ହେଡଲାଇନସ୍:

ସାମ୍ବାଦିକ ବିଜୟ କୁମାର ସାହୁ ଓୟୁଜେର ରାଜ୍ୟ ସଂଗଠକ ସମ୍ପାଦକ ଓ ଜୟସିହ ଭୋଇ କାର୍ଯକାରୀ ସଦସ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼: ଓଡ଼ିଶା ସାମ୍ବାଦିକ ୟୁନିୟନ ଓୟୁଜେର ରାଜ୍ୟ ସଗଠନସମ୍ପାଦକ ଭାବରେ ବରଗଡ଼ ର ସାମ୍ବାଦିକ ବିଜୟ କୁମାର ସାହୁ ଓ କାର୍ଯକାରୀ ସଦସ୍ୟ ଭାବରେ ସାମ୍ବାଦିକ ଜୟସିହ ଭୋଇ ନିର୍ବାଚିତ ହୋଇଛନ୍ତି ।୨୦୨୧-୨୩ ବର୍ଷ ପାଇଁ ଭୁବନେଶ୍ବର ଓୟୁଜେ ଭବନ ଠାରେ ଅନୁଷ୍ଠିତ ରାଜ୍ୟ ନିର୍ବାଚନ ରେ ବରଗଡ଼ ଜିଲ୍ଲାର ଦୁଇ ସାମ୍ବାଦିକ ଙ୍କୁ ଦାୟିତ୍ୱ ଦିଆଯାଇଛି ।ସେହିପରି ରାଜ୍ୟ ସଭାପତି ଭାବରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଓ ସାଧାରଣ ସମ୍ପାଦକ ଭାବରେ ଅଶୋକ କୁମାର ନନ୍ଦ ନିର୍ବାଚିତ ହୋଇଛନ୍ତି ।ଗତ ୯ ତାରିଖ ନିର୍ବାଚନ ପ୍ରକ୍ରିୟା ଶେଷ ହେବାପରେ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ ୨୦୨୧-୨୩ ବର୍ଷ ପାଇଁ ନିର୍ବାଚିତ ପ୍ରତିନିଧି ଙ୍କ ନାମ ଘୋଷଣା କରିଛନ୍ତି ।ସମସ୍ତ ସାମ୍ବାଦିକଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସଗଠନ କୁ ଅଧିକ ସୁଦୃଢ କରିବା ସହ ସାମ୍ବାଦିକ ଙ୍କ ବୀମା ରାଶିକୁ ୨ ଲକ୍ଷ ରୁ ୫ ଲକ୍ଷ କୁ ବୃଦ୍ଧି କରାଯିବା ଓ ସାମ୍ବାଦିକ ଙ୍କୁ ୨୦ ହଜାର ଟଙ୍କା ପେନସନ ଯୋଜନା ଲାଗୁ କରିବା ପାଇଁ ସରକାର ଙ୍କ ଠାରେ ଦାବି କୁ ଯୋରଦାର କରାଯିବ ବୋଲି ନୂତନ ଦାୟିତ୍ୱ ନେଇଥିବା କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।ନୂତନ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ବରଗଡ଼ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ଼ ଜାବ ଶାଖା ତରଫରୁ ବରିଷ୍ଠ ସଦସ୍ୟ ଭିଷ୍ମ ଦେବ ପଣ୍ଡା , ସୁରେଶ ଦାଶ , ଡ଼ମ୍ବରୁଧର ରଣା,ହେମନ୍ତ ପ୍ରଧାନ, ଡିଗ୍ରିଧର ସାହୁ,ଦୂର୍ଗା ପ୍ରସାଦ ତ୍ରିବେଦୀ ଙ୍କ ସମେତ ଜାବ ସଭାପତି ରବି ନାରାୟଣ ପଣ୍ଡା , ସମ୍ପାଦକ ୟୁଧିଷ୍ଟିର ମହାପାତ୍ର , ସମସ୍ତ ସଦସ୍ୟ କୃତଜ୍ଞତା ଜଣାଇଛନ୍ତି ।ଆସନ୍ତା ଦିନରେ ବରଗଡ଼ ଜିଲ୍ଲାର ଜାବ ଶାଖା କୁ ଆହୁରି ସକ୍ରିୟ କରାଯିବ ବୋଲି ସଭାପତି ପଣ୍ଡା କହିଛନ୍ତି ।

0
0
0
s2sdefault