ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସରେକେଲା ପଞ୍ଚାୟତ ର ଶୁକଲିପାହାଡ଼ ଗ୍ରାମରେ ଘରେ ଘରେ ଜ୍ଵର ରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛିl ଆଶା, ଏନ ଏମ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଶତାଧିକ ଜ୍ଵର ଆକ୍ରାନ୍ତ ରୋଗୀ ରକ୍ତ ନମୁନା ପରୀକ୍ଷା କରି ଡାକ୍ତର ଙ୍କ ପରାମର୍ଶ ଅନୁଯାୟୀ ଔଷଧ ନେଇ ଖାଉଥିବା ଦେଖିବାକୁ ମିଳିଛି l ଜଣେ ପାଞ୍ଚମାସ ଶିଶୁର ଜ୍ଵର ରେ ହେଉ ଅବା ଅନ୍ୟ କୌଣସି କାରଣ ବଶତଃ ହେଉ ଶିଶୁଟି ର ମୃତ୍ୟୁ ହୋଇଗଲା l ଫଳ ରେ ଶୁକଲିପାହାଡ଼ ଗ୍ରାମ ରେ ଭୟଭୀତ ହୋଇଗଲେ l ଵର୍ତମାନ ବରଗଡ଼ ଜିଲ୍ଲା ରେ କରୋନା ବଢ଼ି ଚାଲି ଚାଲିଥିବାରୁ ଆହୁରି ଭୟଭୀତ ହୋଇପଡିଛନ୍ତି ଲୋକେ l ଉକ୍ତ ଗ୍ରାମଟି ନଦୀ ନାଳ ପାହାଡିଆ ଅଞ୍ଚଳ ହୋଇଥିବାରୁ ମ୍ୟାଲେରିଆ ବଢିବାର ସମ୍ଭାବନା ଅଛି l ମ୍ୟାଲେରିଆ ରୋଗୀ ଚି଼ହ୍ନଟ ହୋଇଥିବା ଯୋଗୁଁ l ଜିଲ୍ଲା ପ୍ରଶାସନ ଗ୍ରାମକୁ ଡ଼ି. ଡ଼ି. ଟି. ସିଞ୍ଚନ କରାଇବା ସକାଶେ ଜନସାଧାରଣ ଅନୁରୋଧ କରିଛନ୍ତି l
ରାଜ୍ୟ
ଶୁକଲିପାହାଡ଼ ଗ୍ରାମ ରେ ମ୍ୟାଲେରିଆ ରୋଗୀ ଚି଼ହ୍ନଟ
- Hits: 456