ହେଡଲାଇନସ୍:

ଦେଶର ନୂତନ ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନୂଆଦିଲ୍ଲୀ : ଦେଶର ନୂତନ ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ | ଆଜି ସଂସଦ ଭବନ ସେଣ୍ଟ୍ରାଲ୍‌ ହଲ୍‌‌ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭେଙ୍କଟ  ରମନା ଆଜି ଶ୍ରୀମତୀ ମୁର୍ମୁଙ୍କୁ ପଦ ଓ ଗୋପନିୟତାର ଶପଥପାଠ କରାଇଛନ୍ତି |  ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ  ଅମିତ ଶାହା,  ରାଜନାଥ  ସିଂହ, ନାତିନ ଗଡକରୀ, ଉପରାଷ୍ଟ୍ରପତି ଭଙ୍କେୟା ନାଇଡୁ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ  ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ |

0
0
0
s2sdefault