ଶିକ୍ଷକ ବଦଳିରେ ପକ୍ଷପାତିତାର ସୀମା ଅତିକ୍ରମ କରୁଛନ୍ତୁ କି ଝାରବନ୍ଧ ବିଇଓ ଚୂଡ଼ାମଣି ବାରିକ
ବରଗଡ଼ :- ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକରେ ସୋମବାର ଦିନ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ବିଭିନ୍ନ ବର୍ଗର ପ୍ରାୟ ୧୭୧ ଟି ଅଭିଯୋଗ ହୋଇଥିବା ସୂଚନା ରହିଛି । ଅଲ୍ପ କିଛି ଦିନ ପୂର୍ବରୁ ବରଗଡ଼ ଜିଲ୍ଲାରେ ଶିକ୍ଷା ବିଭାଗରେ କଳଙ୍କ ସୃଷ୍ଟି କରି ଭିଜିଲାନ୍ସ ଜାଲରେ ପଡ଼ି ନିଲମ୍ବିତ ହୋଇଥିବା ପୂର୍ବତନ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ ଯିବାପରେ ଝାରବନ୍ଧ ବ୍ଲକର ଦାୟିତ୍ୱ ତୁଲାଉଛନ୍ତି ପାଇକମାଲ ବିଇଓ ଚୂଡ଼ାମଣି ବାରିକ । ତାଙ୍କର କାର୍ଯ୍ୟକଳାପ ଦେଖି ସେ ମଧ୍ୟ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପଥରେ ଚାଲୁଥିବା ପ୍ରତୀୟମାନ ହେଉଛି ତେଣୁ ନିର୍ଯାତନା ରେ ଅତିଷ୍ଠ ଶିକ୍ଷକ ମାନେ ତାଙ୍କ ବିରୁଦ୍ଧରେ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଶିକ୍ଷକ ବଦଳି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ କିଛି ଶିକ୍ଷକ ମାନଙ୍କୁ ବଦଳି କରିବା ସହ ବାହାର ବ୍ଲକର ଶିକ୍ଷକ ମାନଙ୍କୁ ବୈମାତୃକ ମନୋଭାବ ଦେଖାଇବା ଯୋଗୁଁ ଶିକ୍ଷକ ମହଲରେ ତୀବ୍ର ସମାଲୋଚନା ହେଉଛି ।
ଝାରବନ୍ଧ ବ୍ଲକରେ ଦିର୍ଘ ବର୍ଷ ହେଲା କାମ କରୁଥିବା ଶିକ୍ଷକମାନଙ୍କ ବଦଳିକୁ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆକ୍ରୋଶମୂଳକ ଭାବେ ରଦ୍ଦ କରିଥିବା ସହ ଝାରବନ୍ଧ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ଯୋଗୁଁ ଶିକ୍ଷକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । କିଛି ଶିକ୍ଷକ ନିଜ ପ୍ରତି ହେଉଥିବା ଅନ୍ୟାୟକୁ ପ୍ରତିବାଦ କରି ଝାରବନ୍ଧ ଜନଶୁଣାଣୀ କାର୍ଯ୍ୟକ୍ରମକୁ ଯାଇ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ଭେଟି ନିଜ ଦୁଃଖ ବଖାଣିଥିଲେ ଯାହାର ଫଳସ୍ୱରୂପ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜବୋଡାସମ୍ବର ବ୍ଲକର ଜଣେ ଶିକ୍ଷକ ଝାରବନ୍ଧ ବ୍ଲକର ଟୁହୁଙ୍ଗିଦାଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତବର୍ଷ ଠାରୁ ଶିକ୍ଷକତା କରୁଛନ୍ତି ସେ ୨୦୨୧ ମସିହାରୁ ନୂଆପଡା ଜିଲ୍ଲାରୁ ବଦଳି ହୋଇ ଆସି ପ୍ରତିଦିନ ନିଜ ଘର ବରିକେଲରୁ ବାଇକ ଯୋଗେ ପାଖାପାଖି ୫୦ କିଲୋମିଟର ଯାତ୍ରା କରି ଟୁହୁଙ୍ଗିଦାଦର ବିଦ୍ୟାଳୟକୁ ଶିକ୍ଷକତା ପାଇଁ ଆସୁଥିଲେ. କିନ୍ତୁ ହଠାତ ୨୨/୦୭/୨୦୨୨ ତାରିଖରେ ଏକ ଚିଠି ମାଧ୍ୟମରେ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ତାଙ୍କୁ ଆହୁରି ଭିତରେ ଥିବା ଏକ ଜାଗାକୁ ବଦଳି କରି ବାହାର ବ୍ଲକର ଶିକ୍ଷକ ମାନଙ୍କୁ କିଭଳି ଭାବେ ଝାରବନ୍ଧ ବ୍ଲକରେ ବୈମାତୃକ ମନୋଭାବ ରଖି ହଇରାଣ କରାଯାଉଛି ବୋଲି ମନେ ହେଉଛି । ଶିକ୍ଷକଙ୍କ ଘରୋଇ ପରିସ୍ଥିତି ଠିକ ନ ଥିବା ଯୋଗୁଁ ବାଧ୍ୟ ହୋଇ ଏହି ନିର୍ଦେଶକୁ ପ୍ରତ୍ୟାହାର କରିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅପରପକ୍ଷରେ ଜଣେ ପଦୋନ୍ନତି ପାଇଥିବା ଶିକ୍ଷକଙ୍କୁ ଗୋଟିଏ ମାସ ନ ପୁରୁଣୁ ନିଜ ଗାଁ ପାଖ ଜାଗାକୁ ଆଣିଥିବା ଯୋଗୁଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାରିକଙ୍କ ମହତ ଉଦ୍ଦେଶ୍ୟ ସନ୍ଦେହ ଘେରକୁ ଆସୁଛି ।ଏହିଭଳି ଭାବେ ଗତ ୧୦ ବର୍ଷ ଧରି ବାହାର ବ୍ଲକରୁ ଝାରବନ୍ଧ ବ୍ଲକକୁ ଶିକ୍ଷକତା ପାଇଁ ଆସିଥିବା ଶିକ୍ଷକଙ୍କ ସହ ପାତର ଅନ୍ତର ନୀତି ଯୋଗୁଁ ଶିକ୍ଷକ ମାନେ ଅତିଷ୍ଠ ହୋଇ କିଛି ଶିକ୍ଷକ ଜନଶୁଣାଣୀ କାର୍ଯ୍ୟକ୍ରମ କୁ ଯାଇଥିବା ବେଳେ ଅନ୍ୟ କିଛି ଶିକ୍ଷକ ଅନ୍ଲାଇନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି.ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ ଯେ ଗତ କିଛି ବର୍ଷ ମଧ୍ୟରେ ଯେଉଁସବୁ ଶିକ୍ଷକ ଙ୍କ ବଦଳି ହୋଇଛି ତାହା ସରକାରୀ ନିୟମାବଳୀ ବିରୁଦ୍ଧରେ ହୋଇଛି ତେଣୁ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । କିଛି ଶିକ୍ଷକ ଙ୍କ ବଦଳି ସମୟରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ର ନିୟମାବଳୀ କୁ ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି. ଗଣଶିକ୍ଷକଙ୍କ ବଦଳରେ ଶିକ୍ଷା ସହାୟକଙ୍କୁ ବଦଳି କରାଯାଇଛି କିନ୍ତୁ ପ୍ରକୃତ ଅସୁବିଧା ରେ ଥିବା ଶିକ୍ଷକ ମାନଙ୍କୁ ଆକ୍ରୋଶ ମୂଳକ ଭାବେ ବଦଳି କରାଯାଇନାହିଁ ।
ରାଜ୍ୟ ସରକାରଙ୍କ ଶିକ୍ଷକ ବଦଳି ନିୟମ ଅନୁଯାୟୀ ଗୋଟିଏ ବିଦ୍ୟାଳୟରେ ୬ ବର୍ଷ ଚାକିରୀ କରିସାରିଥିବା ଶିକ୍ଷକ ମାନେ ବଦଳି ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ବୋଲି ସ୍ପଷ୍ଟ ନିର୍ଦେଶ ଥିବା ସତ୍ତ୍ୱେ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ସରକାରୀ ନିୟମ ବିରୁଦ୍ଧରେ ଯାଇ ଅନେକ ଶିକ୍ଷକ ମାନଙ୍କ ବଦଳିକୁ ରଦ୍ଦ କରିଦେଇଛନ୍ତି.ଅପରପକ୍ଷରେ ଝାରବନ୍ଧ ବ୍ଲକର ଅନେକ ଶିକ୍ଷକ ଗୋଟିଏ ଗୋଟିଏ ସ୍କୁଲରେ ୧୦ ରୁ ୧୫ ବର୍ଷ ରହିଥିଲେ ମଧ୍ୟ ତାଙ୍କୁ ବଦଳି କରାଯାଉନାହିଁ ଯାହାକି ବଦଳି ନିୟମ ୨୦୧୮ ର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ ଅଟେ । ଏଭଳି ପରିସ୍ଥିତିରେ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସୁଛି ଯାହାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି । ବରଗଡ଼ ଜିଲ୍ଲାର ଅନ୍ୟାନ୍ୟ ବ୍ଲକରୁ ଆସି ଝାରବନ୍ଧ ବ୍ଲକରେ
ଚାକିରୀ କରୁଥିବା ଶିକ୍ଷକ ମାନଙ୍କ ପାଇଁ ନିଜ ବ୍ଲକକୁ ବଦଳି କରିବା ର ଏକ ସ୍ୱତନ୍ତ୍ର ନିୟମ ହେଉ ବୋଲି ଶିକ୍ଷକମାନେ ଦାବୀ କରିଛନ୍ତି ।