ହେଡଲାଇନସ୍:

କାଶୀପୁର ରୁ କଲ୍ୟାଣସିଂହପୁର ମାଡ଼ି ଆସିଛି ଝାଡ଼ାବାନ୍ତି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଦେଖା ଦେଇଥିବା କଲେରା ଏବେ ଜିଲ୍ଲାର କାଶୀପୁର ସମେତ କଲ୍ୟାଣସିଂହପୁର ଓ ରାୟଗଡ଼ା ବ୍ଲକରେ ମଧ୍ୟ ଆତଙ୍କ ଖେଳାଇଛି। ଗତ ୫ଦିନ ମଧ୍ୟରେ କଲ୍ୟାଣସିଂହପୁର ବ୍ଲକର ଲାଷ୍ମୀନଗର ଅଭିନ କଲାଟିଆଙ୍କ ଝାଡ଼ାବାନ୍ତି ରେ ମୃତ୍ୟୁ ହୋଇଥିବା ବେଳେ ଘୁରୁତୁଳି ଗ୍ରାମର ୭ଜଣ ଆକ୍ରାନ୍ତ ହୋଇଛନ୍ତି।ସେହିପରି ବଳଦିଆ ଗ୍ରାମର ୪ଜଣ ଆକ୍ରାନ୍ତ ହୋଇ ସିକରପାଇ ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସେହିପରି ଗତ କିଛିଦିନ ମଧ୍ୟରେ ରାୟଗଡ଼ା ବ୍ଲକର ୧୧୫ଜଣ ଝାଡ଼ାବାନ୍ତି ଆକ୍ରାନ୍ତ ଚିହ୍ନଟ ପରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ମଧ୍ୟ ୧୧ଜଣ ଚିକିତ୍ସାଧିନ ରହିଛନ୍ତି। କାଶୀପୁର ବ୍ଲକରେ ବର୍ତ୍ତମାନ ସୁଦ୍ଧା ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୬ଜଣ ଚିକିତ୍ସାଧିନ ରହିଛନ୍ତି। ଏପରି ସ୍ଥଳେ କଲ୍ୟାଣସିଂହପୁର ଓ ରାୟଗଡ଼ା ବ୍ଲକରେ ଦେଖା ଦେଇଛି ଝାଡ଼ାବାନ୍ତି। ଜିଲ୍ଲାରେ ବର୍ତ୍ତମାନ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁ ଗାଁରେ ଚାଲିଛି ସଚେତନତା।
ଗତ ଦୁଇ ସପ୍ତାହରୁ ଅଧିକ ସମୟ ଧରି କାଶୀପୁର ବ୍ଲକରେ ଦେଖା ଦେଇଛି ହଇଜା । ଆଉ ୧୦ଜଣଙ୍କ ମୃତ୍ୟୁ ହେବା ସହ ୨ଶହରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୫୬ଜଣ ଚିକିତ୍ସିତ ହେଉଛନ୍ତି। ଆଉ ଏହାର ନିୟନ୍ତ୍ରଣ କରିବା ପାଇଁ ୮ଟି ମୋବାଇଲ ଟିମ କାଶୀପୁର ବ୍ଲକରେ ସଚେତନତା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ହଇଜା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ପ୍ରକାର ସଚେତନତା କରାଯାଇଛି। ତଥାପି ନିୟନ୍ତ୍ରଣ ପରିବର୍ତ୍ତେ ପଡ଼ୋଶୀ ବ୍ଲକ ଗୁଡ଼ିକରେ ଦେଖା ଦେଇଛି ଆତଙ୍କ। ଆଜି ପୁଣିଥରେ କାଶୀପୁର ହଇଜା ପ୍ରବଣ ଅଞ୍ଚଳ କୁ RMRC ଦଳ ଗସ୍ତକରି ସ୍ଥିତ ଅନୁଧ୍ୟାନ କରିଛନ୍ତି। ଏପରି ସ୍ଥଳେ ଚିନ୍ତା ବଡାଇଛି କଲ୍ୟାଣସିଂହପୁର ବ୍ଲକରେ ଦେଖା ଦେଇଥିବା ଝାଡ଼ାବାନ୍ତ। ଆଉ ତତ୍ପର ହୋଇଛି ସ୍ଵାସ୍ଥ୍ୟ ବିଭାଗ ୨ଟିମ ଗଠନ କରି ଝାଡ଼ାବାନ୍ତି ହୋଇଥିବା ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନ କରିବା ସହ ଜଳ ଉତ୍ସ ଗୁଡିକୁ ମରାମତି କରିବା ପାଇଁ ଚାଲିଛି ଉଦ୍ୟମ। ଆଉ ଏପରି ହଇଜା ପଡ଼ୋଶୀ ବ୍ଲକ ଗୁଡ଼ିକୁ ବ୍ୟାପୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ।

0
0
0
s2sdefault