କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ:ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମୁଣ୍ଡା ଗାଁ ରେ ଥିବା ଏକ ରିଲାଏନ୍ସ ଟାୱାର ର ଏଙ୍ଗେଲ ଲୁହା କୁ କିଛି ଦୁର୍ବୁତ୍ତ ଗୁରୁବାର ବିଳମ୍ବିତ ରାତ୍ରିରେ ଚୋରି କରିବା ସହ ଏକ ଟ୍ରକ ରେ ବୋଝେଇ ଅନ୍ୟତ୍ର ସ୍ଥାନାନ୍ତର କରୁଥିବାବେଳେ ଘଟଣା ସ୍ଥଳରେ ଟ୍ରକ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖିଛି ଟିକିରି ପୋଲିସ । ସୂଚନା ପ୍ରକାରେ ଦୀର୍ଘ ୮/୯ ବର୍ଷ ଧରି ଟିକିରି ଥାନା ଅନ୍ତର୍ଗତ ମୁଣ୍ଡା ଗାଁ ରେ ରିଲାଏନ୍ସ ଟାୱାର ଟିଏ ସ୍ଥାପନ କରାଯାଇଥିଲା । କୌଣସି କାରଣ ରୁ ଏହା କାର୍ଯ୍ୟକ୍ଷମ ନ ହେଇ ପରିତ୍ୟକ୍ତ ଅବସ୍ତା ପଡିରହିଥିଲାବେଳେ ଏହିମାମଲା ଏବେ ସୁପ୍ରିମକୋର୍ଟ ରେ ପଡିରହିଛି । ରକ୍ଷଣାବେକ୍ଷଣ ଦାୟିତ୍ୱ ରେ କେହି ନଥିବା ସ୍ଥଳରେ ସେଥିରେ ବ୍ୟବହୃତ ଡିଜି ସହିତ ଅନ୍ୟ ସାମଗ୍ରୀ ସବୁ ଦିନ ପ୍ରତିଦିନ ଚୋରି ହେବାରେ ଲାଗିଛି । ହେଲେ ଗୁରୁବାର ସନ୍ଧ୍ୟା ରୁ ସ୍ଥାନୀୟ ମୁଣ୍ଡା ଗାଁ ର ଜଣେ ଯୁବକ ସହ ନବରଙ୍ଗପୁର ଓ ଛତିଶଗଡ଼ ଅଞ୍ଚଳ ର ଅନ୍ୟ ଚାରିଜଣ ବ୍ୟକ୍ତି ଚୋରା ଚାଲାଣ ଉଦ୍ଧେଶ୍ୟରେ ସେହି ରିଲାଏନ୍ସ ଟାୱାର ର ଲୁହା ଏଙ୍ଗେଲ କୁ ଖୋଲାଇ ସାଇତି ରଖିଥିଲେ । ଏହାକୁ ନେଇ ଉକ୍ତ ଗ୍ରାମର ବିମଳେଶ୍ୱର ପାତ୍ର ନାମକ ଏକ ଯୁବଜ ଟିକିରି ପୋଲିସ ଥାନାରେ ଚୋରି ହେଉଥିବା ସନ୍ଦେହ ରେ ଏକ ଲିଖିତ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସନ୍ଧ୍ୟା ପ୍ରାୟ ୮ ଟା ସମୟ ପରେ ଉକ୍ତ ଲୁହା ବୁଝେଇ ଗାଡିଟିର ନମ୍ବ ହେଲା ସିଜି ୧୭ କେ,ଡାଵଲ୍ୟୁ ୩୯୫୨ ଟ୍ରକ ଯୋଗେ ଚାଲାଣ ହେଉଥିବା ସମୟରେ । ଟିକିରି ଥାନା ଅଧିକାରୀ ବନ୍ଦନା ନାୟକ ସହ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଗାଡି ଓ ଚୋରି ଘଟଣା ରେ ବ୍ୟବହାର ହେଉଥିବା ଡିଏଲ ୮ସିଏମ ୮୮୧୬ ନମ୍ବର ଟାଟା ସାଫାରି ଜବତ କରି ଟିକିରି ଥାନାରେ ରଖିବା ସହିତ ଏ ସମ୍ପର୍କରେ ରେ ଥିବା ୫ ଜଣଙ୍କୁ ଗୁରୁବାର ରାତିରେ ଅଟକ ରଖିଥିବା ବେଳେ ଶୁକ୍ରବାର ସନ୍ଧ୍ୟା ରେ କୌଣସି କାରଣ ରୁ ମୁଖ୍ୟ ଅଭିଯୁକ୍ତ ଦୁଇଜଣଙ୍କୁ ଛଡା ଯାଇଥିବା ଥିବା ଜଣାପଡିଛି । କିନ୍ତୁ ଆଶ୍ଚର୍ଯ୍ୟ କୌଣସି କାରଣ ରୁ ପୋଲିସ ପକ୍ଷରୁ ମୁଖ୍ୟ ଅଭିଯୁକ୍ତ ଦୁଇଜଣ ଙ୍କୁ ରିହା କରାଯାଇ ଶ୍ରମିକ ଶ୍ରେଣୀ ର ୩ ଜଣଙ୍କୁ ବର୍ତ୍ତମାନ ଅଟକ ରଖାଯାଇଛି । ଏଭଳି ପୋଲିସ ର କାର୍ଯ୍ୟ ସ୍ଵଛତା ଉପରେ ସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ଏହି ନେଇ ଟିକିରି ପୋଲିସ ପକ୍ଷରୁ ଏକ କେସ୍ ମଧ୍ୟ ହୋଇଛି କେସ୍ ନମ୍ବ ହେଲା ୧୦୭/୨୨ ହୋଇଥିବା ଟିକିରି ପୋଲିସ ପକ୍ଷରୁ ସୁଚନା ମିଳିଛି । କିନ୍ତୁ ସମ୍ପୁର୍ଣ୍ଣ ବିଷୟରେ ଜାଣିବା ପାଇଁ ଚେଷ୍ଟା କରୁଥିଲି କିନ୍ତୁ ଟିକିରି iic ଠାରୁ କୋୖଣସି ପ୍ରତିକିଆ ମିଳି ପାରିନାହିଁ |
ରାଜ୍ୟ
ରିଲାଏନ୍ସ ଟାୱାର ଲୁହା ଚୋରି ଘଟଣା ରେ ଗୋଟିଏ ଟ୍ରକ ଗୋଟିଏ ଟାଟା ସାଫାରି ସହ ୫ଜଣଙ୍କୁ ଥାନାରେ ଅଟକ।
- Hits: 362