ହେଡଲାଇନସ୍:

ପଂଚାୟତ ବାଜି : ବିଜେଡି ଧାରରେ କଟୁଛି ବିଜେପି ପତା, କଂଗ୍ରେସ ହରାଉଛି ସତ୍ତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ବହୁଛି ବିଜେଡି ସୁନାମି | ପଂଚାୟତିରାଜ ନିର୍ବାଚନର ପ୍ରଥମ ଦିନର ଭୋଟ ଗଣତି ଜାରି ରାହିଥିବା ବେଳେ ପ୍ରାରମ୍ଭିକ ଫଳାଫଳ ଯାଇଛି ଏକ ତରଫା ଭାବେ ବିଜେଡି ସପକ୍ଷରେ | ବିଜେଡି ସୁଅ ରେ ବିରୋଧୀ ଧରାଶାୟୀ ହୋଇଥିବା ପ୍ରତୀୟମାନ ହୋଇଛି | ଅପରାହ୍ନ ୫ଟା ସୁଦ୍ଧା ୨୭୩ ରେ ବିଜେଡି ୨୦ ଟିରେ ବିଜେପି ଓ ୧୫ ଟିରେ କଂଗ୍ରେସ ଆଗୁଆ ଥିବା ବେଳେ ଦୁଇଟିରେ ସ୍ୱାଧୀନ ଓ ଅନ୍ୟ ୧୪ ଟିରେ ଆଗୁଆ ଅଛନ୍ତି | ବିଜେପି ଜିଲ୍ଲା ପରିଷଦ କରିଥିବା ମୟୁରଭଞ୍ଜ ଜିଲ୍ଲାରେ ଆଜି ଗଣତି ହେଉଥିବା ୨୬ ଟି ଜୋନ ମଧ୍ୟରୁ ବିଜେଡି ୨୩ଟି ଜୋନରେ ଆଗେଇଥିବା ବେଳେ ଯାଜପୁର ଜିଲ୍ଲାର ୧୦ ଟିରୁ ୧୦ ଟିରେ, କେନ୍ଦ୍ରାପଡା ୯ ଟିରୁ ୯ଟି, ପୁରୀ ଜିଲ୍ଲାର ୧୧ରୁ ୧୧, ବାଲେଶ୍ୱର ୧୩ରୁ ୧୩ , ବରଗଡ଼ ଜିଲ୍ଲାରେ ୧୨ଟି ରୁ ୯ଟିରେ, ସୁନ୍ଦରଗଡ ଜିଲ୍ଲାରେ ୧୭ଟିରୁ ୧୪ ଟିରେ, କଟକ ଜିଲ୍ଲାରେ ୧୪ରୁ ୧୨ ଟିରେ , କେନ୍ଦୁଝର ଜିଲ୍ଲାର ୧୩ଟିରୁ ୧୨ ଟିରେ  ବିଜେଡି ଆଗରେ ଥିବା ସଦ୍ୟତମ ସୂଚନାରୁ ସଦ୍ୟତମ ସୂଚନାରୁ ଜଣାପଡିଛି |

0
0
0
s2sdefault