ହେଡଲାଇନସ୍:

ଶ୍ରୀ ଶ୍ରୀ ବଳଦେବଜୀଉ ସେବା ସମବାୟ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ) - ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଗ୍ରାମ ପଞ୍ଚାୟତ ବଳଦେବଜୀଉ ସେବାସମବାୟ ସମିତି ର ନବନିର୍ବାଚିତ ସଭ୍ୟ ଓ ସଭ୍ୟା ମାନଙ୍କର ପ୍ରଥମ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସମବାୟ ଦୁନିଆର ବିଶିଷ୍ଟ ତଥା ପରିଚିତ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ଧୀରେନ୍ଦ୍ର ନାଥ ବେହେରାଙ୍କ ସଭାପତିତ୍ୱ ସଭାରେ ସମସ୍ତ ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ ଓ ଧୀରେନ୍ଦ୍ରନାଥ ବେହେରାଙ୍କ ଦ୍ୱାରା ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ବଳଦେବଜୀଉ ସମବାୟ ସମିତି ପାଇଁ ଆଜି ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନାରୀସଶକ୍ତି କରଣ ଆଦର୍ଶ ରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଙ୍କ ନିର୍ଦେଶରେ ଶ୍ରୀଯୁକ୍ତ ଧୀରେନ୍ଦ୍ର ନାଥ ବେହେରାଙ୍କ ଉଦ୍ୟମରେ ୯ ଜଣ ମହିଳା ଙ୍କୁ ସମିତିର ଡ଼ାଇରେକ୍ଟର ପଦବୀ ଆସନ ପାଇଁ ନିର୍ଦ୍ବନ୍ଦରେ ନିର୍ବାଚିତ କରାଯାଇଛି । ପ୍ରାୟ ଓଡ଼ିଶାର ଅଧିକାଂଶ ସମବାୟ ସମିତିରେ ତିନି କିମ୍ବା ଚାରିଜଣ ମହିଳା ଉକ୍ତ ପଦବୀ ହାସଲ କରିଥିବା ବେଳେ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ବଳଦେବଜୀଉ ସେବାସମବାୟ ସମିତିରେ ସର୍ଵାଧିକ ୯ ଜଣ ମହିଳାଙ୍କୁ ଡ଼ାଇରେକ୍ଟର ପଦବୀ ହାସଲ କରିବାର ସୌଭାଗ୍ୟ ମିଳିଛି । ଯାହାକି ଗ୍ରାମୀଣ ସମବାୟ ଦୁନିଆ ପାଇଁ ଏକ ବୃହତ୍ତ ରେକର୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ । ଅପର ପକ୍ଷରେ ବିଧାୟକ ପ୍ରତାପ ଜେନା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମହିଳା ମାନଙ୍କ ମଧ୍ୟରେ ବିନୋଦିନୀ ବେହେରା, ସୁଲୋଚନା ବେହେରା, ନର୍ମଦା ପୃଷ୍ଟି, ମଧୁସ୍ମିତା ପୃଷ୍ଟି, ମାତନ ପାଢ଼ୀ, ଅର୍ଣ୍ଣପୂର୍ଣ୍ଣା ବେହେରା, ସାବିତ୍ରୀ ରାଉତ, ମାନସୀ ନାୟକ, ସ୍ଵର୍ଣ୍ଣପ୍ରଭା ସେଠୀ ସମିତି ର ଡାଇରେକଟର ପଦବୀ ହାସଲ କରିଥିବା ବେଳେ, ପୁରୁଷ ଡାରେକଟର ପଦବୀ ଗୁଡିକ ରେ, ଧୀରେନ୍ଦ୍ର ନାଥ ବେହେରା, ପ୍ରଫୁଲ୍ଲ ପୃଷ୍ଟି, ପ୍ରାଣକୃଷ୍ଣ ସ୍ୱାଇଁ, ବଟକୃଷ୍ଣ ରାଉତ, ପ୍ରମୋଦ ବେହେରା ଓ ପୂର୍ଣ୍ଣାନନ୍ଦ ସାହୁ ଉପସ୍ଥିତ ହୋଇଥିଲେ ।

0
0
0
s2sdefault