ଜଗତସିଂହପୁର /ସୁମନ୍ତ କୁମାର ଦାସ: ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ତ ପଡିଆରେ ଓଡିଶା ଉଲିକଲ ଆସୋସିଏସନ ଏବଂ ଓଡିଶା ସରକାର କ୍ରୀଡା ବିଭାଗ ଆନୁକୂଲ୍ୟରେ ଦୁଇ ଦିନିଆ ଭଲିକଲ ଟୁର୍ଣ୍ଣାମେଣ୍ଟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ଙ୍କ ଦ୍ୱାରା ଶୁଭ ଉଦ ଘାଟିତ ହୋଇଯାଇଅଛି l ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଥଲେଟିକ ଆସୋସିଏସନ ଙ୍କ ସହଯୋଗରେ ଆୟୋଜିତ ହେଉଛି l ଏହି ଟୁର୍ଣ୍ଣାମେଣ୍ଟରେ ୧୮ ବର୍ଷ ରୁ କମ ଏବଂ ୧୪ ବର୍ଷ ରୁ କମ ପିଲାମାନେ ଭାଗନେଇଛନ୍ତି l ସାରା ରାଜ୍ୟରେ ୬ଟି ଜୋନ ରେ ଭଲିକଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ କୃତି କ୍ରୀଡା ବିତ ଙ୍କୁ କୀଟ ଅନୁଷ୍ଠାନରେ ୩ ମାସିଆ ପ୍ରଶିକ୍ଷଣ ପ୍ରଦାନ କରାଯିବ l ଜଗତସିଂହପୁର ଜୋନ ରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର କ୍ରୀଡା ବିତ ମାନେ ଭାଗ ନେଇଛନ୍ତି l ୩ଟି ଜିଲ୍ଲାର ୧୮ଟି ଗ୍ରୁପ ଅଂଶ ଗ୍ରହଣ କରିଛନ୍ତି l ଓଡିଶା ଭଲିକଲ ଆସୋସିଏସନର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପରିଚାଳନା କରୁଛନ୍ତି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ରାଜ୍ୟ ସରକାର କ୍ରୀଡା ପ୍ରତି ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି l ଏହା ଦ୍ୱାରା ଗ୍ରାମାଞ୍ଚଳ ର ପିଲାମାନଙ୍କ ର କ୍ରୀଡା ପ୍ରତିଭା ବିକଶିତ ହୋଇପାରିବ l
ଏହି ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ନିମନ୍ତେ ଜିଲ୍ଲା ପ୍ରଶାସନ ସାହାର୍ଯ୍ୟ ସହଯୋଗ ଯୋଗାଇ ଦେଇଛନ୍ତି l ଜଗତସିଂହପୁର ଆଥଲେଟିକ ଆସୋସିଏସନ ସମ୍ପାଦକ ଶ୍ରୀ ଦୋଳ ଗୋବିନ୍ଦ ଦାସ, ଜିଲ୍ଲା କ୍ରୀଡା ଅଧିକାରୀଣୀ ବିଶ୍ୱ ବିଜୟିନୀ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଓଡିଶା ଭଲିକଲ ଆସୋସିଏସନ ର ସଦସ୍ୟ ବୃନ୍ଦ, ସ୍ବେଛାସେବୀ କ୍ରୀଡ଼ାବିତ, ପୁରୁଣା କ୍ରୀଡ଼ାବିତ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l ଜିଲ୍ଲା କ୍ରୀଡା ସଂସଦ ର ଉପସଭାପତି ଶ୍ରୀ ଶ୍ରୀକାନ୍ତ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ l