ଜଗତସିଂହପୁର/ସୁମନ୍ତ କୁମାର ଦାସ: ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ବଭନ ପରିସରରେ ସ୍ୱାଧୀନତା ୭୫ବର୍ଷ ପୂର୍ତ୍ତି ଆଦ୍ୟାଧିକ ଅମୃତ ମହୋତ୍ସବ ପାଳନ ଅବସରରେ ବିଜୁଳି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ କହିଲେ ଆଜି ଜିଲ୍ଲାରେ ସହର ଓ ଗ୍ରାମାଞ୍ଚଳରେ ବିଦ୍ୟୁତ ସଂଯୋଗ ହୋଇପାରିଛି l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଓ କାର୍ଯ୍ୟକାରିତାରେ ଗ୍ରାହକମାନେ ଉପକୃତ ହୋଇଛନ୍ତି l ଏହି ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରୀ କହିଲେ ଆଜି ଆମେ ଆର୍ଯ୍ୟଦିକ ଅମୃତ ମହୋତ୍ସବ ଉପଲକ୍ଷେ ବିଜୁଳି ମହୋତ୍ସବ ଆଜି ଜିଲ୍ଲା ସଦର ମହୋକୁମାରେ ପାଳନ କରାଯାଇଛି ଏବଂ ଆସନ୍ତାକାଲି ପାରାଦ୍ୱୀପରେ ପାଳନ କରାଯିବ l ବିଦ୍ୟୁତ କାରଣର ଆଜି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସରକାରଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସଂକୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଭିଡିଓ ପ୍ରଦଶନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ କଞ୍ଜୁମର ରାଇଟସ ଏବଂ ବିଭିନ୍ନ ସରକାର ବିଦ୍ୟୁତ କରଣ ଯୋଜନା ସମ୍ପର୍କରେ ସଚେତନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ଉତ୍ସବ ରେ ମହାପ୍ରବନ୍ଧକ, ଓ. ପି. ଟି. ସି. ଏଲ ଶ୍ରୀ ଚନ୍ଦ୍ରଶେଖର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ, ପୌରାଧ୍ୟକ୍ଷ ଶ୍ରୀମତୀ ଅର୍ଚନା ସିଂହ ଯୋଗଦେଇ ସରକାର ଙ୍କ ବିଦ୍ୟୁତ କରଣ ଯୋଜନା ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ l ପ୍ରାରମ୍ଭରେ ଏନ. ଟି. ପି. ସି ର ସିନିୟର ମ୍ୟାନେଜର ବିଶ୍ଵଜିତ ସାମନ୍ତରାୟ ଯୋଗଦେଇ କହିଲେ ସରକାରଙ୍କର ଲୋକାଭିମୁଖୀ ଯୋଜନା ତଥା କାର୍ଯ୍ୟ ସମ୍ପର୍କ ରେ ଜନସଚେତନତା ସୃଷ୍ଟି କରିବା ନିମିତ୍ତ ଏହି ଉତ୍ସବ "ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ପାଳନ କରାଯାଇଛି l ଏହି ଉତ୍ସବ ରେ କ୍ଷୁଦ୍ର ଚଳଚିତ୍ର ମଧ୍ୟମରେ ଜନ ଜାଗରଣ ସୃଷ୍ଟି କରିବାକୁ ପ୍ରୟାସ କରାଯାଇଛି l ଜିଲ୍ଲା ସଂସ୍କୃତି ବିଭାଗ ସହଯୋଗ ରେ ୨ଟି ସଚେତନତା କାର୍ଯ୍ୟକ୍ରମ ନାଟକ ମାଧ୍ୟମରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ପରିବେଷଣ କରାଯାଉଛି l ଶକ୍ତି ମନ୍ତ୍ରାଳୟ, OPTCL, TPCODL ସହ ମିଳିତ ଭାବେ ଆୟୋଜନ କରାଯାଇଛି l ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହଯୋଗରେ ପାଳନ କରିବା ଏବଂ ବିଦ୍ୟୁତ କ୍ଷେତ୍ରରେ ପ୍ରମୁଖ ସଫଳତା କୁ ଆଲୋକିତ କରିବା ପାଇଁ ବିଜୁଳି ମହୋତ୍ସବ ଏକ ପ୍ଲାଟ ଫର୍ମ ଭାବରେ ବ୍ୟବହୃତ ହୋଇଥିଲା l ୨୦୧୪ ରେ ୨,୪୮,୫୫୪ମେଗାୱାଟ ଉତ୍ପାଦନ କ୍ଷମତା ବୃଦ୍ଧି ହୋଇ ୪ଲକ୍ଷ ମେଗାୱାଟ ରେ ପହଞ୍ଚିଛି l ଭାରତ ବର୍ତମାନ ପଡୋଶୀ ଦେଶକୁ ବିଦ୍ୟୁତ ରପ୍ତାନି କରୁଛି l ୧,୬୩,୦୦୦କି. ମି ଟ୍ରନସମିଶନ ଲାଇନ ପୋଡି ଯାଇଛି l ସମଗ୍ର ଦେଶକୁ ଗୋଟିଏ ଫ୍ରିକ୍ୱେନ୍ତିରେ ଚାଲୁଥିବା ଗୋଟିଏ ଗ୍ରୀଡ଼ ସହିତ ସଂଯୋଗ କରୁଛି l ବିଜୁ ଗ୍ରାମ୍ୟ ଜ୍ୟୋତି ଓ ବିଜୁ ସହରାଞ୍ଚଳ ଯୋଜନାରେ ୫୪୩ଟି ରାଜସ୍ବ ଗ୍ରାମ ଏବଂ ୬୫ ଟି ପଡା ଗ୍ରାମକୁ ବିଦ୍ୟୁତ ସଂଯୋଗ ସହ ୩୩୬୫ ଟି ବିପିଲ କିଟ ବଣ୍ଟାଯାଇଛି l ODSSP ଯୋଜନାରେ ୭ଟି ଉଚ୍ଚ କ୍ଷେମତାପୂର୍ଣ୍ଣ ସବଷ୍ଟେସନ ବସାଜିଛି l ଶେଷରେ ଅଧିକ୍ଷଣ ମନ୍ତ୍ରୀ ପାରାଦ୍ୱୀପ ଟିପିସିଓଡିଏଲ ଶ୍ରୀ ଅମରଜିତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଜଗତସିଂହପୁର ନିର୍ବାହୀ ଯନ୍ତ୍ରୀ ଟିପିସିଓଡିଏଲ ଶ୍ରୀ ଅଶୋକ କୁମାର ଜେନା ଓ ସମସ୍ତ ବିଦ୍ୟୁତ ବିଭାଗ କର୍ମକର୍ତ୍ତା, ଜିଲ୍ଲା ପରିଷଦ ପ୍ରଶାସନର ଅଧିକାରୀ କର୍ମଚାରୀ ମାନେ ଉତ୍ସବ ପରିଚାଳନାରେ ସହାୟତା କରିଥିଲେ l ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧି, ସାମ୍ବାଦିକ, ହିତାଧିକାରୀ ମାନେ ଉପସ୍ଥିତ ଥିଲେ l
ରାଜ୍ୟ
ଜଗତସିଂହପୁରଠାରେ ବିଦୁଳି ମହୋତ୍ସବ ପାଳିତ
- Hits: 523