ଭୁବନେଶ୍ଵର - ବରିଷ୍ଠ ରାଜନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ବାଳଙ୍କ ବିୟୋଗରେ ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିବା ସହିତ ଆଜି ପୂର୍ବାହ୍ନରେ ସ୍ୱର୍ଗତ ବିଶ୍ବାଳଙ୍କ ମରଶରୀର ବିଧାନସଭା ପରିଶେଷରେ ପହଞ୍ଚିଲା ପରେ ବାଚସ୍ପତି ମରଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ୧ ଡିସେମ୍ବର ୧୯୩୯ ମସିହାରେ ଝାରସୁଗୁଡ଼ା ଜିଲ୍ଲାର ଠାକୁରପଡାରେ ଜନ୍ମିତ ସ୍ୱର୍ଗତ ବିଶ୍ବାଳ ଉପ-ମୁଖ୍ୟମନ୍ତ୍ରୀ, ଦୁଇଥର ମୁଖ୍ୟମନ୍ତ୍ରୀ ଓ ସାଂସଦ ଭାବରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି । ବିଶେଷକରି ଜନଜାତି ଓ ଅବହେଳିତ ବର୍ଗର ଜନସାଧାରଣଙ୍କ ଉନ୍ନତି ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ । ୧୯୯୦ ଏବଂ ୧୯୯୫ ମସିହାରେ ତାଙ୍କ ସହିତ କାମ କରିବା ପାଇଁ ମୋତେ ସୁଯୋଗ ମିଳିଥିଲା । ସେ ଜଣେ ପରୋପକାରୀ ଓ ସହୃଦୟ ବ୍ୟକ୍ତି ଥିଲେ ବୋଲି ବାଚସ୍ପତି ପ୍ରକାଶ କରିଛନ୍ତି ।
ରାଜ୍ୟ
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଶ୍ବାଳଙ୍କୁ ବିଧାନସଭା ପରିସରରେ ଶ୍ରଦ୍ଧାଞ୍ଜଳି
- Hits: 734