ସ୍ୱାବଲମ୍ବୀ ହେବେ ଅଞ୍ଚଳର ମାଁ ମାନେ :- ବିଧାୟକ ଶ୍ରୀ ସୁଶାନ୍ତ ସିଂ
ବରଗଡ :-ମହିଳା ମାନଙ୍କର ଆର୍ଥିକ ସ୍ଥତି କୁ ସୃଦୃଢ଼ କରିବା ସହିତ ମାଁ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଙ୍କର ଦ୍ୱାରା ଅନେକ ପ୍ରକାର ଯୋଜନା ପ୍ରସ୍ତୁତ କରି କାର୍ଯକାରୀ କରାଯାଉଛି । ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ଅନେକ ମହିଳା ସ୍ୱାବଲମ୍ବୀ ହେବା ସହିତ ଅନେକ କିଛି ଶିଖି ପାରୁଛନ୍ତି । ଏହି ମିଶନ ଶକ୍ତି ମାଧ୍ୟମରେ ଆଜି ପ୍ରଥମ କରି ବରଗଡ଼ ଜିଲ୍ଲା ରେ ଭଟଲି ବ୍ଲକର ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ସହ ସେମାନଙ୍କ ଆର୍ଥିକ ଉନ୍ନତିର ବିକାଶ ଲକ୍ଷ ନେଇ ରାଜ୍ୟ ସରକାର ଙ୍କ ଓଡ଼ିଶା ମିଶନ ଶକ୍ତି ପକ୍ଷରୁ ଉର୍ଦୁନା, ଚଡେଇଗାଁ, କେସେଇପାଲି ଓ ଭଡ଼ିଗାଁ ପଂଚାୟତ ର ମହିଳା ମହାସଂଘକୁ ମାନ୍ୟବର ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଙ୍କ ଦ୍ବାରା ୪ଟି ଟ୍ରାକ୍ଟର ମାଗଣା ରେ ପ୍ରଦାନ କରାଯାଇଛି। ଏହି ଅବସରରେ ଅୟୋଜିତ ଏକ ସଭାରେ ମାନ୍ୟବର ବିଧାୟକ ଙ୍କର ଦ୍ୱାରା ମଧୁ ବାବୁ ପେନସନ ଯୋଜନାରେ ନୂତନ ଭାବରେ ୨୨୧ ଜଣ ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା ।। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ପଧାନ, ବିଡ଼ିଓ ଶ୍ରୀ ଧୀରେନ୍ଦ୍ର ସେଠୀ, ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ ଶ୍ରୀ କୀର୍ତ୍ତି ଚନ୍ଦ୍ର ଦୁଆଁନ, ଭଟଲି ବ୍ଲକ ବିଜେଡି ସଭାପତି ତଥା ସରପଂଚ ଶ୍ରୀ ଗୋବିନ୍ଦ ପଧାନ, ଜିଲ୍ଲା ପରିଷଦ ଈଶ୍ୱର ବାବୁ,ସବୁ ପଞ୍ଚାୟତର ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ ।






 




 