ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକଅଦାଲତ ଆସନ୍ତା ତା. ୧୩/୦୮/୨୦୨୨ ରିଖ ଶନିବାର ଦିନ ଅନୁଷ୍ଠିତ ହେବାକୁ ଯାଉଅଛି । ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇ ପାରିବ l ବିଚାରାଧୀନ ମକଦ୍ଦମା ସହ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାକ ମକଦ୍ଦମା ସ୍ତରୀୟ ତଥା କଚେରୀରେ ଦାୟର ହୋଇ ନଥିବା ବିବାଦର ମଧ୍ୟ ସମାଧାନ କରାଯାଇ ପାରିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ କୁମାରୀ ନିବେଦିତା ପଣ୍ଡା ସୂଚନା ଦେଇଛନ୍ତି l ଲୋକ ଅଦାଲତରେ କୌଣସି ପ୍ରକାର ଆର୍ଥିକ ଦ୍ୟୟ ଦେବାବାକୁ ପଡ଼ୁ ନଥିବାରୁ ଜନ ସାଧାରଣ ଉକ୍ତ ଲୋକ ଅଦାଲତର ସୁଯୋଗ ନେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆ ଯାଇଛି l
ରାଜ୍ୟ
ଆସନ୍ତା ଅଗଷ୍ଟ ୧୩ ତାରିଖରେ ରାୟଗଡ ଜିଲ୍ଲାରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ
- Hits: 385