ଭୁବନେଶ୍ୱର/ଟିକିରି-ବୈକୁଣ୍ଠ ଦୁରିଆ: ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ନିମନ୍ତେ ରାୟଗଡା ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଏକ ପ୍ଲାଣ୍ଟସ୍ତରୀୟ ପରାମର୍ଶକାରୀ କମିଟି ବୈଠକ (ପିଏଲ୍ସିସି) ୨୦୨୨ ଜୁଲାଇ ୨୯ ତାରିଖରେ ଉତ୍କଳ ଆଲୁମିନାର ସହରାଞ୍ଚଳ ପରିସରରେ ଆୟୋଜିତ ହୋଇଯାଇଛି ।
ଜିଲ୍ଲାଗୁଡିକରେ ଏସଏମଇ ଉତ୍ପାଦଗୁଡିକର ଚାହିଦା ଓ ଯୋଗାଣ ସୁଯୋଗ ଅନୁଧ୍ୟାନ କରିବା ଏବଂ ଶିଳ୍ପସମୂହ ଓ ଏମଏସ୍ଏମଇଗୁଡିକ ମଧ୍ୟରେ କାର୍ଯ୍ୟକାରିତାଗତ ସମ୍ପର୍କକୁ ତ୍ୱରାନ୍ୱିତ କରିବା ସକାଶେ ଏମଏସ୍ଏମଇ ଓ ଶିଳ୍ପସମୂହ ମଧ୍ୟରେ ଏକ ସମ୍ପର୍କ ବିନ୍ଦୁ ସ୍ଥାପନ କରିବା ଏହାର ଉଦ୍ଦେଶ୍ୟ । ମୋଟାମୋଟି ଭାବରେ ଏମଏସ୍ଏମଇଗୁଡିକୁ ପ୍ରୋତ୍ସାହିତ କରି ଏହି ଅଞ୍ଚଳରେ ଔଦ୍ୟୋଗିକ ପରିବ୍ୟବସ୍ଥାକୁ ମଜଭୁତ କରିବା ଏହି ବୈଠକର ଉଦ୍ଦେଶ୍ୟ ଥିଲା ।
ବୈଠକରେ ରାୟଗଡା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ସ୍ୱଧା ଦେବ ସି ଅଧ୍ୟକ୍ଷତା କରିଥିବାବେଳେ ୟୁନିଟ ହେଡ୍ ଓ ପ୍ରେସିଡେଣ୍ଟ ଶ୍ରୀ ମଜହର ବେଗ୍ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ । ଶ୍ରୀ ବିକାଶ ଚନ୍ଦ୍ର ବେନ, ଆରଆଇସି, ରାୟଗଡା ସଦସ୍ୟ ଆବାହକ ଭାବରେ ଏହି ବୈଠକ ଆହୂତ କରିଥିଲେ ।
ଶ୍ରୀ ସୁଧାକର ବିଶ୍ୱାଳ, ଚିଫ୍ ଫାଇନାନ୍ସ ଅଫିସର, ଉତ୍କଳ ଆଲୁମିନା ଉକ୍ତ ବୈଠକରେ ଉତ୍କଳ ଆଲୁମିନା ପ୍ଲାଣ୍ଟ ସମ୍ପର୍କରେ ଏକ ମୋଟାମୋଟି ଚିତ୍ର ଉପସ୍ଥାପନ କରିବା ସହିତ ଏହି ଅଞ୍ଚଳର ଏମଏସଏମ୍ଇଗୁଡିକୁ ସମର୍ଥନ କରିବା ନେଇ ରହିଥିବା ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ଆଲୋକପାତ କରିଥିଲେ । ସେ ମଧ୍ୟ ସରକାରଙ୍କୁ ରାଜସ୍ୱ ଓ ଆୟକର ଆକାରରେ ଏହି ପ୍ଲାଣ୍ଟର ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ ।
ହେଡ୍-କମର୍ସିଆଲ,ଉତ୍କଳ ଆଲୁମିନା, ଶ୍ରୀ ଅମିତ ପଣ୍ଡା ଏମଏସ୍ଏମଇଗୁଡିକ ସହିତ ବ୍ୟବସାୟିକ ସହଭାଗିତା ସମ୍ପର୍କରେ ପ୍ରକାଶ କରିଥିଲେ । ସେ କମ୍ପାନୀର ଭେଣ୍ଡର ପଞ୍ଜିକରଣ ବ୍ୟବସ୍ଥା, ଆହରଣଯୋଗ୍ୟ ସାମଗ୍ରୀର ଶିଳ୍ପସ୍ତରରେ ଆବଶ୍ୟକତା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହିତ କମ୍ପାନୀ ପକ୍ଷରୁ ଫ୍ଲାଇ ଆଶ୍ ଏବଂ ଲାଇମ ଗ୍ରିଟ୍ ଯୋଗାଇ ଦିଆଯାଉଥିବା ଭେଣ୍ଡରମାନଙ୍କର ତାଲିକା ପ୍ରକାଶ କରିଥିଲେ ।
ଉତ୍କଳ ଆଲୁମିନାର ଟିମ୍ ସି ଏସ ଆର ଏବଂ ସି ଆର୍ ଏଣ୍ଡ ସଷ୍ଟେନେବିଲିଟି ଗୋଷ୍ଠୀ ବିକାଶ ପ୍ରୟାସସମୂହ ଏବଂ ପ୍ରୋଜେକ୍ଟ ‘ଉଦ୍ୟମୀ’ ଅଧୀନରେ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ସମ୍ଭାବନା ସମ୍ପର୍କରେ ପ୍ରକାଶ କରିଥିଲେ । ଉତ୍କଳ ଆଲୁମିନା ପକ୍ଷରୁ ଏହାର ପ୍ରୋଜେକ୍ଟ ‘ଉଦ୍ୟମୀ’ ଅଧୀନରେ ଏହାର ପାରିପାଶ୍ୱର୍ିକ ଅଞ୍ଚଳରେ କ୍ଷୁଦ୍ର ଶିଳ୍ପଗୁଡିକୁ ପ୍ରୋତ୍ସାହିତ କରିବା ଦିଗରେ ଯୋଗାଇ ଦିଆଯାଉଥବା ସମର୍ଥନ ଆଲୋଚନା ବୈଠକରେ ଉପସ୍ଥିତ ଥିବା ଅଧିକାଂଶ ଅତିଥିଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ।
ରାଜ୍ୟ
ଆରଆଇସି ରାୟଗଡା ପକ୍ଷରୁ ଉତ୍କଳ ଆଲୁମିନା ନିମନ୍ତେ ପ୍ଲାଣ୍ଟ ସ୍ତରୀୟ ପରାମର୍ଶକାରୀ କମିଟି ବୈଠକ
- Hits: 340