ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ହେମାନନ୍ଦ ବିଶ୍ୱାଳ ଆଉ ନାହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଛି | ତାଙ୍କୁ ୮୩ ବର୍ଷ ହୋଇଥିଲା । କିଛି ଦିନ ତଳେ ନିମୋନିଆରେ ଆକ୍ରାନ୍ତ ହୋଇ ସେ ଗୁରୁତର ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଯଇଛି । ତାଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକପ୍ରକାଶ କରିଛନ୍ତି ।
୧୯୩୯ ମସିହାରେ ଝାରସୁଗୁଡ଼ା ଜିଲ୍ଲା ଠାକୁରପଡ଼ାରେ ଜନ୍ମିତ ହେମାନନ୍ଦ ବିଶ୍ୱାଳ ୧୯୬୭ ମସିହାରେ କିରିମିରା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ପ୍ରଥମ ଥର ପାଇଁ ୧୯୭୪ରେ ସେ ଲାଇକେରାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୬ ଥର ସେ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସେ ସୁନ୍ଦରଗଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ପରେ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ଏଥିସହ ଦୁଇ ଥର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ । ସେ ତୃଣମୂଳ ସ୍ତରରୁ ଜନସେବା କରିବାପାଇଁ ଦୃଢ଼ ପ୍ରତିଜ୍ଞ ଥିଲେ । କଂଗ୍ରେସ ଦଳରେ ଯୋଗଦାନ କରି ବହୁ ପଦପଦବୀରେ ରହି କଂଗ୍ରେସ ଦଳକୁ ସୁଦୃଢ଼ କରିବାପାଇଁ ସର୍ବଦା ଚେଷ୍ଟିତ ଥିଲେ । ସେ କଂଗ୍ରେର ନୀତି ଓ ଆଦର୍ଶ ପାଇଁ ସାରା ଜୀବନ ଉତ୍ସର୍ଗୀକୃତ କରିଥିଲେ । ସେ କଂଗ୍ରେସ ଦଳର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟରେ ଅନେକ ଗୁଡ଼ିଏ ଜନମଙ୍ଗଳ କାର୍ଯ୍ୟ କରିଯାଇଛନ୍ତି । ସ୍ୱର୍ଗତ ବିଶ୍ୱାଳଙ୍କ ପତ୍ନୀ ଏବଂ ୫ ଝିଅ ଅଛନ୍ତି । ଆସନ୍ତାକାଲି ତାଙ୍କ ଗ୍ରାମରେ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି ।
ଶ୍ରୀ ବିଶ୍ୱାଳଙ୍କ ବିୟୋଗରେ ଗଭୀର ଶୋକାଵ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତ ବିଶ୍ବାଳଙ୍କୁ ଜଣେ ଦକ୍ଷ ଓ ଲୋକପ୍ରିୟ ରାଜନେତା ଭାବେ ବର୍ଣ୍ଣନା କରିଛନ୍ତି । ସମାଜ ର ଅବହେଳିତ ବର୍ଗର ଲୋକଙ୍କ ଉନ୍ନତି ତଥା ରାଜ୍ୟର ସାମୁହିକ ପ୍ରଗତି ପାଇଁ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ ଵୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |
ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି |
ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ବରିଷ୍ଠ ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ସାଂସଦ ଶ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ଅକାଳ ବିୟୋଗରେ ଶୋକାଵ୍ୟକ୍ତ କରିବା ସହ ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଅନୁଭବୀ ରାଜନୀତିଜ୍ଞୁ ହରାଇଲା ବୋଲି ମତବ୍ୟକ୍ତ କରିଛନ୍ତି | ଏହା ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ବୋଲି ବାଚସ୍ପତି ଡଃ ପାତ୍ର ତାଙ୍କ ଶୋକ ବାର୍ତ୍ତାରେ ଜଣାଇଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧନ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି " ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଦକ୍ଷ, ବିରଳ ଓ ଅନୁଭବୀ ରାଜନୀତିଜ୍ଞଙ୍କୁ ହରାଇଲା । ରାଜ୍ୟର ବିକାଶ ବିଶେଷ ଭାବରେ ଜନଜାତିଙ୍କ ପାଇଁ ତାଙ୍କର ବିଶେଷ ଅବଦାନ ଚିର ସ୍ମରଣୀୟ ହୋଇ ରହିବ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି"
ପୂର୍ବତନ ମୁଖ୍ୟମନ୍ତ୍ରୀ, ସାଂସଦ ତଥା ବିଧାୟକ ଶ୍ରୀ ହେମାନନ୍ଦ ବିଶ୍ବାଳଙ୍କ ମୃତ୍ୟୁରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଡଃ ସାହୁ ସ୍ବର୍ଗତ ବିଶ୍ଵାଳଙ୍କୁ ଜଣେ ଦକ୍ଷ ଓ ଅଭିଜ୍ଞ ରାଜନୀତିଜ୍ଞ ଭାବେ ବର୍ଣ୍ଣନା କରିବା ସହ ତାଙ୍କ ଅବର୍ତ୍ତମାନରେ ରାଜ୍ୟ ରାଜନୀତିରେ ଏକ ବିରାଟ କ୍ଷତି ହେଲା ବୋଲି କହିଛନ୍ତି। ସ୍ବର୍ଗତ ବିଶ୍ଵାଳଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଡଃ ସାହୁ ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦ୍ ଗତି କାମନା କରିଛନ୍ତି।
ପଚାଂୟତିରାଜ , ପାନୀୟଜଳ , ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଏକ ଶୋକ ବାର୍ତାରେ ସ୍ବର୍ଗତ ବିଶ୍ବାଳଙ୍କୁ ଜଣେ ଦକ୍ଷ ଓ ଲୋକପ୍ରିୟ ରାଜନେତା ଭାବେ ବର୍ଣ୍ଣନା କରିଛନ୍ତି । ସମାଜ ର ଅବହେଳିତ ବର୍ଗର ଲୋକଙ୍କ ଉନ୍ନତି ତଥା ରାଜ୍ୟର ସାମୁହିକ ପ୍ରଗତି ପାଇଁ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ ଵୋଲି କହିଛନ୍ତି ।
ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମନ୍ତ୍ରୀ ଶ୍ରୀ ଜେନା ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି l ମନ୍ତ୍ରୀ ଶ୍ରୀ ଦାସ ଶୋକ ବାର୍ତ୍ତାରେ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଶ୍ୱାଳ ତାଙ୍କର ଲୋକପ୍ରିୟତା ଓ ସାଙ୍ଗଠନିକ ଦକ୍ଷତା ଯୋଗୁଁ ଦୁଇଥର ମୁଖ୍ୟମନ୍ତ୍ରୀ ହେବା ସହ ଓଡିଶା ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l ତାଙ୍କର ବିୟୋଗରେ ଓଡିଶା ରାଜନୈତିକ କ୍ଷେତ୍ରରେ ଅପୂରଣୀୟ କ୍ଷତି ଘଟିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିବା ସହ ଦିବଂଗତ ଆମରଆତ୍ମାର ସଦଗତି କାମନା ପୂର୍ବକ ଶୋକ ସନ୍ତପ୍ତ ପରବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ଗଭୀର ଶୋକ ପ୍ରକାଶ କରିଛନ୍ତି ଲ ଏକ ଶୋକ ବାର୍ତ୍ତାରେ ଶ୍ରୀ ଦାସବର୍ମା କହିଛନ୍ତି ଯେ,ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଶ୍ୱାଳ ରାଜ୍ୟ ରାଜନୀତି ବିଶେଷ କରି ପଶ୍ଚିମ ଓଡିଶାର ଜଣେ ବରିଷ୍ଠ ତଥା ଅନୁଭବୀ ରାଜନୀତିଜ୍ଞ ଭାବେ ବେଶ ଲୋକପ୍ରିୟ ଥିଲେ l ଜନଜାତି ଓ ଅବହେଳିତ ବର୍ଗର କଲ୍ୟାଣାର୍ଥେ ତାଙ୍କର ଅବଦାନ ସର୍ବଦା ସ୍ମାରଣୀୟ ହୋଇ ରହିବ ଲ ଶ୍ରୀ ଦାସବର୍ମା ସ୍ବର୍ଗତ ବିଶ୍ୱାଳଙ୍କ ଆମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l
ପୂର୍ବତନ ମୁଖ୍ୟମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ତଥା ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଗଭିର ଶୋକ ବ୍ୟକ୍ତ କରିଛନ୍ତି । ସେ ତାଙ୍କ ଶୋକବାର୍ତାରେ କହିଛନ୍ତି ହେମାନନ୍ଦ ବାବୁଙ୍କ ସହ କଲେଜରେ ପଢ଼ିବା ସମୟରୁ ମୋର ସଂପର୍କ । ଗତ କିଛିଦିନ ତଳେ ଏ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ୮୩ ବର୍ଷ ବୟସରେ ଶ୍ରୀ ବିଶ୍ୱାଳଙ୍କ ବିୟୋଗ ଖବର ମୋତେ ଦୁଃଖ ଦେବା ସହ ମର୍ମାହତ କରିଛି । ସେ ତୃଣମୂଳ ସ୍ତରରୁ ଜନସେବା କରିବାପାଇଁ ଦୃଢ଼ ପ୍ରତିଜ୍ଞ ଥିଲେ । କଂଗ୍ରେସ ଦଳରେ ଯୋଗଦାନ କରି ବହୁ ପଦପଦବୀରେ ରହି କଂଗ୍ରେସ ଦଳକୁ ସୁଦୃଢ଼ କରିବାପାଇଁ ସର୍ବଦା ଚେଷ୍ଟିତ ଥିଲେ । ସେ କଂଗ୍ରେର ନୀତି ଓ ଆଦର୍ଶ ପାଇଁ ସାରା ଜୀବନ ଉତ୍ସର୍ଗୀକୃତ କରିଥିଲେ । ସେ କଂଗ୍ରେସ ଦଳର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟରେ ଅନେକ ଗୁଡ଼ିଏ ଜନମଙ୍ଗଳ କାର୍ଯ୍ୟ କରିଯାଇଛନ୍ତି । ଶ୍ରୀ ବିଶ୍ୱାଳଙ୍କ ବିୟୋଗ ଓଡ଼ିଶା ରାଜ୍ୟ ରାଜନିତିରେ ବିଶେଷ କରି କଂଗ୍ରେସ ଦଳ ପାଇଁ ଅପୂରଣୀୟ କ୍ଷତି । ତାଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ବିଶ୍ୱାଳଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।