ହେଡଲାଇନସ୍:

କୋସଲି ସ୍ୱାଭିମାନ ଦିନ ପାଳିତ: ହାମେ କୋସଲି ହାମର ଭାଷା କୋସଲିକୁ ନାରା ପୁଣି ଶୁଭୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପଦ୍ମପୁର : ଆଜି ପଦ୍ମପୁର ଠାରେ ଜୟନ୍ତି ପାଳନ କମିଟି ତରଫରୁ ପଣ୍ଡିତ ପ୍ରୟାଗଦତ ଜୋଷୀଂକ ଜନ୍ମଦିନକୁ କୋସଲି ସ୍ୱାଭିମାନ ଦିନ ଭାବେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସହରର ଦୁର୍ଗା ଗୁଡି ଠାରୁ ଏକ ଶୋଭାଯାତ୍ରା ବାହାରି ଦିଲିପ ମଣ୍ଡପର ସଭା ସ୍ଥଳକୁ ପହଂଚିଥିଲା । ଶୋଭାଯାତ୍ରାରେ କୋସଲି ଭାଷାକୁ ସାମ୍ବିଧାନିକ ସ୍ୱିକୃତି ମିଲୁ, ପ୍ରାଥମିକ ସ୍ଥରରେ ଶିକ୍ଷା ଦିଆଯାଉ, ଓଡିଶାର ଦ୍ୱୀତିୟ ସରକାରୀ ଭାଷା ର ମାନ୍ୟତା ମିଲୁ ଆଦି ଦାବୀର ପ୍ଲାକାର୍ଡ ସହ ନାରା ଦିଆହୋଇଥିଲା ଓ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଅନୁଷ୍ଠିତ ସଭାରେ କୋସଲରତ୍ନ ପ୍ରୟାଗଦତ ଜୋଷୀ, କୋସଲ ବ୍ୟାସ ନିଲମାଧବ ପାଣିଗ୍ରାହି ଓ ପ୍ରେମରାମ ଦୁବେଂକ ନାରା ହାମେ କୋସଲି ହାମର ଭାଷା କୋସଲିକୁ ପୁଣି ଥରେ ପୁର୍ନଜୀବିତ କରି କୋସଲି ଭାଷା ଆନ୍ଦୋଳନକୁ ଆଗକୁ ନେବା ପାଇଁ ଅତିଥି ମାନେ ମତ ଦେଇଥିଲେ । ମଂଚରେ ଡ. ସାକେତ ଶ୍ରୀଭୁଷଣ ସାହୁ, ଭିକାରୀ ଚରଣ ମିଶ୍ର, ଗୋରେଖନାଥ ସାହୁ, ସୁରଜିତ ସିଂ ମହାରଥା, ଲାଲଚନ ବଗର୍ତି, ସୁଶାନ୍ତ ବାଗ, ଟିକେଲାଲ ବେହେରା ଥିଲେ ଓ ଦିଲ୍ଲିପ ପଶାୟତ ମଂଚ ସଂଜୋଜନା କରିଥିଲେ । ଏହି ଉତ୍ସବରେ କବୟତ୍ରି ସାବିତ୍ରୀ ସାହୁଂକୁ ଜୁବ ସମ୍ମାନ ପ୍ରଦାନ ସହ ଗଣେଶ ବାରିକ, ବଲ୍ଲଭ ସାହୁ, ବ୍ରଜମୋହନ ମେହେର, ଶିବ ପ୍ରସାଦ ମେହେର, ସୁଦାମ ମେହେରକୁ ସଂବର୍ଦ୍ଦିତ କରାଯାଇଥିଲା । ସଭାର ପରବର୍ତି ଅଧିବେଶନରେ ପ୍ରାୟ ୭୦ କବି ସ୍ୱରଚିତ ଜାତୀୟତାବାଦି କବିତା ପାଠ କରିଥିଲେ । ରାଜେନ୍ଦ୍ର ମହାନ୍ତି, ଭକ୍ତ ବିଶ୍ୱାଲ, ନିରଂଜନ ପଣ୍ଡା ଆଦି କବିତା ପାଠ ଅଧିବେଶନ ପରିଚାଳନା କରିଥିଲେ ।

0
0
0
s2sdefault