ହେଡଲାଇନସ୍:

ଭିଜିଲାନ୍ସ ଜାଲରେ "ମନ୍ତ୍ରୀ"

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସାର ବ୍ୟବସାୟୀ ଙ୍କର ନିକଟରୁ ନେଉଥିଲେ ଦେଢ଼ ଲକ୍ଷ

ବରଗଡ :- ଆଜି ସକାଳ ପ୍ରାୟ ସାଢ଼େ ଆଠ ଘଣ୍ଟା ସମୟରେ ପାଇକମାଲ କୃଷି ବିଭାଗରେ କାର୍ୟ୍ଯରତ ସହକାରୀ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ କୁ ମିତ୍ରଭାନୁ ସାହୁ ଙ୍କର ନିକଟରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ସମ୍ବଲପୁର ଭିଜିଲାନ୍ସ ଟିମ କାବୁ କରିଛି । ପ୍ରାପ୍ତ ସୂଚନା ଅନୁସାରେ ମିତ୍ରଭାନୁ ଙ୍କର ଗୋଟିଏ ରାସାୟନିକ ସାର ଦୋକାନ ରହିଛି । ଗତ କିଛିଦିନ ତଳେ ହୋଇଥିବା ଏକ ଚଢ଼ାଉ ରେ ତାଙ୍କ ପାଖରେ ନିର୍ଦ୍ଧାରିତ ସାର ଠାରୁ ଅଧିକ ମାତ୍ରାରେ ସାର ଥିବା ଜଣା ପଡିବା ପରେ କୃଷି ଅଧିକାରୀ ମନ୍ତ୍ରୀ ତାଙ୍କୁ ସାର ବ୍ୟବସାୟ ଲାଇସେନ୍ସ କେଂସେଲ କରି ଦେବେର ଧମକ ଦେଇ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ନିର୍ଦ୍ଧାରିତ ସମୟରେ ପାଇକମାଲ ଧର୍ମଶାଳା ନିକଟସ୍ଥ ଟିଭିଏସ ଶୋରୁମ ପାଖରେ ମିତ୍ରଭାନୁ ଟଙ୍କା ଦେବାପାଇଁ ଜଗି ଥିଲେ ।

କୃଷି ଅଧିକାରୀ ମିତ୍ରଭାନୁ ଙ୍କର ନିକଟକୁ ପହଂଛି ଟଙ୍କା ନେଉଥିବା ସମୟରେ ପୁର୍ବରୁ ଲୁଚିକି ବସିଥିବା ଭିଜିଲାନ୍ସ ଟିମ କୃଷି ଅଧିକାରୀ ଙ୍କୁ କାବୁ କରି ପକାଇଥଲେ । ଏହାପରେ ପ୍ରଥମେ ତାଙ୍କୁ ସେ ରହୁଥିବା ଭଡା ଘର ଓ ପରେ ଭିଜିଲାନ୍ସ ଅଫିସ ସମ୍ବଲପୁର କୁ ନେଇ ଯାଇଥିବା ସୂଚନା ରହିଛି ।

0
0
0
s2sdefault