ହେଡଲାଇନସ୍:

ଯେ କୌଣସି ଆପାତକାଳୀନ ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପ୍ରଶାସନର ସାମ୍ଭାବ୍ୟ ବନ୍ୟା ମୁକାବିଲା ସମୀକ୍ଷା ବୈଠକ ।

ଯାଜପୁର(ଜୟଶଙ୍କର ଦାଶ) :  ସମ୍ପ୍ରତ୍ତି ଲଗାଣ ବର୍ଷା ପଂଳରେ ଯାଜପୁର ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଚ୍ଥି ।  ତେଣୁ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଚ୍ଥି ।  ଏ ସଂପର୍କରେ ଏକ ସମୀକ୍ଷା ବୈଠକ ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେଅନୁଷ୍ଠିତ  ହୋଇଥିଲ ।  ଏଥିରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତ ଜିଲ୍ଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ ସାମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରତ୍ୟେସ ବିଭାଗ ସଜାଗ ରହିବାକୁ ନିଦେ୍ର୍ଧଶ ଦେଇଥିଲେ ।  ଯାଜପୁର ଏକ ବନ୍ୟା ପ୍ରବଣ ଜିଲ୍ଲା ।  ସମସ୍ତ ବଡ ବଡ ନଦୀ ଯଥା- ମହାନଦୀ, ବ୍ରାହ୍ମଣୀ, ବୈତରଣୀ ମଧ୍ୟ ଏହି ନଦୀ ନେଇ ପ୍ରବାହିତ ହେଊଚ୍ଥି ।  ତେଣୁ ଯେଊଁ ନଦୀ ସିଷ୍ଟମରେ ବନ୍ୟା ହେଲେ ମଧ୍ୟ ଜିଲ୍ଲାର କୈାଣସି ନା କୈାଣସି ଅଂଚଳ ଜଳ ପ୍ଳାବିତ ହେବାର ଆଶଙ୍କା ରହିଚ୍ଥି ।  ତେଣୁ ବନ୍ୟାରେ କ୍ଷତିଗ୍ରସ୍ତ ଲୋକ ମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବାକୁ ଶ୍ରୀ ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ ।  ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ସମସ୍ତ ବିଭାଗୀୟ ଅଧିକାରୀମାନେ ପରିସ୍ଥିତି ଊପରେ ଦୃଷ୍ଟି ରଖିବା ସହ କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ ।  ଯଦିଓ ରାଜ୍ୟ ସ୍ୱତନ୍ତ୍ର ରିଲିପଂ କମିଶନରଙ୍କ ସୂଚନା ମୁତାବକ ଏହି ବନ୍ୟା କ୍ଷୁଦ୍ର କିମ୍ୱା ମଧ୍ୟମ ଧରଣର ହୋଇପାରେ ତଥାପି ଆମେ ସଂପୂର୍ଣ୍ଣ ସଜାଗ ରହିବା ଊଚିତ ବୋଲି ସେ ଆହ୍ୱାନ ଦେଇଥିଲେ ।  ସୋମବାର ଅପରାହ୍ନ ୫ ଘଟିକା ସୁଦ୍ଧା ବୈତରଣୀ ନଦୀର ଆଖୁଆପଦା ଠାରେ ଜଳ ପତ୍ତନ ୧୭.୯୪ ମିଟର ଥିବାବେଳେ ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଚ୍ଥି ।  ବଲ୍ଳଭୀ ଘାଟରେ ବିପଦ ସଙ୍କେତ ୧୩.୩୪ ମିଟର ରହିଥିବା ବେଳେ  ଜଳ ସ୍ତର ୧୩.୩୪ ମିଟର ରହିଚ୍ଥି ।  ସେହିପରି ଆନନ୍ଦପୁରରେ ବପଦ ସଙ୍କେତ ୩୮.୩୬ ମିଟର ଥିବାବେଳେ ଜଳ ସ୍ତର ୩୬.୮୫ ମିଟର ଓ ଦଶରଥପୁର ଠାରେ ବିପଦ ସଙ୍କେତ  ୯.୫୨ ମିଟର ଥିବାବେଳେ ଜଳ ସ୍ତର ୯.୭୫ ମିଟର ରହିଚ୍ଥି ।   ମହାନଦୀ ବିରୂପା ନଦୀର ସାଊଡିଆ ଠାରେ ବିପଦ ସଙ୍କେତ ୧୦.୫୦ ମିଟର ଥିବାବେଳେ ବର୍ତ୍ତମାନ  ୭.୩୫ମିଟର ରହିଚ୍ଥି । 

                             ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ହାରାହାରି ବର୍ଷା ୨୩.୫୪ ମିଲି ମିଟର ରେକର୍ଡ କରାଯାଇଚ୍ଥି । ତେବେ ଜୁଲାଇ ମାସରେ ହାରାହାରି ବୃଷ୍ଟିପାତ ୩୫୦.୯ ମିଲି ମିଟର ସ୍ଥଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୪ ଭାଗ ଅଧିକ ବର୍ଷା ହୋଇ ୪୫୭.୧୫ ମିଲି ମିଟରରେ ପହଞ୍ଚିଚ୍ଥି ।  ଏଥିରେ ୧୭ ତାରିଖରେ ଦଶରଥପୁର ବ୍ଲକରେ ସର୍ବାଧିକ ୧୯୮ ମିଲି ମିଟର ବର୍ଷା ହୋଇଥିବା ବେଳେ ଯାଜପୁର ବ୍ଲକରେ ଦ୍ୱିତୀୟ ସର୍ବାଧିକ ୧୨୯ ମିଲି ମିଟର ବର୍ଷା ହୋଇଥିଲା ।  ଅପର ପକ୍ଷରେ ଜୁନ ମାସରେ ହାରାହାରି ୨୩୮.୫ ମିଲି ମିଟର ବର୍ଷା ସ୍ଥଳେ ୨୧୮.୫୦ ମିଲି ମିଟର ବର୍ଷା ରେକର୍ଡ ହୋଇଚ୍ଥି ।  ଯୋଗାଣ ବିଭାଗ ଅତ୍ୟାବଶ୍ୟକୀୟ ଖାଦ୍ୟ, ସ୍ୱାସ୍ଥ୍ୟ ବିଭାଗ ଊପଯୁକ୍ତ ଔଷଧ , ସାପ କାମୁଡା ଇଂଜେକ୍ସନ, ଓ.ଆର୍.ଏସ୍., ପାଇଁ  ନିର୍ଦ୍ଦେଶ  ଦିଆଯାଇଥିଲା ।  ସେହିପରି ଜଳ ସଂପଦ ବିଭାଗ ବହ୍ଳା, ବାଲିବସ୍ତା ଇତ୍ୟାଦି ପ୍ରସ୍ତୁତ ରଖିବା ସହ ସଂପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ  ଦିଆଯାଇଚ୍ଥି । 

                                      ଜିଲ୍ଲା ଜରୁରୀ ଅଧିକାରୀ ଊମେଶ ଚନ୍ଦ୍ର ଲେଙ୍କା ଜିଲ୍ଲାର ୧୦ଟି ଯାକ ବ୍ଲକ  ପାଇଁ ୬ ଜଣ ବରିଷ୍ଠ ତଦାରଖ ଅଧିକାରୀଙ୍କ ସହ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରୁ ଜଣେ ନୋଡାଲ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଚ୍ଥି ବୋଲି ସୂଚନା ଦେଇଥିଲେ ।  ଜିଲ୍ଲାରେ ୨୨ଟି ବନ୍ୟା ଆଶ୍ରୟ ସ୍ଥଳ ସହ ଆବଶ୍ୟକ ସ୍ଥଳେ ୨୨୮ ଟି ବିଦ୍ୟାଳୟକୁ ଆଶ୍ରୟ ସ୍ଥଳ ଭାବେ ବ୍ୟବହାର ପାଇଁ ବ୍ୟବସ୍ଥା ହୋଇଚ୍ଥି ।  ଏସ୍.ଆର୍.ସି. ପକ୍ଷରୁ ୩୫ ଟି ପାୱାର ବୋଟ୍, ଡୋନେସନରେ ୩ ଟି ପାୱାର ବୋଟ ରହିଥିବା ବେଳେ ୪୦ ଜଣ ଅସ୍ଥାୟୀ ଡ୍ରାଇଭର ଓ ଖଲାସୀଙ୍କୁ ନିଯୁକ୍ତି କରାଯାଇଚ୍ଥି ।  ଜିଲ୍ଲାରେ ୧୨୭ଟି ଦେଶୀ ଡଙ୍ଗା ରହିଚ୍ଥି ।  ଚଳିତ ବନ୍ୟାରେ ୧୪୬ ଟି ପଞ୍ଚାୟତର ୫୬୧ଟି ଗ୍ରାମ କ୍ଷତିଗ୍ରସ୍ତ ହେବାର ଆକଳନ କରାଯାଇଚ୍ଥି ।  ୨୩୫୯୪.୮୩ କ୍ୱିଣ୍ଟାଲ ଚାଊଳ ମହଜୁଦ ରହିଚ୍ଥି ।  ୩୦୯୯ ରୋଲ ଓ ୩୧୬୩୪ ଖଣ୍ଡ ପଲିଥିନ୍ ବିଭିନ୍ନ ତହସିଲରେ ମହଜୁଦ ରହିଚ୍ଥି ବୋଲି ଶ୍ରୀ ଲେଙ୍କା ପ୍ରକାଶ କରିଥିଲେ ।  ଏହି ସମୀକ୍ଷାରେ ବିଭିନ୍ନ ବିଭାଗର ଅଧିକାରୀ,  ସମସ୍ତ ବି.ଡି.ଓ., ତହସିଲଦାର ଓ ଅନ୍ୟାନ୍ୟ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ, କର୍ମଚାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।  ଶେଷରେ ଜିଲ୍ଲା  ଜରୁରୀ ବିଭାଗ ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । 

0
0
0
s2sdefault