ନିରନ୍ତରତା ଓ ଡିଜିଟାଇଜେସନ୍ର ଶକ୍ତି ସହିତ କନେକ୍ଟେଡ୍ ଓ ଅଭିନବ ଗୃହ ସମାଧାନ କ୍ଷେତ୍ରରେ କଂପାନିର ରହିଥିବା ପ୍ରତିବଦ୍ଧତାକୁ ଏହି ଏକ୍ସପେରିଏନ୍ସ ସେଂଟର୍ ପ୍ରଦର୍ଶିତ କରିବ ।
Address of the store: Inline Controls and Equipment, 97 Janpath (Back Entrance), 1st Floor, Kharvella Nagar, Unit-3, Bhubaneswar-751001. Ph-0674-2533229