ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟର ନୂତନ ବହିଃବିଭାଗ ସମ୍ମିଳନୀ କକ୍ଷରେ ଡେଙ୍ଗୁ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ କହିଲେ ଡେଙ୍ଗୁ ରୋଗର ନିରାକରଣ ପାଇଁ ବ୍ୟାପକ ସଚେତନତା ଦରକାର l ଡେଙ୍ଗୁ ପ୍ରବଳ ଅଞ୍ଚଳଗୁଡିକୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ l ସହର ମଧ୍ୟରେ ଥିବା ଡ୍ରେନଗୁଡିକୁ ନିୟମିତ ସଫା କରିବା,ଖୋଲାଥିବା ଡ୍ରେନ ଉପରେ ସ୍ଲାବ୍ ପକାଇବା, ମଶା ତେଲ ପକାଇବା ଉପରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ବାହୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଏଥି ସହିତ ବିଦ୍ୟାଳୟମାନଙ୍କରେ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ l ଜିଲ୍ଲା ମଙ୍ଗଳ ଅଧୀନରେ ଜିଲ୍ଲାରେ ଥିବା ୩ ଗୋଟି ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀମାନେ ଯେପରି ମଶାରୀ ବ୍ୟବହାର କରିବେ,ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲା ମଙ୍ଗଳଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ lଶିଳ୍ପସଂସ୍ଥାଗୁଡିକରେ ମଶା ବଂଶ ନିୟନ୍ତ୍ରଣ, ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡିକରେ ଡେଙ୍ଗୁ ପୋଷ୍ଟର ଲଗାଇବା,ସମସ୍ତ ଚିକିତ୍ସାଳୟରୁ ଡେଙ୍ଗୁରୋଗୀ ଚି଼ହ୍ନଟ ସହ ସେମାନଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରି ପ୍ରେରିତ କରିବା ପାଇଁ ନିର୍ଦେଶ ଦେଇଥିଲେ l ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ କ୍ଷେତ୍ରବାସୀ ଦାଶ ଡେଙ୍ଗୁ ରୋଗ ଏହାର ପ୍ରତିକାର ସମ୍ବଦ୍ଧରେ ଆଲୋଚନା କରିଥିଲେ l ଜିଲ୍ଲା ଭେକ୍ଟର ବହିଟି ରୋଗ ପରାମର୍ଶ ଦାତା ଶ୍ରୀ ଅସିତ କୁମାର ଦାଶ ପ୍ରୋଜେକ୍ଟର ମାଧ୍ୟମରେ ଜିଲ୍ଲାର ଡେଙ୍ଗୁ ସ୍ଥିତି, ନିରାକରଣ କାର୍ଯ୍ୟକ୍ରମ ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ l ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪୪ P ନମୁନା ପରୀକ୍ଷା କରାଯାଇ ୧୩ ଜଣ ଡେଙ୍ଗୁ ରୋଗୀ ଚି଼ହ୍ନଟ କରାଯାଇଛି l ସେଥିମଧ୍ୟରୁ ଜିଲ୍ଲା ୧୨ ଜଣ ସଂକ୍ରମିତ ହୋଇଥିବା ବେଳେ ମାତ୍ର ଗୋଟିଏ ରୋଗୀ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି l
ଏହି ବୈଠକରେ ଜିଲ୍ଲାଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଶତ୍ରୁଘ୍ନ ଦାଶ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ମେଡିକାଲ), ଡ଼ଃ ନିମାଇଁ ଚରଣ ନାୟକ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼ଃ ପ୍ରମୋଦ କୁମାର ବାରିକ, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ଚକ୍ରଧର ଜେନାଙ୍କ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ l ଏହି ସମନ୍ୱୟ ବୈଠକରେ ଶିକ୍ଷା, ପଞ୍ଚାୟତ ରାଜ, ପୌରପାଳିକା, ମସ୍ୟ ଓ ପଶୁ ସମ୍ପଦ, ଜିଲ୍ଲା ମଙ୍ଗଳ,ସାମାଜିକ କଲ୍ୟାଣ, ଜିଲ୍ଲା ଶିଳ୍ପ ସଂସ୍ଥା, ଡ୍ରଗସ ଇନିସିପେକ୍ଟର, କୃଷି ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଶେଷରେ ଶ୍ରୀ ସୁକାନ୍ତ କୁମାର ପ୍ରଧାନ, ଡେପୁଟି ମ୍ୟାନେଜର ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ଡେଙ୍ଗୁ ଉପକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ
- Hits: 289