ଏକମନ ଏକ ପ୍ରାଣ ହୋଇ ଦଳ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଲେ ପର୍ଯ୍ୟବେକ୍ଷକ ଇଂ ପ୍ରୀତିରଞ୍ଜନ ଘଡେଇ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ତରଫରୁ ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ଙ୍କ ନେତୃତ୍ୱରେ ସମସ୍ତ ସାତ ଗୋଟି ଜ଼ିଲ୍ଲା ପରିଷଦ ଜୋନର ପ୍ରାର୍ଥୀ ପ୍ରାର୍ଥୀନୀ ଓ ବ୍ଲକ ସଭାପତି ସହ ସଂଯୋଜକ, ବରିଷ୍ଠ,ମହିଳା,ଯୁବ, ଛାତ୍ର ନେତୃବୃନ୍ଦମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ହୋଟେଲ ଆମ୍ବିଆନ୍ସ କନ୍ଫରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଆଜିର ଏହି ବୈଠକ ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ସୁନ୍ଦରଗଡ଼ ଜ଼ିଲ୍ଲା ବିଜୁ ଜନତା ଦଳ ର ମୁଖ୍ୟ ପର୍ଯ୍ୟବେକ୍ଷକ ତଥା ବିଧାୟକ ସୁକିନ୍ଦା ଶ୍ରୀ ପ୍ରୀତି ରଞ୍ଜନ ଘଡ଼େଇ ,ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ ସୁନ୍ଦରଗଡ଼ ବିଜୁ ଜନତା ଦଳ ସଭାପତି ତଥା ସ୍ୱତନ୍ତ୍ର ଉନୟନ ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ବିନୟ କୁମାର ଟପ୍ପୋ, ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ତଲସରା ଶ୍ରୀ ପ୍ରଫୁଲ୍ଲ ମାଝୀ, ସହ ପର୍ଯ୍ୟବେକ୍ଷକ ଶ୍ରୀ ଦେବାଶିଷ ମଲ୍ଲିକ, ପୂର୍ବତନ ସ୍ୱତନ୍ତ୍ର ଉନୟନ ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ଅମାତ,ସୁନ୍ଦରଗଡ଼ ଜ଼ିଲ୍ଲା ର ସାଧାରଣ ସମ୍ପାଦକ ଶ୍ରୀ ଜନ୍ମେଜୟ ମହାପାତ୍ର l
ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଯୋଗେଶ କୁମାର ସିଂ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଶ୍ରୀ ଘଡ଼େଇ ନିଜ ବକ୍ତବ୍ୟରେ ଚଳିତ ଜ଼ିଲ୍ଲା ପରିଷଦ ନିର୍ବାଚନ ରେ ସମସ୍ତ ସାତ ଗୋଟି ସିଟରେ କିପରି ଭଲ ପ୍ରଦର୍ଶନ କରିବା ଓ ଅଧିକ ଭୋଟ ରେ ବିଜୟୀ ହେବାପାଇଁ ସମସ୍ତେ ମନପ୍ରାଣ ଦେଇ ଲାଗି ପଡ଼ିବାକୁ ଆହ୍ବାନ ଦେଇଥିଲେ | ଏହି ଅବସରରେ ଜ଼ିଲ୍ଲା ପରିଷଦ ଜୋନ ଲେଫ୍ରିପଡା ( ଖ ) କଂଗ୍ରେସ ଦଳର ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଯୋଗେଶ କୁମାର ସିଂ ଙ୍କ ନିଜ ବଡ଼ ଭାଇ ନରେଶ ପ୍ରତାପ ସିଂ ଯିଏକି କଂଗ୍ରେସ ଦଳ ର ଜଣେ ଆଗ ଧାଡ଼ିର ନେତା ଭାବେ ସଦର ନିର୍ବାଚନ ମଣ୍ଡଳୀ ରେ ସୁପରିଚିତ ସେ ଆଜି କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ ଯୋଗଦେଲେ ବିଜେଡି ସୁପ୍ରିମୋ ତଥା ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ | ଶ୍ରୀ କୃଷ୍ଣ ଚରଣ ପଣ୍ଡା( ପୂର୍ବତନ ସରପଞ୍ଚ ତଥା ପୂର୍ବତନ ଲ୍ୟାମ୍ପ ସଭାପତି )ଓ ସମିର ନାଏକ ମଧ୍ୟ ବିଜେପି ଛାଡି ବିଜେଡି ରେ ଯୋଗ ଦେଇଥିଲେ l ଏମାନଙ୍କୁ ସମସ୍ତଙ୍କୁ ଜ଼ିଲ୍ଲା ର ମୁଖ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରୀତିରଞ୍ଜନ ଘଡ଼େଇ ବିଜୁ ଜନତା ଦଳ ଉତ୍ତରୀୟ ଓ ପୁଷ୍ପମାଲ୍ୟା ପ୍ରଦାନ କରି ଦଳକୁ ସ୍ୱାଗତ ଜଣେଇଥିଲେ | ସମସ୍ତଙ୍କ ଦଳରେ ଯୋଗଦେବା ଦ୍ୱାରା ଦଳ ଆହୁରି ମଜବୁତ ହେବ ଓ ଚଳିତ ଜ଼ିଲ୍ଲା ପରିଷଦ ନିର୍ବାଚନରେ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ନିଜ ବକ୍ତବ୍ୟରେ ଶ୍ରୀ ଘଡେଇ ପ୍ରକାଶ କରିଥିଲେ l ସମସ୍ତ ସମ୍ମାନିତ ଅତିଥି ମାନେ ନିଜ ବକ୍ତବ୍ୟରେ ଦଳ କିପରି ଚଳିତ ଜ଼ିଲ୍ଲା ପରିଷଦ ନିର୍ବାଚନ ରେ ଭଲ ପ୍ରଦର୍ଶନ କରିବ ସମସ୍ତ ୭ ଟି ସିଟ ରେ ଅଧିକ ଭୋଟରେ ବିଜୟ ଲାଭ କରିବ ଧ୍ୟାନ ଦେବା ପାଇଁ କହିଥିଲେ l ସଭା ଶେଷରେ ସହ ପର୍ଯ୍ୟବେକ୍ଷକ ଶ୍ରୀ ଦେବାଶିଷ ମଲ୍ଲୀକ ଧନ୍ୟବାଦ ଅର୍ପଣ କରିଥିଲେ l
ଏହି ସଭାରେ ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକ, ଜ଼ିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ପଣ୍ଡା, ଆଇନଜୀବୀ ସାମ୍ମୁଖ୍ୟ ଜ଼ିଲ୍ଲା ଆବାହକ ଅଶୋକ କୁମାର ସ୍ବାଇଁ, ଜ଼ିଲ୍ଲା ଯୁବ ସଭାପତି ଦେବେନ୍ଦ୍ର ମାଝୀ, ଜ଼ିଲ୍ଲା ଛାତ୍ର ସଭାପତି ସାୟଦ ସେହଵାଜ ହୁସେନ, ଟାଉନ ସଭାପତି ସୁରେନ୍ଦ୍ର ଭିତରିଆ, ସଦର ବ୍ଲକ (କ ) ର ପ୍ରାର୍ଥୀ ଅଶ୍ଵିନୀ କୁମାର ନାଏକ, ( ଖ ) ର ପ୍ରାର୍ଥୀନୀ ଶ୍ରୀମତୀ ମଞ୍ଜୁଲତା ନାଏକ, ଟାଙ୍ଗରପାଲି ବ୍ଲକ (କ ) ଗେଲବତୀ ପଟେଲ, (ଖ ) କୁନ୍ତୀ ପ୍ରଧାନ, ଲେଫ୍ରିପଡା ବ୍ଲକ (କ) ଅଞ୍ଜଳି ଘୋଷ, ହେମଗିର ବ୍ଲକ (କ ) ଉଦିତ ସେଠ, (ଖ ) ମହିମା ସେଠ ସମେତ ସୁନ୍ଦରଗଡ଼ ଜ଼ିଲ୍ଲା ସାଧାରଣ ସମ୍ପାଦକ ଜନ୍ମେଜୟ ମହାପାତ୍ର, ଉପସଭାପତି ସୁକାନ୍ତ ପତି, ଲଲାଟେନ୍ଦୁ ପରିଡା, ଗୋପ ମହାନ୍ତି,ଜୟ ନାରାୟଣ ତ୍ରିପାଠୀ, ଅଶୋକ ସାଏ, ଗୋପାଳ ପ୍ରଧାନ, ପୂର୍ବତନ ପୌରାଧକ୍ଷ ବେଣୁଧର ତାଣ୍ଡିଆ, ହେମଗିର ବ୍ଲକ ପୂର୍ବତନ ଅଧକ୍ଷା ଶ୍ରୀମତୀ ସୁଧାରାଣୀ ରାଉଡ଼ିଆ, ଟାଙ୍ଗରପାଲି ବ୍ଲକ ପୂର୍ବତନ ଅଧକ୍ଷ୍ୟ ଜଟିଆ ମୁଣ୍ଡା, ସୁମନ୍ତ ପଣ୍ଡା, ପଞ୍ଚା ବାରଲା, ବୀଣା ସାହୁ, ହେମଗିର ବ୍ଲକ ସଭାପତି ଉପେନ୍ଦ୍ର ଭୋଇ, ଟାଙ୍ଗରପାଲି ବ୍ଲକ ସଭାପତି ବୀରେନ୍ଦ୍ର ପଟେଲ, ମନୋଜ ପଟେଲ,ନିର୍ମଳ ବୋଷ,ସୀତାକାନ୍ତ ପଟେଲ, ସୁମନ୍ତ ପଟେଲ, କୌଶିକ ପଟେଲ, କୁନୁ ବିଶ୍ଵକର୍ମା, ଅମୃତ ଶେଖର ଦେଓ, ବସନ୍ତ ଶେଖର ଦେଓ, ସୁନୀଲ ମହାପାତ୍ର, ଅନିଲ ମହାପାତ୍ର, ଜଗଦୀଶ ସାହୁ, ନିତ୍ୟାନନ୍ଦ ପଟେଲ, ସଞ୍ଜୟ ପଟେଲ, ସୁଧାଂଶୁ ନାଏକ, ଦିପକ ଉର୍ମା, କଳାକାହ୍ନୁ ମେହେର, ପ୍ରକାଶ ବହିଦାର, ଅରବିନ୍ଦ ସାହୁ, ରିଣ୍ଟୁ ବହିଦାର, ଆଶିଷ ତ୍ରିପାଠୀ, ଅନିରୁଦ୍ଧ ସାହୁ, ପରବେଜ ଖାନ ସମେତ ଅନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ |