ହେଡଲାଇନସ୍:

ସପ୍ତାହ ପରେ ଉଠିଲା ପିଚୁ, ଭଲ ରାସ୍ତାଟିଏ ଯୋଗାଇବା ଦାବିରେ ରାସ୍ତା ଅବରୋଧ କଲା ଯୁବକ ସଂଘ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶ୍ରୀରାମପଦା ଠାରୁ ଡକ୍ରିଙ୍ଗିଆ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିମ୍ନମାନର 

କନ୍ଧମାଳ: ଗଗନ କୁମାର ପ୍ରଧାନ

27-07-18-g-udayagiri.jpg - 114.47 kB

କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ  । ଏହି  ବ୍ଲକ  ଅଧିନରେ ରହିଅଛି ରଟିଙ୍ଗିଆ ପଂଚାୟତ । କିଛି ବର୍ଷ ପୂର୍ବେ ଗାଁକୁ ମାଟି ରାସ୍ତାଟିଏ ଥିଲା । ବର୍ଷା ଋତୁରେ ରାସ୍ତାର ଅବସ୍ଥା ଖରାପ ହେଉଥିବାରୁ ଅଂଚଳବାସୀ  ପକ୍କା ରାସ୍ତା କରିବା ପାଇଁ ପ୍ରଶାସନ ପାଖରେ ଦାବୀ ରଖିଥିଲେ । ବହୁବାର ଦାବୀ ପରେ ସରକାର ଶ୍ରୀରାମପଦା ପି.ଡବ୍ଲୁ.ଡି. ରାସ୍ତା ଠାରୁ ଡକ୍ରିଙ୍ଗିଆ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ଏକ ସଡକ ଯୋଗାଇ ଦେଲେ । ରାସ୍ତା କାମ ଆରମ୍ଭ ହେବାରୁ ଗ୍ରେସିଙ୍ଗିଆ ଓ ରଟିଙ୍ଗିଆ ଗ୍ରାମ ପଂଚାୟତର ପାଖାପାଖି ୫ହଜାର ଲୋକଙ୍କ ମୁହଁରେ ବେଶ  ହସ ଫୁଟି ଉଠିଥିଲା । ୨୦୧୪ ମସିହାରେ ୪୬୬.୬୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୯.୩୮୦ କି.ମି. ରାସ୍ତା କାମ ଆରମ୍ଭ ହେଲା । ପ୍ରଶାସନର ଅବହେଳା ଓ ଠିକାଦାରଙ୍କ ମନମାନିରେ ରାସ୍ତାରେ ପିଚୁ ପଡିଲା । ବର୍ତମାନ ସୁଦ୍ଧା ରାସ୍ତାକାମ ଓ ସାଇଡ  ୱାଲ ଅସମ୍ପୂର୍ଣ୍ଣ ହୋଇରହିଛି । ଏକ ସପ୍ତାହ ପୂର୍ବେ ରଟିଙ୍ଗିଆ, ଆର . ପଡିକିଆର ବିଭିନ୍ନ ଅଂଚଳରେ ପିଚୁ ପଡିଥିଲା । କିନ୍ତୁ ଅତି ଦୁଃଖର ବିଷୟ ରାସ୍ତାରୁ ବର୍ତମାନ ବଜୁରି ବାହାରି ପଡୁଅଛି । ବାଲି ଓ ବଜୁରିରେ ପିଚୁର ପରିମାଣ କମ ହୋଇଥିବାରୁ ବର୍ତମାନ ରାସ୍ତାର ପୁରାପୁରି ଖରାପ ହୋଇଥିବା ଅଂଚଳବାସୀ କହିଛନ୍ତି । ରାସ୍ତାରୁ ପିଚୁ ଓ ବଜୁରି ପୁରାପୁରି ଅଲଗା ହୋଇଯାଇଛି । ଯାହାକୁ ନେଇ ରଟିଙ୍ଗିଆ ଓ ଗ୍ରେସିଙ୍ଗିଆ ପଂଚାୟତର ଯୁବକମାନେ ତା.୨୭.୦୭.୨୦୧୮ରିଖରେ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ । ନିମ୍ନମାନର ରାସ୍ତାକାମ ହେଉଥିବାରୁ ଅଂଚଳବାସୀ ବହୁବାର ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ ଅଂଚଳବାସୀ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ବର୍ତମାନ ସୁଦ୍ଧା ଅନେକ ସ୍ଥାନର ରାସ୍ତା ଅସମ୍ପୂର୍ଣ୍ଣ ହୋଇ ରହିଥିବା ଅଂଚଳବାସୀ ପ୍ରକାଶ କରିଛନ୍ତି । ନିମ୍ନମାନର ରାସ୍ତା କାମ ଯୋଗୁଁ ପୂର୍ବରୁ ବହୁବାର ପ୍ରଶାସନକୁ ଅବଗତ କରି ଆସୁଛନ୍ତି । କିନ୍ତୁ ପ୍ରଶାସନ ଅଂଚଳର ଦାବିକୁ ଗୁରୁତର ସହ ଗ୍ରହଣ କରୁନଥିବା ଅଂଚଳର ଗୋଲଡେନ୍ ପ୍ରଧାନ, ସାଲୁ ନାୟକ, ଦେବାର୍ସନ କାଳ, ଆମୋଷ ନାୟକ, ନତେଶ ନାୟକ, ରମିଜାନ ନାୟକ ଓ ରଞ୍ଜନ ପ୍ରଧାନ ପ୍ରମୁଖ ଅଭିଯୋଗ କରୁଛନ୍ତି । ଯଦି ପ୍ରଶାସନ ଏଥି ପ୍ରତି ଦୃଷ୍ଟି ନ ଦିଏ ଆଗାମୀ ଦିନରେ ପୁଣି ଆନେ୍ଦାଳନ କରାଯିବ ବୋଲି ରଟିଙ୍ଗିଆ ଓ ଗ୍ରେସିଙ୍ଗିଆ ଯୁବକ ସଂଘ ପକ୍ଷରୁ  ଚେତାବନି ଦିଆଯାଇଛି । 

0
0
0
s2sdefault