ସତ୍ୟାସତ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କଲେ ଗ୍ରାମବାସୀ ଓ ମୃତକ ଧନେଶ୍ୱର ଙ୍କ ପରିବାର ଲୋକ
(କଟକ ସଦର - ଶାସକ ପ୍ରଶାସକ) - ଆଜିର ଏହି ଦୁନିଆରେ ପ୍ରେମ କାହାପାଇଁ ସୁଖ ଆଣିଦେଉଛି ତ ପୁଣି କାହାପାଇଁ ଦୁଃଖ ସମୁଦ୍ର ରେ ପରିଣତ ହେଉଛି । ଏମିତି ଏକ ଘଟଣା ଘଟିଛି କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତିରାଉତପାଟଣା ଗ୍ରାମରେ । ଏହି ଗ୍ରାମର ଗଙ୍ଗାଧର ବେହେରା ଙ୍କ ପୁତ୍ର ଧନେଶ୍ୱର ବେହେରା ଙ୍କ ମୃତ୍ୟୁ ଘଟିଛି । ସୂଚନାଥାଉକି ଧନେଶ୍ୱର ନିଜ ଘର ପାଖର ସୁଚିସ୍ମିତା ଦଳେଇ ନାମକ ଜଣେ ଝିଅ କୁ ପିଲାଦିନୁ ଭଲପାଇ ବସିଥିଲେ । ଏପରିକି ନିଜେ ଦୁଃଖ ସହି କଷ୍ଟ ପରିଶ୍ରମ କରି ରୋଜଗାର କରି ସୁଚିସ୍ମିତା ଙ୍କ ପାଠ ପଢାଇବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ବୋଲି ପରିବାର ଓ ଗ୍ରାମବାସୀ ମାନଙ୍କ ତରଫରୁ କୁହାଯାଇଛି । ଏପରିକି ସୁଚିସ୍ମିତା ମଧ୍ୟ ଭଲ ପାଠ ପଢି ପାଟଣାଗଡ଼ କୋର୍ଟ ରେ ଷ୍ଟେନୋ ଭାବେ ଚାକିରୀ ପାଇଥିଲେ , ଆଉ ତା ପରେ ୨୦୨୦ ମସିହାରେ ବୈଦିକ ରୀତିନୀତି ଅନୁଯାୟୀ କଟକ ସ୍ଥିତ ଏକ ମନ୍ଦିରରେ ଧନେଶ୍ୱର ଙ୍କ ସହ ସୁଚିସ୍ମିତା ଙ୍କ ବିବାହ ହୋଇଥିଲା । କିନ୍ତୁ ସୁଚିସ୍ମିତା ସରକାରୀ ଚାକିରୀ ପାଇଯିବା ହେତୁ ସବୁବେଳେ ନିଜର ଗର୍ବ ଅହଂକାର ମନଭାବ ନେଇ ଧନେଶ୍ୱର ଙ୍କ ସହିତ ମନମାଳିନ , କଳି , ଝଗଡା ଲାଗି ରହୁଥିଲା । ଏପରି ସ୍ଥଳେ ସୁଚିସ୍ମିତା ଯାହା ମାସିକ ଦରମା ପାଉଥିଲେ ନିଜ ବାପଘର ଲୋକଙ୍କ କଥା ବୁଝୁଥିଲେ ମଧ୍ୟ କେଉଁ ଦିନ ବି ନିଜ ଶାଶୂ ଶ୍ୱଶୁର କଥା ବୁଝୁନଥିଲେ । ଏପରିକି ସୁଚିସ୍ମିତା ଧନେଶ୍ୱର ଙ୍କୁ ସବୁବେଳେ ପାଟଣାଗଡ଼ କୁ ରହିବାକୁ ଡାକୁଥିଲେ କିନ୍ତୁ ଧନେଶ୍ୱର ନିଜ ବୟସ୍କ ବାପା ମାଆ କୁ ଛାଡି ଯିବା ପାଇଁ ମନା କରିଥିଲେ । ଏହି ଘଟଣା କୁ ନେଇ ତିତକ୍ତା ଲାଗି ରହୁଥିଲା । ଏପରିକି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳି କଜିଆ କୁ ଦୃଷ୍ଟିରେ ରଖି ଘର ପରିବାର ଲୋକେ ଧନେଶ୍ୱର ଙ୍କୁ ପାଟଣାଗଡ଼ ଯିବା ପାଇଁ ମନା କରିଥିଲେ ହେଲେ ଧନେଶ୍ୱର ବାଧ୍ୟ ହୋଇ ୨୦୨୨ ମେ ମାସ ୮ ତାରିଖ ଦିନ ସୁଚିସ୍ମିତା ଙ୍କ ପାଖକୁ ଯାଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ମୁତାବକ ଧନେଶ୍ୱର କିଛି ଦିନ ଗଲାପରେ ଘରକୁ ଫୋନ କରି କହିଥିଲେ କି, "ବାପା ଆମ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ ଲାଗିରହୁଛି, ମୁଁ ମୋ ସ୍ତ୍ରୀ ପାଖରେ ଖାଉନାହିଁ, ହୋଟେଲରେ ସବୁବେଳେ ଖାଉଛି, ମୁଁ ପାଟଣାଗଡ଼ରେ ଶାନ୍ତିରେ ରହି ପାରୁନାହିଁ, ମୋ ସହିତ ସୁଚିସ୍ମିତା ସବୁବେଳେ କଳି ସୃଷ୍ଟି କରୁଛି ମୁଁ ଉତ୍ତର ଦେଲେ ସିଏ ମୋତେ ଗୋଇଠା ମାରୁଛି ଏବଂ ମୁଁ ଯଦି ତାହା କଥା ନମାନେ ଜୀବନରୁ ମରିଦେଵ ବୋଲି ଧମକ ଦେଉଛି" ଏପରି କଥା କହିଲା ପରେ ଫୋନ ଟି କଟିଯାଇଥିଲା ଆଉ ରାତି ପର୍ଯ୍ୟନ୍ତ ଫୋନ ଲାଗି ନଥିଲା । କିନ୍ତୁ ମେ ୨୦ ତାରିଖ ବିଳମ୍ୱିତ ରାତ୍ର ରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଠାରେ ଧନେଶ୍ୱରଙ୍କ ମୃତ୍ୟ ଖବର ଆସିଥିଲା । ଯାହାକୁ ନେଇ ଧନେଶ୍ୱର ଙ୍କ ମାଆ , ବାପା, ଭଉଣୀ ଓ ଗ୍ରାମବାସୀ ମାନେ ମେ ୨୧ ତାରିଖରେ ପାଟଣାଗଡ଼ ଯାଇ ଦେଖନ୍ତି କି ଧନେଶ୍ୱର ଙ୍କ ଶରୀର ସାରା ମରଣାନ୍ତକ ଆକ୍ରମଣ କରାଯାଇଥିବାର ଚିହ୍ନ ହୋଇଛି । ଥାନାରେ ଥିବା ଶବକୁ ଯେତେବେଳେ ବ୍ୟବଛେଦ ନିମନ୍ତେ ନିଆଗଲା ଡାକ୍ତର ପ୍ରଥମେ ଶବକୁ ଦେଖିଦେଇ କହିଥିଲେ କି ଆଙ୍କୁ କିଏ ମରିଦେଇଛି ନାଁ କ'ଣ । ଏହି ଘଟଣାକୁ ନେଇ ଧନେଶ୍ୱର ଙ୍କ ପରିବାର ଲୋକ ପାଟଣାଗଡ଼ ଥାନାରେ ମେ ୨୧ ତାରିଖରେ ଧନେଶ୍ୱର ଙ୍କୁ ସୁଚିସ୍ମିତା ଜୀବନରୁ ମାରିଦେଇଛି ବୋଲି ଲିଖିତ ଅଭିଯୋଗ କରିଥିଲେ । ଏହା ମଧ୍ୟରେ ଧନେଶ୍ୱର ଙ୍କ ଶବ ବ୍ୟବଛେଦ ରିପୋର୍ଟ ଏକ ମାସ ପରେ ଆସିଥିଲା ଯେଉଁଥିରେ ଚଂଚକତା କରାଯାଇ ରିପୋର୍ଟ କୁ ବଦଳା ଦିଆଯାଇ ମର୍ଡର ରୁ ଆତ୍ମହତ୍ୟା କରାଯାଇଥିଲା ବୋଲି ପରିବାର ତରଫରୁ ଅଭିଯୋଗ ହୋଇଛି ।
ତେବେ ଏକମାତ୍ର ପୁତ୍ର କୁ ହରାଇ ନ୍ୟାୟ ଅପେକ୍ଷା ରେ ବାପା, ମାଆ, ବନ୍ଧୁ ବାନ୍ଧବ ଓ ଗ୍ରାମବାସୀ ମାନେ ଦେଢ଼ ମାସ ହେବ ଚାହିଁ ରହିଥିଲେ ବି ପୋଲିସ ପ୍ରଶାସନ ପକ୍ଷରୁ କୌଣସି ସମୁଚିତ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏଠାରେ ପ୍ରଶ୍ନ ଉଠେ ପୋଲିସ ପ୍ରଶାସନ ଏ ଆଇନ ବ୍ୟବସ୍ଥା କାହା ପାଇଁ ? ଗରିବ ଲୋକ ମାନଙ୍କ ପାଇଁ ନାଁ ଖାଲି ବଡ଼ ବଡ଼ିଆ ଲୋକମାନଙ୍କ ପାଇଁ ? ଯେଉଁଠି ବିଚରା ମାଆ ଟି ଏକମାତ୍ର ରୋଜଗାରିଆ ପୁତ୍ର ର ମୃତ୍ୟରେ କାନ୍ଦି କାନ୍ଦି ଦୀର୍ଘ ଅଢେଇ ମାସରୁ ଉର୍ଦ୍ଧ୍ବ ହେବ ନ୍ୟାୟ ଅପେକ୍ଷା ରେ ଚାହିଁବସିଛି ସେଠି ଏପର୍ୟ୍ୟନ୍ତ ପୋଲିସ ପ୍ରଶାସନ ର କାର୍ଯ୍ୟନୁଷ୍ଠାନ ରେ ଶିଥିଳତା ସଧାରଣ ରେ ଗମ୍ଭୀର ସନ୍ଦେହ ସୃଷ୍ଟି କରିଛି । ସବୁଠାରୁ ବଡ଼ ବିଡମ୍ବନା ର ବିଷୟ ସ୍ୱାମୀର ମୃତ୍ୟୁ ହୋଇଥିଲେ ମଧ୍ୟ ପତ୍ନୀ ଶବ ସଂସ୍କାର ରେ ଯୋଗ ନଦେବା, ରୀତି ନୀତି ଅନୁଯାୟୀ ବିଧବା ନହେବା, ଶଙ୍ଖା , ସିନ୍ଦୁର ନପୋଛିବା ଯାହାକି ଅତ୍ୟନ୍ତ ଦୁଃଖର ବିଷୟ । ଏପରିକି ଦୁହିଁଙ୍କ ର ଶିଶୁ ପୁତ୍ର ମଧ୍ୟ ରହିଛି । ତେବେ ପ୍ରକୃତରେ ଧନେଶ୍ୱର ଙ୍କୁ କିଏ ମାରିଛି ? ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ? ଯଦି ଧନେଶ୍ୱର ଙ୍କୁ ମାରିଦେଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି ଏପର୍ଯ୍ୟନ୍ତ ପୋଲିସ ଆସାମୀକୁ ଗିରଫ କରିନାହିଁ କାହିଁକି ? ଅଢେଇ ମାସ ମଧ୍ୟରେ ପାଟଣାଗଡ଼ ପୋଲିସ ଏହାର ତଦନ୍ତ ନକରି ଚୁପଚାପ ବସିଛି କ'ଣ ପାଇଁ ? ଧନେଶ୍ୱର ଙ୍କ ପରିବାର ତରଫରୁ FIR କପି ମଗାଯାଇଥିଲେ ମଧ୍ୟ ପୋଲିସ ନଦେବା ? ତେବେ ଏହି ସବୁ ଘଟଣା ଉପରେ ଭିଜିଲାନ୍ସ ତଦନ୍ତ ପାଇଁ କଟକ ଗତିରାଉତପାଟଣା ଗ୍ରାମବାସୀ ମାନଙ୍କ ସମେତ ମୃତ ଧନେଶ୍ୱର ଙ୍କ ପିତା, ମାତା ଓ ଆତ୍ମୀୟସ୍ଵଜନ ମାନେ ଦୃଢ ଦାବି କରିଛନ୍ତି । ତେବେ ଅଢେଇମାସ ହେବ ସମସ୍ତଙ୍କ ର ଧର୍ଯ୍ୟ ଧରିବାର ସୀମା ଲଙ୍ଘିବାକୁ ବସିଲାଣି । ତେବେ ଧନେଶ୍ୱର ଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଆସାମୀ ମାନଙ୍କୁ ଗିରଫ କରାଯିବା ସହ ଦଣ୍ଡ ଦେବା ପାଇଁ ପରିବାର ଲୋକେ ଓ ଗ୍ରାମବାସୀ ମାନେ ଦାବି କରିଛନ୍ତି । ତେବେ ବଲାଙ୍ଗିର ଜିଲ୍ଲା ପୋଲିସ ପ୍ରଶାସନ ସର୍ବୋପରି କଟକ ଜିଲ୍ଲା ପ୍ରଶାସନ ତରଫରୁ ଏହି ଘଟଣାକୁ ଗୁରୁତର ସହ ନେବା ସହିତ ପ୍ରକୃତ ସତ୍ୟାସତ୍ୟ କୁ ଲୋକଲୋଚନକୁ ଆଣିବା ନିମନ୍ତେ ବହୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି । ନଚେତ ଯାହାବି କିଛି ଅଘଟଣ ଘଟିବ ତାହାପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରଶାସନ ଦାୟୀ ରହିବ ବୋଲି କଟକ ଗତିରାଉତପାଟଣା ଅଞ୍ଚଳ ଗ୍ରାମବାସୀମାନଙ୍କ ସମେତ ସାଧାରଣ ରେ ମଧ୍ୟ କୁହାଯାଇଛି ।