ଦୂଷିତ ପାଣି ମୁଖ୍ୟ କାରଣ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନକଲେ ଜିଲ୍ଲା ଜଳ ଯୋଗାଣ ଓ ପରିମଳ ବିଭାଗ ନିବାହୀ ଯନ୍ତ୍ରୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପି. ଗୋବିନ୍ଦପୁର ଗାଁରେ ଝାଡା ବାନ୍ତି ଆତଙ୍କ ଥମିବାର ନାଁ ଧରୁନି। ପୁଣି ୧୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଗୋବିନ୍ଦପୁର ବିଦ୍ୟାଳୟ ହଷ୍ଟେଲରେ ରହି ୫ମ ଶ୍ରେଣୀରେ ପାଠ ପଢ଼ୁଥିବା ୨ଜଣ ଛାତ୍ର ଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଚିକିତ୍ସିତ ହେଉଛନ୍ତି। ଗୋବିନ୍ଦପୁର ନିକଟ ଜାମଲିଙ୍ଗ ଗାଁର ଜଣେ ମହିଳା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଆଉ ୮ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଜିଲ୍ଲା ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ପ୍ରକାଶ ଦାଶ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ନୂତନ ନଳକୂପ ଖନନ, ନଳକୂପ ମରାମତି, ବସୁଧା ପାଣି ଟାଙ୍ଗିକୁ ବିଶୋଧନ କରିବା ଓ ପରିମଳ ସଫା ରଖିବା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନା ଯୋଗ୍ୟ ଗତ ଜୁଲାଇ ୨୬ ସନ୍ଧ୍ୟାରେ ହଠାତ ଗାଁରେ ୫ ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହେବା ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ସେମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଚିକିତ୍ସିତ ଅବସ୍ଥାରେ ଗାଁର ୯ ବର୍ଷର ନାବାଳିକାର ମୃତ୍ୟୁ ଘଟିଥିଲା।
ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଥିବା ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡ. ନମିତା ପଣ୍ଡା କହିଛନ୍ତି।
ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ଲୋକେ ଆରୋଗ୍ୟ ଲାଭ ପାଇଁ ଝଡାଫୁଙ୍କା ଓ ଜଡିବୁଟି ଔଷଧ ସେବନ କରିଥିବା ଓ ଦୂଷିତ ଜଳ ପାନୀୟ ଭାବେ ବ୍ୟବହାର କରିଥିବାରୁ ଝାଡ଼ାବାନ୍ତି ବ୍ୟାପିଥିବା ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡା.ପଣ୍ଡା କହିଛନ୍ତି। ବର୍ତ୍ତମାନ ସେଠାକାର ପରିସ୍ଥିତି ପୁଣି ବିଗିଡି ଯାଇଛି। ଏହାକୁ ଅନୁଧ୍ୟାନ କରିବା ପାଇଁ ଗାଁରେ ୨୮ରେ ପହଞ୍ଚିଥିଲେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରର ୨ଜଣ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଓ ଜଣେ ଏପିଡେମୋଲଜିଷ୍ଟ , ଜିଲ୍ଲାସ୍ତରୀୟ ଜନପ୍ରତିନିଧି ଏବଂ ବ୍ଳକ ଅଧିକାରୀମାନେ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମୃତ ଶିଶୁକନ୍ୟାର ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଆକ୍ରାନ୍ତ ମାନଙ୍କ ସ୍ଵାସ୍ୟ ବସ୍ଥା ପଚାରି ବୁଝିଥିଲେ। ଡାକ୍ତରୀ ଦଳ ସେଠାକାର ୭ଟି ଜଳଉତ୍ସର ପାନୀୟ ଜଳର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ରର ଟିମ ଯାଇ ଗାଁ ଲୋକଙ୍କୁ ସଚେତନ କରାଇବା ସହିତ ଗରମ ପାଣି ବ୍ୟବହାର କରିବା , ପାଣିରେ ହାଲୋଜିନ ବଟିକା ବ୍ୟବହାର , ପାଇଖାନାର ବ୍ୟବହାର ଓ ଓଆରଏସ ପାଉଡର ବ୍ୟବହାର କରିବା ଉପରେ ଲୋକଙ୍କୁ ବୁଝାଇଥିଲେ।