ହେଡଲାଇନସ୍:

ଖୁବ ଶୀଘ୍ର ଚାଷୀଙ୍କୁ ମିଳିପାରେ ବୀମା ଟଙ୍କା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବିଧ୍ୟାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ପ୍ରଚେଷ୍ଟା ରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ବୀମା କମ୍ପାନୀ ର ପ୍ରତିଶ୍ରୁତି

ବରଗଡ / ଭୁବନେଶ୍ୱର :- ପ୍ରଧନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଗତବର୍ଷ ଚାଷୀ ମାନେ ପ୍ରିମୀୟମ ଭରିବା ସତ୍ତ୍ୱେ ବାରମ୍ବାର ବାରମ୍ବାର ବିଭିନ୍ନ ଉପାୟରେ ବୀମା ଟଙ୍କା ପାଇବା ପାଇଁ ଦାବି କରିବା ସତ୍ତ୍ୱେ ବର୍ତମାନ ସୁଦ୍ଧା ବୀମା ଟଙ୍କା ପାଇ ପାରିନାହାନ୍ତି । ବୀମା ଟଙ୍କା ନ ପାଇବା କାରଣରୁ ସିଂହଭାଗ ଚାଷୀ ବର୍ତ୍ତମାନ ଚାଷ କାର୍ୟ୍ଯ କରିବା ପାଇଁ ଆର୍ଥିକ ଭାବରେ ଅସମର୍ଥ । ବାରମ୍ବାର ଆନ୍ଦୋଳନ ପରେ ମଧ୍ୟ ବୀମା କମ୍ପାନୀ କେବଳ ଚାଷୀ ମାନଙ୍କ ଭଣ୍ଡେଇ ଚାଲିଛି ।
ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ପ୍ରଚେଷ୍ଟାରେ ଆଜି ବରଗଡ଼ , ବଲାଙ୍ଗୀର , ଓ ସମ୍ବଲପୁର ଜିଲ୍ଲାର ସମସ୍ତ ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ନେଇ , ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବିଷୟରେ ଏକ ଉଚ୍ଚସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ମିଟିଂ ରାଜଧାନୀ ଭୁବନେଶ୍ବର ର ସଚିବାଳୟ ତୃତୀୟ ମହଲା କନ୍ଫରେନ୍ସ ହଲ ଠାରେ ହୋଇଥିଲା । ଏହି ବୈଠକରେ ବୀମା କମ୍ପାନୀ ଦ୍ୱାରା ଆସନ୍ତା 29 ତାରିଖ ଦିନ ଉଚ୍ଚ ସ୍ତରୀୟ SLTC ର ବୈଠକ ପରେ ବୀମା ରାଶି ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ବୀମା କମ୍ପାନୀ ଦ୍ୱାର ପ୍ରତିଶୃତି ପ୍ରଦାନ କରାଯାଇଛି ।
ଏହି ଉଚ୍ଚ ସ୍ତରୀୟ ବୈଠକ ପରେ ଚାଷୀ ମାନେ ଖୁବ ଶୀଘ୍ର ବୀମା ଟଙ୍କା ପାଇ ପାରିବେ ବୋଲି ଆଶା ସଂଚାର ହେଉଛି

0
0
0
s2sdefault