ହେଡଲାଇନସ୍:

ଉଦ୍ଘାଟନ ପରେ ବି କାମକୁ ଅସୁନି ଇକୋ ଟୁଟିଜମ ଗେଷ୍ଟ ହାଉସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ବହୁ  ଆଡ଼ମ୍ବରେ ଲଘୁକ୍ରିୟା , ଉଦ୍ଘାଟନ ସାରି ଭୁଲିଗଲେ ଅଧିକାରୀ

  • ଭୁତକୋଠି ପାଲଟିବାକୁ ବସିଲାଣି କୋଟିଏ ଟଙ୍କାର ଗେଷ୍ଟ ହାଉସ

ବରଗଡ :- ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ସମଗ୍ର ଓଡିଶା ପାଇଁ ଏକ ଗର୍ବର ବିଷୟ । ଏହି ପର୍ବତର ଦୁଇ ପାର୍ଶ୍ବରେ ମହାପ୍ରଭୁ ନୃସିଂହନାଥ ଓ ଭଗବାନ ହରିଶଙ୍କର ଙ୍କର ପୁଣ୍ୟପୀଠ ରହିଛି । ବରଗଡ ଜିଲ୍ଲା ପାଇକମାଲ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ନିକଟରେ ରହିଛି ଭାରତର ପ୍ରସିଦ୍ଧି ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ । ପ୍ରତେକ ଦିନ ହଜାର ହଜାର ସଂଖ୍ୟାରେ ତୀର୍ଥଯାତ୍ରୀ, ପର୍ଯଟକ, ଗବେଷକ ଏହି ସ୍ଥାନକୁ ଆସିଥାନ୍ତି । ଅନେକ ପ୍ରକୃତି ପ୍ରେମୀ ପର୍ଯଟକ ଓ ଗବେଷକ ଗନ୍ଧମାର୍ଦ୍ଦନ ର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଓ ଗବେଷଣା କରିବା ପାଇଁ ପର୍ବତରେ କିଛି ଦିନ ବିତାଇଥାନ୍ତି ।
ଏହି ସବୁକୁ ଦୃଷ୍ଟିରେ ରଖି ତଥା ପର୍ଯ୍ୟଟନ କୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ଜଙ୍ଗଲ ବିଭାଗ ତରଫରୁ ଗତ 2008/2009ଆର୍ଥିକ ବର୍ଷରେ ନୃସିଂହନାଥ ମନ୍ଦିରରୁ କିଛି ଉପରେ ଏକ ଇକୋଟୁରିଜମ ଗେଷ୍ଟ ହଉସର ର ନିର୍ମାଣ କାର୍ୟ୍ଯର କାମ ଆରମ୍ଭ ହୋଇଥିଲା । ହେଲେ ଅଞ୍ଚଳବାସୀଙ୍କ ଦୁର୍ଭାଗ୍ୟ ନା ସରକାରୀ ବାବୁ ମାନଙ୍କର ଅପାରଗତା ନିର୍ମାଣ କାର୍ୟ୍ଯ ଆରମ୍ଭ ହେବା ର ପ୍ରାୟ ଚଉଦ (14) ବର୍ଷ ପରେ ସମ୍ବଲପୁର ବନ ସଂରକ୍ଷକ ଶ୍ରୀ ଚିତ୍ତରଞ୍ଜନ ମିଶ୍ର ଓ ବରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ସନ୍ଦୀପ ପ୍ରାତ୍ତି ଙ୍କର ପବିତ କର କମଳରେ ଗତ 26/05/22 ତାରିଖ ଦିନ ଉଦ୍ଘାଟନ କରା ଯାଇଥିଲା । ହେଲେ ପୁନର୍ବାର ସେଇ କଥା ଯେ ଅଂଚଳ ବାସୀଙ୍କର ଦୁର୍ଭାଗ୍ୟ ବା ଅଧିକାରୀ ମାନଙ୍କର ଅପାରଗତା ଯେ ଉଦଘାଟନ ର ଦୁଇ ମାସ ବିତିବାକୁ ବସିଲାଣି ଏବେ ସୁଦ୍ଧା ଏହି ଗେଷ୍ଟ ହାଉସ ଲୋକଙ୍କ କୋଣସି କାମରେ ଲାଗି ପାରି ନାହିଁ । ଏଥି ପ୍ରତି କାହାରି ଆନ୍ତରିକତା ମଧ୍ୟ ନାହିଁ । ଗତବର୍ଷ ରାଜ୍ୟ ସରକାରଙ୍କ ତତ୍କାଳୀନ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଏହି ଗେଷ୍ଟ ହାଉସ ଦେଖି ଏହା କେମିତି ଶୀଘ୍ର ଲୋକଙ୍କ କାମରେ ଲାଗିବ ସେଥିପାଇଁ ପ୍ରୟାସ କରିଥିଲେ । କିଛି ମାସ ପରେ ଉଦଘାଟନ ମଧ୍ୟ ହେଲା , ହେଲେ ସବୁପୁଣି ନାଲି ଫିତା ତଳେ ଚାପି ହୋଇଗଲା ଭଳି ମନେ ହେଉଛି । ଇତି ମଧ୍ୟରେ ଏହି ଗେଷ୍ଟ ହାଉସ ନିର୍ମାଣ ରେ ପ୍ରାୟ ଏକ କୋଟିରୁ ଉର୍ଧ୍ଵ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇ ଗଲାଣି । ହେଲେ କିଛି କାମକୁ ଅସୁନି ।
ମୁଖ୍ୟତଃ କହିବାକୁ ଗଲେ ବିଭାଗୀୟ ବାବୁ ମାନଙ୍କର ଅପାରଗତା ଓ ଖାମଖିଆଳି ମନୋଭାବ କାରଣରୁ ସରକାର ଙ୍କର ଏତେ ଟଙ୍କା ଖର୍ଚ୍ଚ ହେବା ସତ୍ତ୍ୱେ ଏହି ଗେଷ୍ଟ ହାଉସ ନିର୍ମାଣର ପ୍ରକୃତ ଉଦେଶ୍ୟ ପୂରଣ ହୋଇ ପାରିନାହିଁ । ବରଗଡ଼ ଜିଲ୍ଲାପାଳ , ରାଜ୍ୟ ସରକାର ଏହା ଉପରେ ଗୁରୁତ୍ୱ ଦେଇ ଯଥା ଶୀଘ୍ର ଏହି ଗେଷ୍ଟ ହାଉସ କୁ ଶୀଘ୍ର ଚାଲୁ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।।

0
0
0
s2sdefault