ହେଡଲାଇନସ୍:

ସ୍ୱାଧୀନତା ଦିବସ ପାଳନ ନିମିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଯାଜପୁର/ Jayashankar Dash :     ସ୍ୱାଧୀନତା ଦିବସ ପାଳନ ଆମ ଦେଶର ଗର୍ବ, ଗୈାରବ ଓ ଜାତୀୟ ଭାବନାର ପ୍ରତୀକ । ଏହାକୁ ଶୃଙ୍ଖଳା ଓ ସଦ୍ଭାବନାର ସହ ପାଳନ କରି ଜାତୀୟ ଚେତନାକୁ ଉଦ୍ବୁଦ୍ଧ କରିବାକୁ ଭାରପ୍ରାପ୍ତ ଜିଲ୍ଲାପାଳ ବ୍ରଜଗୋପାଳ ଆଚାର୍ଯ୍ୟ ଆହ୍ୱାନ ଦେଇଛନ୍ତି । ଯାଜପୁରରେ  ୭୨ ତମ  ଜିଲ୍ଲା  ସ୍ତରୀୟ ସ୍ୱାଧୀନତା ଦିବସକୁ ଶାନ୍ତି ଶୃଙ୍ଖଳାର ସହ ପାଳନ ନିମିତ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର  ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା ।  ଏଥିରେ  ଶ୍ରୀ ଆଚାର୍ଯ୍ୟ  ଅଧ୍ୟକ୍ଷତା କରିବା ସହ ଯେଊଁ ବିଭାଗକୁ ଯେଊଁ ଦାୟିତ୍ୱ ଦିଆଯାଉଚ୍ଥି ତାହା ସଠିକ ସମୟରେ କାର୍ଯ୍ୟକାରୀ କରିବାକୁ  ନିର୍ଦ୍ଦେଶ  ଦେଇଥିଲେ ।  ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ବିଗତ ଦିନରେ ସମସ୍ତଙ୍କ ସହଯୋଗରେ ସ୍ୱାଧୀନତା ଦିବସ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଯାଜପୁର ଭଳି ଐତିହ୍ୟ ପୂର୍ଣ୍ଣ ଜିଲ୍ଲାରେ ସଂପନ୍ନ ହୋଇ ଆସୁଥିବାରୁ ଏହାକୁ ଅକ୍ଷୂର୍ଣ୍ଣ ରଖିବାକୁ  ଆହ୍ୱାନ ଦେଇଥିଲେ ।  ବୈଠକରେ ବିସ୍ତୃତ ଆଲୋଚନା ପରେ ସର୍ବସମ୍ମତି କ୍ରମେ ନିମ୍ନ ପ୍ରସ୍ତାବ ମାନ ଗ୍ରହଣ କରାଗଲା ।  ସ୍ୱାଧୀନତା ଦିବସ ଦିନ ପ୍ରତୁ୍ୟଷ ଘ.୪.୩୦ ମି. ସମୟରେ ସୂଚନା ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହରରେ ରାମଧୂନ ପରିବେଷଣ କରାଯିବ । ସକାଳ ଘ.୫.୩୦ ମିନିଟ୍ ଠାରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ଦ୍ୱାରା ପ୍ରଭାତପେଂରୀ କରାଯିବ । ସକାଳ ଘ. ୭.୩୦ ମିନିଟ୍ରେ ସମସ୍ତ ସରକାରୀ,  ବେସରକାରୀ କାର୍ଯ୍ୟାଳୟ ଏବଂ ନିଜସ୍ୱ ଗୃହ ମାନଙ୍କରେ ଜାତୀୟ ପତାକା ଊତୋଳନ କରାଯିବ । ଗାନ୍ଧୀ ଚ୍ଥକ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଓ ଗୌତମ ବୃଦ୍ଧ ସଂସ୍କୃତି ଭବନଠାରେ ଥିବା ବିଭିନ୍ନ ବରପୁତ୍ର ମାନଙ୍କ ପ୍ରତିମୂର୍ତିିରେ ସକାଳ ଘ. ୯.୦୫ ମିନିଟରୁ ମାଲ୍ୟାର୍ପଣ କରାଯିବ । ସ୍ୱାଧୀନତା ଦିବସର ମୁଖ୍ୟ ଅତିଥିଙ୍କ ଦ୍ୱାରା ସକାଳ ଘ.୯.୧୫ ମିନିଟ୍ ସମୟରେ ଜିଲ୍ଲା ସ୍କୁଲ ପଡିଆରେ ଜାତୀୟ ପତାକା ଊତୋଳନ କରାଯିବ ।  ଏହି ସମୟରେ  ସରକାରୀ ବାଳିକା ଊଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ମାନେ ଜାତୀୟ ସଂଗୀତ ଗାନ କରିବେ ।  ମୁଖ୍ୟ ଅତିଥି ପ୍ୟାରେଡ୍ ପରିଦର୍ଶନ, ଅଭିଭାଷଣ ପ୍ରଦାନ  ପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ପ୍ୟାରେଡର ଶ୍ରେଷ୍ଠ  ଦଳ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ  କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରିବେ । ପୁରସ୍କାର ସହ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ବୃକ୍ଷ ଚାରା ବଣ୍ଟନ କରାଯିବ ।  ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ପରେ ମୁଖ୍ୟ ଅତିଥି ଜିଲ୍ଲା  ମୁଖ୍ୟ ଚିକିତ୍ସାଧିକାରୀ ର ରୋଗୀ, ଜେଲର ଅନ୍ତେବାସୀ, କୁଷ୍ଠାଶ୍ରମ  ଓ ବାଳାଶ୍ରମର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ ।  ପ୍ୟାରେଡ୍ ପଡିଆକୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରିବା ସହ ବାରିକେଡ୍ ନିର୍ମାଣ, ପ୍ରବେଶ ପଥ ତୋରଣ ନିର୍ମାଣ, ଅତିଥି ଓ ଦର୍ଶକଙ୍କ ପାଇଁ ଚେୟାର ବ୍ୟବସ୍ଥା କରିବାକୁ ପୂର୍ତ୍ତ ବିଭାଗ, ଅଭ୍ୟାସ ପ୍ୟାରେଡ୍ ଓ ସ୍ୱାଧୀନତା ଦିବସ ଦିନ ଆଶୁ ଚିକିତ୍ସା  ବ୍ୟବସ୍ଥା ପାଇଁ ଜିଲ୍ଲା  ମୁଖ୍ୟ ଚିକିତ୍ସାଧିକାରୀ, ପାନୀୟ ଜଳ ଯୋଗାଣ ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ଓ ପ୍ୟାରେଡ୍ ସ୍ଥଳ ପରିଷ୍କାର ପରିଚ୍ଚ୍ଥନ୍ନ ପାଇଁ ପୈାର ପରିଷଦ କର୍ତୃପକ୍ଷଙ୍କୁ ଅନୁରୋଧ କରାଗଲା । ପ୍ୟାରେଡ୍ ପରିଚାଳନା ସହ ଜାତୀୟ ପତାକାକୁ ସମ୍ମାନର ସହ ବାନ୍ଧିବା ଓ ଅବତରଣର ବ୍ୟବସ୍ଥା କରିବାକୁ ପୋଲିସ ରିଜର୍ଭ ଇନିସ୍ପେକ୍ଟରଙ୍କୁ ଦାୟିତ୍ୱ ଦିଆଗଲା ।  ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ମଧ୍ୟରେ ଓଡିଆ ଓ ଇଂରାଜୀ ବକ୍ତୃତା, ଦେଶାତ୍ମ ବୋଧକ ସଂଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅଗଷ୍ଟ ୩ ତାରିଖ ଦିବା ୧୧ ଘଟିକାରେ ଜିଲ୍ଳ୍ା ସ୍କୁଲ ଠାରେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସାଂସ୍କୃତିକ ଦଳ ଚୟନ ୪ ତାରିଖ ପୂର୍ବାହ୍ନ ୧୦ ଘଟିକାରେ ସଂସ୍କୃତି ଭବନଠାରେ  ଅନୁଷ୍ଠିତ   ହେବ । ସେହିଭଳି ସଂସ୍କୃତି ବିଭାଗ ପକ୍ଷରୁ ଓପନ୍ କ୍ୱିଜ୍ ପ୍ରତିଯୋଗିତା ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ  ଅଗଷ୍ଟ ୧୨ ତାରିଖ ଦିବା ୧୦ ଘଟିକାରେ ଅନୁଷ୍ଠିତ  ହେବ  ।  ଅଭ୍ୟାସ ପ୍ୟାରେଡ ଅଗଷ୍ଟ ୧୧ ଓ ୧୨ ତାରିଖ ଅପରାହ୍ନ ୩ ଘଟିକା ଓ ୧୩ ତାରିଖ ପୂର୍ବାହ୍ନ ୮ ଘଟିକା ସମୟରେ ଜିଲ୍ଳ୍ା ସ୍କୁଲ ପଡିଆ ଠାରେ ଅନୁଷ୍ଠିତତ ହେବ । ପ୍ୟାରେଡରେ ଷଷ୍ଠରୁ ମହା ବିଦ୍ୟାଳୟ  ଚ୍ଥାତ୍ର ଚ୍ଥାତ୍ରୀ ଅଂଶ ଗ୍ରହଣ କରିବେ । ତେବେ ଜିଲ୍ଲା ସ୍କୁଲ ଖେଳପଡିଆ ଏକ ଛୋଟ ସ୍ଥାନ ହୋଇଥିବାରୁ ପ୍ୟାରେଡର ପ୍ଲାଟୁନ ସଂଖ୍ୟା କମ କରାଯିବ ବୋଲି ସ୍ଥିର   ହେଲା ।  ବୈଠକରେ  ଅନ୍ୟ ମାନଙ୍କ ମଧ୍ୟରେ  ଯାଜପୁର ପୈାରପାଳ ଭବ ପ୍ରସାଦ ଦାସ, ପୋଲିସ ଏସ୍.ଡି.ପି.ଓ. ପ୍ରଶାନ୍ତ କୁମାର ମଲ୍ଳ, ପୋଲିସ୍ ଆର୍.ଆଇ. କାହ୍ନୁ ଚରଣ ମାରାଣ୍ଡି ପ୍ରମୁଖ ମତବ୍ୟକ୍ତ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ୍ ପ୍ରପୁଂଲ ସାମଲ, ବରିଷ୍ଠ ସାମ୍ୱାଦିକ ବାଇଧର ମହାପାତ୍ର, ପ୍ରଭାତ ରାଊତରାୟ, କୈଳାସ ଚନ୍ଦ୍ର ନାୟକ, ସମାଜସେବୀ ପରମାନନ୍ଦ ନାୟକ, ଗିରିଧାରୀ ସ୍ୱାଇଁ, ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ପି.ଇ.ଟି. ରାଧାକୃଷ୍ଣ ବୋଷ, ବିଭିନ୍ନ ବିଭାଗର ଅଧିକାରୀ, ଗଣ ମାଧ୍ୟମର ପ୍ରତିନିଧି, ବିଭିନ୍ନ ଶିକ୍ଷାନୁଷ୍ଠାନ ର ପ୍ରତିନିଧି, ବରିଷ୍ଠ  ନାଗରିକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ବିବିଧ ପ୍ରସ୍ତାବମାନ ଦେଇଥିଲେ  । ଏହି ବୈଠକରେ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିବରଣୀ ପାଠ ଓ ଆୟ ବ୍ୟୟର ତଥ୍ୟ ପ୍ରଦାନ କରିଥିଲେ । ଶେଷରେ  ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର ଧନ୍ୟବାଦ ଅପର୍ଣ କରିଥିଲେ । 

 

0
0
0
s2sdefault