ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗରେ ଦୀର୍ଘ ୩୨ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଭରତ ସାହୁ ଆଜି ସରକାରୀ ଚାକିରୀରୁ ଅଵସର ନେଇଛନ୍ତି । ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତ ଜ଼ୀଲ୍ଲାସ୍ତ୍ରରୀୟ ସାମ୍ବାଦିକଙ୍କ ଘରେ ପହଞ୍ଚି ସୂଚନାଦେବା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦୀର୍ଘ ବର୍ଷ ଧରି ତୁଲାଇଛନ୍ତି ଭରତ ଭାଇ । ଅନେକ ସମୟରେ ସରକାରୀ ଚିଠି ଘର ଘର ବୁଲି ବାଣ୍ଟି ସାରି ରାତି ୧୦ ଟା ହେଇଯାଏ ଘରେ ପହଞ୍ଚିବାକୁ । ତଥାପି ସେ କେବେ ତାଙ୍କର କର୍ତ୍ତବ୍ୟରେ ଅବହେଳା କରିନାହାନ୍ତି । ସବୁବେଳେ ହସହସ ମୁହଁ । ଭରତ ଭାଇଙ୍କ ଭଳି ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଆଜି ଦିନରେ ବିରଳ । ତାଙ୍କର ଅଵସର ଜୀବନ ସୁଖରେ କଟୁ ଏତିକି ପ୍ରଭୁ ଜଗନ୍ନାଥ ଓ ମା ସାରଳା ଙ୍କ ନିକଟରେ ପ୍ରାର୍ଥନା କରୁଛୁ l ମୁନ୍ନା ଭାଇ, ଜ୍ୟୋତି ଭାଇ, ସୁମନ୍ତ କୁମାର ଦାସ ଆଦି ସାମ୍ବାଦିକ ଭାଇମାନେ ତାଙ୍କ ସୁଖ ମୟ ଜୀବନ ପାଇଁ ପ୍ରାର୍ଥନା କରୁଛୁ l
ରାଜ୍ୟ
ଭରତ ଭାଇଙ୍କ ପ୍ରତି ସାମ୍ବାଦିକ ଭାଇମାନଙ୍କର ବିଦାୟ ସମ୍ବର୍ଦ୍ଧନା
- Hits: 362