ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ଠାରେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱତନ୍ତ୍ର ଭାବେ ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କ ପାଇଁ କୋଭିଡ୍ ବୁଷ୍ଟର ଡୋଜ୍ ଟୀକାକରଣ ଓ କୋଭିଡ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଅନୁଷ୍ଠିତ କୋଭିଡ୍ ସଚେତନତା କାର୍ଯ୍ୟକ୍ରମରେ ସମର୍ଥ ଭିନ୍ନକ୍ଷମ ଅନୁଷ୍ଠାନର ଜିଲ୍ଲା ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣାଙ୍କ ସଭାପତିତ୍ୱରେ ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ଶ୍ରୀ ନିରଞ୍ଜନ ବେହେରା , ଜିଲ୍ଲା ଜନଶିକ୍ଷା ସଂସ୍ଥାନର ଅଧ୍ୟକ୍ଷ ଶ୍ରୀ ଏ.ଜଗନ୍ନାଥ ରାଜୁ , ସ୍ୱାସ୍ଥ୍ୟକେନ୍ଦ୍ରର ପିଏଚଇଓ. ମମତା ପାଢ଼ୀ ଏବଂ ହିନ୍ଦୁସ୍ତାନ ଲାଟେକ୍ସ ଫେମିଲି ପ୍ଳାନିଙ୍ଗ ଏଣ୍ଡ ପ୍ରମୋସନ ଟ୍ରଷ୍ଟର ଶ୍ରୀ ବିଜୟର ଶଙ୍କର ପାଢ଼ୀ ଓ ଆରଓ. ପି.ସୁନୀଲ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ କୋଭିଡ୍ ବୁଷ୍ଟର ଡୋଜ୍ ନେବା ଆବଶ୍ୟକତା ଓ ଏହା କିଭଳି ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ ତାହାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ।
ଅନ୍ୟପକ୍ଷରେ, ଏହି କୋଭିଡ୍ ସଂକ୍ରମଣ ଠାରୁ ଆହୁରି ଅଧିକ ଭାବେ ସୁରକ୍ଷିତ ଓ ସାବଧାନତା ରହିବା ପାଇଁ ଆମେ ସମସ୍ତେ ସବୁ ବେଳେ ସମ ଦୂରତା ବଜାୟ ରଖିବା ସହ ହାତ ସେନିଟାଇଜ କରିବା , ମାସ୍କ ପିନ୍ଧିବା ଓ ଜନ ଗହଳି ଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ।
ପରେ ସ୍ୱାସ୍ଥ୍ୟକେନ୍ଦ୍ରର ପିଏଚଇଓ. ମମତା ପାଢ଼ୀ , ଓଡିଶା ବିକଳାଙ୍ଗ ମଞ୍ଚ ରାଜ୍ୟ ସଭାପତି ଶ୍ରୀ ନିରଞ୍ଜନ ବେହେରା ଏବଂ ସମର୍ଥ ଅନୁଷ୍ଠାନର ଜିଲ୍ଲା ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣାଙ୍କ ଉପସ୍ଥିତିରେ "ସମର୍ଥ" ଭିନ୍ନକ୍ଷମ ଅନୁଷ୍ଠାନର ୫୦ରୁ ଅଧିକ ଅନ୍ତେବାସୀ ବୁଷ୍ଟର ଡୋଜ୍ କୋଭିଡ୍ ଟିକା ନେଇଥିଲେ। ଏଥିରେ ଅନ୍ୟମାନେ ମଧ୍ୟ ବୁଷ୍ଟର ଡୋଜ୍ ଟିକା ନେବା ସୁଯୋଗ ପାଇଥିଲେ।
ସମସ୍ତେ ଧାଡିରେ ଆସି ଶୃଙ୍ଖଳିତ ଭାବେ ନିଜର ନାମ ପଞ୍ଜିକରଣ କରି କୋଭିଡ୍ ବୁଷ୍ଟର ଡୋଜ୍ ଟିକା ନେଇଥିଲେ ଏବଂ ଟିକା ନେବା ପରେ ୩୦ ମିନିଟ୍ ବିଶ୍ରାମ ନେଇଥିଲେ ପର୍ଯ୍ୟବେକ୍ଷଣ କକ୍ଷରେ।
ବୁଷ୍ଟର ଡୋଜ୍ ଟିକା ନେବା ପରେ ୨ ଜଣ ଭିନ୍ନକ୍ଷମ ବ୍ୟକ୍ତି ମଦନା ପାସୁପୁରେଡି ଏବଂ ଶ୍ରୀ ବିଜୟ କୁମାର ଲେଙ୍କା , କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଷ୍ଟର ଡୋଜ୍ ନେବାପାଇଁ ନଅ ମାସ ପରିବର୍ତ୍ତେ ଛଅ ମାସ କୋହଳ କରି ସୁବିଧାରେ , ମାଗଣାରେ ଏବଂ ସମର୍ଥ ଅନୁଷ୍ଠାନରେ ଏହି କୋଭିଡ୍ ବୁଷ୍ଟର ଡୋଜ୍ ଟିକା ନେବା ବ୍ୟବସ୍ଥା କରିଥିବା ଯୋଗୁଁ ସେମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ବୁଷ୍ଟର ଡୋଜ୍ ଟୀକାକରଣ କାର୍ଯ୍ୟକ୍ରମରେ ଟିକା ନେବାପାଇଁ ଆସିଥିବା ସମସ୍ତଙ୍କୁ କୋଭିଡ୍ ଟୀକାକରଣ ଏ ଏନ୍ ଏମ୍ ପାତାଙ୍ଗି ଉଷା ଟିକା ଦେଇଥିବା ବେଳେ ନାମ ପଞ୍ଜିକରଣରେ ସହଯୋଗ କରିଥିଲେ ଡିଇଓ ଶ୍ରୀ ଉଦୟ ଶଙ୍କର ସାମଲ।
ରାଜ୍ୟ
ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ ବୁଷ୍ଟର ଡୋଜ୍ ଟୀକାକରଣ ଓ କୋଭିଡ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 409