ହେଡଲାଇନସ୍:

ବିଦ୍ୟୁତ ସଂଯୋଗରୁ ବଞ୍ଚିତ ୫ ଗ୍ରାମବାସୀ, ଭୋଟ ବର୍ଜନ ନିଷ୍ପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା (ବସନ୍ତ କୁମାର ଜେନା) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଉପଖଣ୍ଡ ଦର୍ଜିଂ ପଞ୍ଚାୟତ ଅଧିନସ୍ଥ କୋଇଲିଝର, ଲୁଧୁଣି, ଢ଼େଙ୍କିଆମ, ଗହମି ଓ ପୁରୁଣାପାଣି ୫ଟି ଗ୍ରାମରେ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ଗ୍ରାମବାସୀ । ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତି ନେଇଛନ୍ତି ଗ୍ରାମବାସୀ । ୫ଟି ଗ୍ରାମରେ ୮ଶହରୁ ଉର୍ଦ୍ଧ୍ୱ ଭୋଟର ଥିବା ବେଳେ ଏମାନେ ବିଦ୍ୟୁତରୁ ବଞ୍ଚିତ ରହିଛନ୍ତି । ବିଦ୍ୟୁତ ନ ଥିବାରୁ ଅନ୍ଧକାର ମୟ ରହୁଛି ସମସ୍ତ ଗ୍ରାମ । ଯାହାଫଳରେ ସେମାନେ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ପିଲାମାନଙ୍କ ପାଠ ପଢା ଠାରୁ ଆରମ୍ଭ କରି ବିଭିନ୍ନ ଅସୁବିଧା ହେଉଛି । ତେବେ ବିଦ୍ୟୁତ ସଂଯୋଗ ନ ଥିବାରୁ ସରକାରଙ୍କ ପକ୍ଷରୁ ଗ୍ରାମରେ ସୋଲାର ଲାଇଟ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ସୋଲାର ସବୁ ଅଚଳ ଅବସ୍ଥାରେ ପଡିରହିଛି । ଯାହାଫଳରେ ନା ସୋଲାର ସୁବିଧା ପାଇଲେ ନା ବିଦ୍ୟୁତ ସଂଯୋଗ ହୋଇପାରିଲା । ସେମାନଙ୍କ କହିବା ଅନୁସାରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଗ୍ରାମରେ ଓ ସହରରେ ବିଦ୍ୟୁତ ଯୋଗାଣ ରହିଥିବା ବେଳେ ଏହି ଗ୍ରାମ ମାନଙ୍କରେ କାହିଁକି ଏ ଯାଏଁ ବିଦ୍ୟୁତ ସଂଯୋଗ କରାଯାଇ ନାହିଁ ତା’ର ଜବାବ ଦେବ କିଏ ? ଉକ୍ତ ଗ୍ରାମରେ ହିନ୍ଦି ଓରାମ, ବିନୋଦୀନି ବାର୍ଲା, ପ୍ରମୁଖ ବହୁ ଶତାଧିକ ଭୋଟର ଭୋଟ ବର୍ଜନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଯେ ପର୍ୟ୍ୟନ୍ତ ୫ଟି ଗ୍ରାମରେ ବିଦ୍ୟୁତ ସମସ୍ୟାର ସମାଧାନ କରା ନ ଯାଇଛି ସେ ପର୍ୟ୍ୟନ୍ତ ଆମ୍ଭେ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଭୋଟ ନ ଦେବାକୁ ନିଶ୍ଚିତ କରିଛନ୍ତି ।

0
0
0
s2sdefault