ଭାରତ ସରକାରଙ୍କ ଜାତୀୟ ପୋଷଣ ଅଭିଯାନକୁ ସମର୍ଥନ କରିବାକୁ ପ୍ରଚଲନ କଲା ମାଇକ୍ରୋନ୍ୟୁଟ୍ରିଏଣ୍ଟ ସପ୍ଲିମେଣ୍ଟ-ନ୍ୟୁଟ୍ରିଲାଇଟ ଲିଟଲ୍ ବିଟ୍ସ
ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଆମୱେ ପୁଷ୍ଟିହୀନତା ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ହଜାର ହଜାର ଶିଶୁଙ୍କର ଉନ୍ନତ ଓ ସୁସ୍ଥ ଜୀବନ ଯାପନରେ ସହାୟତା କରୁଛି । ଭାରତରେ ଆମୱେ ତାହାର ବିଶ୍ୱସ୍ତରରେ ସୁପ୍ରସିଦ୍ଧ ପୋଷଣ କାର୍ଯ୍ୟକ୍ରମ- ପାୱାର ଅଫ୍ ୫ ଜରିଆରେ ବାଲ୍ୟାବସ୍ଥା ପୁଷ୍ଟିହୀନତା ବିରୋଧରେ ଲଢେଇ କରୁଛି ଏବଂ ଛଅବର୍ଷରୁ କମ୍ ବୟସର ଶିଶୁଙ୍କୁ ସୁସ୍ଥ ଜୀବନ ଯାପନ କରିବା ଦିଗରେ ସହାୟତା କରୁଛି । ପୋଷଣ ଶିକ୍ଷା ଏବଂ ସକାରାତ୍ମକ ହସ୍ତକ୍ଷେପ କ୍ଷେତ୍ରରେ ନିଜର ପ୍ରୟାସକୁ ତ୍ୱରାନ୍ୱିତ କରି କମ୍ପାନୀ ଏକ ସମ୍ପୂର୍ଣ୍ଣ ନୂତନ ସପ୍ଲିମେଣ୍ଟ- ନ୍ୟୁଟ୍ରିଲାଇଟ ଲିଟଲ୍ ବିଟ୍ସର ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି, ଏବଂ ଏହାଦ୍ୱାରା ରକ୍ତହୀନତା ଭଳି ମାଇକ୍ରୋନ୍ୟୁଟ୍ରିଏଣ୍ଟ ଅଭାବ ଜନିତ ପରିସ୍ଥିତି ପରିଚାଳନା କରିବା ଦିଗରେ ସହାୟତା କରିବାକୁ ଦୈନନ୍ଦିନ ଅତ୍ୟାବଶ୍ୟକ ଭିଟାମିନ ଓ ମିନେରାଲ୍ସ ଯୋଗାଇ ଦେଉଛି ।
ବିଗତ ବର୍ଷଗୁଡିକରେ ପୁଷ୍ଟିହୀନତା ବିଶ୍ୱବ୍ୟାପୀ ଏକ ନୀରବ ମହାମାରୀ ରୂପ ଧାରଣ କରିଛି, ଯାହା ସାମ୍ପ୍ରତିକ ସ୍ୱାସ୍ଥ୍ୟ ଦୃଶ୍ୟପଟ୍ଟରେ ଅଧିକ ବ୍ୟାପକ ହୋଇଛି । ପୁଷ୍ଟିହୀନତା, ବିଶେଷକରି ଛୋଟ ଛୋଟ ପିଲାଙ୍କ ଠାରେ ପୁଷ୍ଟିହୀନତା ବିରୋଧୀ ଲଢେଇରେ ଆମୱେର ପ୍ରୟାସ ସମ୍ପର୍କରେ ପ୍ରକାଶ କରି ଆମୱେ ଇଣ୍ଡିଆର ସିଇଓ, ଅଂଶୁ ବୁଧରାଜା କହିଛନ୍ତି, “ଆମେ ବ୍ୟବସାୟ କରିବାର ପାରମ୍ପରିକ ଧାରାର ଊର୍ଦ୍ଧ୍ୱକୁ ଯିବାରେ ବିଶ୍ୱାସ କରୁ । ଏହି ଚିନ୍ତାଧାରା ଆଧାରରେ ଏବଂ ଭାରତ ସରକାରଙ୍କର ଜାତୀୟ ପୋଷଣ ଅଭିଯାନ ଅନୁଯାୟୀ ଆମେ ୨୦୧୮ରେ ଏକ ପୋଷଣ ଶିକ୍ଷା କାର୍ଯ୍ୟକ୍ରମ ପାୱାର ଅଫ୍ ୫ ଆରମ୍ଭ କରିଥିଲୁ, ଯାହା ଏପର୍ଯ୍ୟନ୍ତ ଭାରତରେ ୩୬୦୦୦ ଶିଶୁଙ୍କ ସମେତ ଅବହେଳିତ ବର୍ଗର ୧୩୦୦୦୦ରୁ ଅଧିକ ଲୋକଙ୍କୁ ଉପକୃତ କରିପାରିଛି । ପୋଷଣ ଓ କଲ୍ୟାଣକାରିତା କ୍ଷେତ୍ରରେ ଆମର ଅଭିଜ୍ଞତାକୁ ଉପଯୋଗ କରି ଆମେ ଆମର ଉତ୍ପାଦ, ସମ୍ବଳ ଏବଂ ପରିଚାଳନା ବ୍ୟବସ୍ଥାକୁ ଆମର ମୂଲ୍ୟବୋଧ ସହିତ ସମ୍ମିଶ୍ରିତ କରି ନ୍ୟୁଟ୍ରିଲାଇଟ ଲିଟଲ୍ ବିଟ୍ଓ ବିକଶିତ କରିଛୁ । ମୁଁ ଆନନ୍ଦର ସହିତ ଘୋଷଣା କରୁଛି ଯେ ଆମେ ପିଲାମାନଙ୍କୁ ଉନ୍ନତ, ସୁସ୍ଥ ଜୀବନ ବଞ୍ଚିବା ଏବଂ ଅଧିକ ସଶକ୍ତ ଜୀବନ ସୃଷ୍ଟି କରିବା ଦିଗରେ ଆମର ସଦା ପରିବ୍ୟାପ୍ତଶୀଳ ପାୱାର ଅଫ ୫ କାର୍ଯ୍ୟକ୍ରମରେ ଲିଟଲ୍ ବିଟ୍ସକୁ ବ୍ୟବହାର କରିବୁ । ବାଲ୍ୟାବସ୍ଥା ପୁଷ୍ଟିହୀନତା ଭଳି ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ ନକରି ସାମାଜିକ ବିକାଶ ଲକ୍ଷ୍ୟ ହାସଲ କରାଯାଇପାରିବ ନାହିଁ ବୋଲି ମୋର ଦୃଢ ବିଶ୍ୱାସ । ଏହି ସମସ୍ୟାର ସମାଧାନ ନିମନ୍ତେ ବହୁବିଧ ବିଭିନ୍ନ ସ୍ତରରେ ପ୍ରୟାସ ଆବଶ୍ୟକ ରହିଥିବାବେଳେ ଆମର ବିଶ୍ୱାସ ଯେ ଆମର ସଂପ୍ରତି ଚାଲିଥିବା ପୋଷଣ କାର୍ଯ୍ୟକ୍ରମ ସହିତ ଆମର ରଣକୌଶଳାତ୍ମକ ଉତ୍ପାଦ ନ୍ୟୁଟ୍ରିଲାଇଟ ଲିଟଲ୍ ବିଟ୍ସ ଏକ ଉଲ୍ଲେଖନୀୟ ସକାରାତ୍ମକ ପ୍ରଭାବ ପକାଇବ । ଆମେ ଯଥା ସମ୍ଭବ ଅଧିକ ସଂଖ୍ୟକ ପିଲାଙ୍କୁ ସମର୍ଥନ ଓ ସହାୟତା କରିବା ଦିଗରେ ଆମର ପ୍ରୟାସ ଆଗେଇ ନେବା ଉପରେ ଦୃଷ୍ଟିନିବଦ୍ଧ କରୁଛୁ । ୪୦୦୦୦ ପିଲାଙ୍କୁ ଫାଇଦା ପହଞ୍ଚାଇବା ସକାଶେ ଆମ କାର୍ଯ୍ୟକ୍ରମ ପହଞ୍ଚରେ ବୃଦ୍ଧି ଘଟାଇବା ସହିତ ବୃତ୍ତିଗତ ନିରୀକ୍ଷଣ ବ୍ୟବସ୍ଥା ଅଧୀନରେ ୧୦୦୦୦ ଶିଶୁଙ୍କ ମଧ୍ୟରେ ଲିଟଲ୍ ବିଟ୍ସ ବଣ୍ଟନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅନୁଯାୟୀ ପ୍ରତିବର୍ଷ ପ୍ରାୟ ୫.୨ ନିୟୁତ ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁ ନିରାକରଣଯୋଗ୍ୟ କାରଣରୁ ମୃତ୍ୟୁମୁଖରେ ପଡୁଛନ୍ତି ଏବଂ ସେଥିମଧ୍ୟରେ ବିଶ୍ୱସ୍ତରରେ ମୃତ୍ୟୁଘଟୁଥିବା ୪୫% ଶିଶୁଙ୍କ କ୍ଷେତ୍ରରେ ପୁଷ୍ଟିହୀନତା ମୁଖ୍ୟକାରଣ ହୋଇଥିବାବେଳେ ଭାରତରେ ଏହି କାରଣରୁ ୬୮% ଶିଶୁଙ୍କର ମୃତ୍ୟୁ ଘଟୁଛି (ଲାନ୍ସେଟ) । ଜଣେ ଶିଶୁ ତାହାର ଜୀବନର ପ୍ରଥମ ୧୦୦୦ ଦିନ ମଧ୍ୟରେ ପର୍ଯ୍ୟାପ୍ତ ପୋଷଣରୁ ବଞ୍ଚିତ ହେବା ଘଟଣା ଅନେକ ସମୟରେ ଅବରୁଦ୍ଧ ବିକାଶ, ନିମ୍ନ ବୌଦ୍ଧିକ ବିକାଶ ଏବଂ ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତିର କାରଣ ହେଉଛି । ପିଲାଙ୍କ ଠାରେ ପୋଷଣଗତ ଅସମାନତା ସମସ୍ୟା ସମାଧାନ ପାଇଁ ଆମୱେ ୨୦୧୮ରେ ଭାରତରରେ ପାୱାର ଅଫ ୫ ଅଭିଯାନ ଆରମ୍ଭ କରିଥିଲା ଏବଂ ଏହାଦ୍ୱାରା ପାଞ୍ଚବର୍ଷରୁ କମ୍ବୟସର ୨୫୦୦୦ରୁ ଅଧିକ ପିଲା ଏବଂ ୯୦୦୦୦ରୁ ଅଧିକ ମା’ ଓ ପ୍ରଯତ୍ନକାରୀ ଉପକୃତ ହୋଇଛନ୍ତି । ଭାରତ ସରକାରଙ୍କ ଜାତୀୟ ପୋଷଣ ଅଭିଯାନ ଅନୁଯାୟୀ ଏହି କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି ଏବଂ ଶିକ୍ଷାଭିତ୍ତିକ ସକାରାତ୍ମକ ପଦକ୍ଷେପ କାର୍ଯ୍ୟକାରୀ କରିବା ଦିଗରେ ସାମଗ୍ରିକ ସମାଧାନ ଯୋଗାଇ ଦେଉଛି । ସମ୍ପ୍ରତି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଏସଆରଏଫ୍ ଫାଉଣ୍ଡେସନ ସହିତ କାର୍ଯ୍ୟକାରୀ ହେଉଛି, ଯେଉଁଥିରେ ହରିଆଣାର ନୁହ୍ ଜିଲାର ୪୦ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏହାଦ୍ୱାରା ୨୬୦୦୦ ଶିଶୁ ଉପକୃତ ହେଉଛନ୍ତି । ପୋଷଣ କାର୍ଯ୍ୟକ୍ରମ- ପାୱାର ଅଫ ୫ ଏପର୍ଯ୍ୟନ୍ତ ଭାରତରେ ୩୬୦୦୦ ଶିଶୁଙ୍କ ସମେତ ୧୩୦୦୦୦ରୁ ଅଧିକ ଲୋକଙ୍କୁ ଉପକୃତ କରିପାରିଛି ।
ଏସବୁ ସହିତ ପୁଷ୍ଟିହୀନତାର ବହୁବିଧ ଭାର ଲାଘବ କରିବା ସକାଶେ ପୋଷଣ କ୍ଷେତ୍ରରେ ନିଜର ଅଭିଜ୍ଞତାକୁ ପରିବ୍ୟାପ୍ତ କରି ଆମୱେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ନିର୍ଦ୍ଦେଶାବଳୀ ଆଧାରରେ ନ୍ୟୁଟ୍ରିଲାଇଟ ଲିଟଲ୍ ବିଟ୍ସ ବିକଶିତ କରିଛି । ଏହି ମାଇକ୍ରୋନ୍ୟୁଟ୍ରିଏଣ୍ଟ ପୋଷକରେ ୧୬ଟି ଅତ୍ୟାବଶ୍ୟକ ଭିଟାମିନ ଓ ମିନେରାଲ ଭରପୂର ରହିଛି, ଯାହା ୩ରୁ ୬ ବର୍ଷ ବୟସର ପୁଷ୍ଟିହୀନତାର ଶିକାର ହେଉଥିବା ଶିଶୁଙ୍କ ପାଇଁ ଭାରତୀୟ ବଜାର ଉପଯୋଗୀ ହେବାଭଳି ଆରଡିଏ ୨୦୧୦ ନିର୍ଦ୍ଦେଶାବଳୀ ମୁତାବକ ପ୍ରସ୍ତୁତ କରାଯାଇଛି । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଲିଟଲ୍ ବିଟ୍ସ ଉପଯୁକ୍ତ ଅଭିବୃଦ୍ଧି ଓ ବିକାଶ ପାଇଁ ଆବଶ୍ୟକ ପୋଷକ ଯୋଗାଇଦେଇ ଏକ ଶିଶୁର ସ୍ୱାସ୍ଥ୍ୟକୁ ସହାୟତା କରିବ । ଆଗାମୀ ବର୍ଷଗୁଡିକରେ ବିଭିନ୍ନ ଅଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ଅଧିକ ସମ୍ପ୍ରସାରିତ କରିବାକୁ ଆମୱେ ଯୋଜନା ରଖିଛି । ଏହି ପ୍ରକଳ୍ପ ଅଧୀନରେ ନ୍ୟୁଟ୍ରିଲାଇଟ ଲିଟଲ୍ ବିଟ୍ସ ପୁଷ୍ଟିହୀନତାର ଶିକାର ହେଉଥିବା ପିଲାଙ୍କୁ ସମ୍ପ୍ରତି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ସ୍ଥାନଗୁଡିକରେ ଏନଜିଓ ସହଭାଗୀମାନଙ୍କ ଜରିଆରେ ମାଗଣାରେ ବଣ୍ଟନ କରାଯିବ । ଚଳିତ ବର୍ଷ ଆମୱେ ଇଣ୍ଡିଆ ଅନ୍ୟୂନ ୬ ମାସରୁ୧ ବର୍ଷ ପାଇଁ ପ୍ରାୟ ୧୦୦୦୦ ଶିଶୁଙ୍କୁ ନ୍ୟୁଟ୍ରିଲାଇଟ ଲିଟଲ୍ ବିଟ୍ସ ବଣ୍ଟନ କରିବା ଯୋଜନା ରଖିଛି ।