କଲ୍ୟାଣସିଂହପୁରରୁ ପ୍ରଦୀପ ଦଲାଇ: ଶ୍ରାବଣ ମାସର ଦୁତୀୟ ସୋମବାରରେ ଆଜି ସର୍ବ ପୁରାତନ ପ୍ରସିଦ୍ଧ ଐତିହାସିକ ଦେବଗିରି ଶୈବ ପୀଠ। ଏହି ପାହାଡ଼ରେ ଶ୍ରୀ ଶ୍ରୀ ଶ୍ରୀ ପଞ୍ଚମୁଖୀ ସ୍ପଟିକ ନୀଳକଣ୍ଠେଶ୍ୱର ମନ୍ଦିର ଅବସ୍ଥିତ।ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ଥିବା ଦକ୍ଷିଣ ଓଡ଼ିଶାର ସର୍ବ ଶ୍ରେଷ୍ଠ ଶୈବ ପୀଠ ଦେବଗୀରି ଧାମରେ କାଉଡ଼ିଆ ଭକ୍ତ ଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। କୋଭିଡ୍ କଟକଣା ପାଇଁ ଦୀର୍ଘ ଦୁଇ ବର୍ଷ ଧରି କଟକଣା ଲାଗୁ ରହିଥିଲା ଏବେ ଭକ୍ତଙ୍କ ଦର୍ଶନ ପାଇଁ କଟକଣା ନ ଥିବାରୁ କାଉଡ଼ିଆ ଭକ୍ତ ମାନେ ବେଶ୍ ଉସ୍ଚାହ ଓ ଭକ୍ତି ଭାବନାର ସହ ପ୍ରଭୁ ଦେବାଧିଦେଵ ମହାଦେବ ପଞ୍ଚମୁଖୀ ନୀଳ କଣ୍ଠେଶ୍ୱର ଙ୍କ ଠାରେ ଜଳାଭିଷେକ କରିଛନ୍ତି। ଆଜି ଦେବଗୀରି ଶୈବ ପୀଠରେ ଅନୁଗୁଳ କୋରାପୁଟ, କଳାହାଣ୍ଡି, ଭବାନୀପାଟଣା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ଜିଲ୍ଲାର ଅନେକ ସ୍ଥାନରୁ ଶ୍ରଦ୍ଧାଳୁ ଆସି ଦର୍ଶନ କରିଛନ୍ତି। ମନ ମାନସିକ ରଖି ଦୂର ଦୁରାନ୍ତରୁ ଆସିଥିବା କାଉଡ଼ିଆ ଭକ୍ତ ମାନେ ନାଗାବଳୀ ନଦୀରୁ ଜଳ ଉଠାଇ ପ୍ରଭୁଙ୍କ ଠାରେ ଜଳାଭିଷେକ କରିଛନ୍ତି।୫୪୫ ପାହାଚ ଅତିକ୍ରମ କରି ଭୋଳାବାବାଙ୍କୁ ଦର୍ଶନ କରିବାଥିବା ଦେଖିବା କୁ ମିଳିଛି। ଓଡିଶାର ବିଭିନ୍ନ ଅଞ୍ଚଳର କୋଣ ଅନୁକୋଣରୁ ପ୍ରବଳ ମାତ୍ରାରେ ଭକ୍ତମାନେ ପାହାଡ଼ ଉପରକୁ ଖାଲି ପାଦ ରେ ୫୪୫ ପାହାଚ ଅତିକ୍ରମ କରି ଭୋଳାବାବାଙ୍କୁ ଦର୍ଶନ କରନ୍ତି।ପାହାଡ଼ ଉପରେ ଥିବା ଗୋଟିଏ ଉଣା କୋଟିଏ କୁଣ୍ଡ, ଧୋବା ଧୋବୁଣି କୁଣ୍ଡର ମନଲୋଭ ଦୃଶ୍ୟ ଦେଖି ଆନନ୍ଦ ପାଇ ପାରିବେ । ଶିବ ରାତ୍ର ସମୟରେ ମହାଦୀପ ଲଗାଯାଇଥାଏ । ଏହି ମହାଦୀପ ଓ ହରିହାର ଭେଟ ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ଦେଖିବା କୁ ମିଳେ। ଯଦି ଆପଣ ମାନେକେବେ ଆସିବା କୁ ଚାହାନ୍ତି ତେବେ ରାୟଗଡା ରୁ ୫୦କିଲୋମିଟର ଦୂର କଲ୍ୟାଣସିଂହପୁର ଆସି ଭୋଳାବାବାଙ୍କୁ ଦର୍ଶନ କରିପାରିବେ।
ରାଜ୍ୟ
କଲ୍ୟାଣସିଂହପୁର ଶ୍ରୀ ଶ୍ରୀ ଶ୍ରୀ ପଞ୍ଚମୁଖୀ ସ୍ପଟିକ ନୀଳକଣ୍ଠେଶ୍ୱର ପୁରାତନ ପ୍ରସିଦ୍ଧ ଐତିହାସିକ ଦେବଗିରି ପୀଠ ରେ କାଉଡ଼ିଆ ଭକ୍ତ ଙ୍କ ସମାଗମ।
- Hits: 571