ହେଡଲାଇନସ୍:

ସଡ଼କ ଦୁର୍ଘଟଣାରେ ସାମ୍ବାଦିକ ଗୁରୁତର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

24-07-18-paika.gif - 358.89 kB

ପାଇକମାଲ / ଗୌରାଙ୍ଗ ଚରଣ ଦାଶ :- ଆଜି ଦିନ ପ୍ରାୟ 3 ଘଣ୍ଟା ସମୟରେ ପାଇକମାଲ,ପଦ୍ମପୁର ରାସ୍ତାରେ ବିଦ୍ୟୁତ ବିଭାଗର ଗ୍ରୀଡ଼ ନିକଟରେ ପଦ୍ମପୁର ପଟୁ ବାଇକ ରେ ଆସୁଥିବା ପାଇକମାଲ ର ସାମ୍ବାଦିକ ଶ୍ରୀ ଧୀରେନ ମହାନ୍ତି ଏକ ସଡ଼କ ଦୁର୍ଘଟଣା ରେ ଗୁରୁତର ଭାବରେ ଆହତ ହେଇ ପଡିଛନ୍ତି। ଶ୍ରୀ ଧୀରେନ ମହାନ୍ତି ଆସୁଥିବା ସମୟରେ ଏକ ବାଇକ ତାଙ୍କୁ ସାଇଡ ରୁ ଧକ୍କା ଦେଇଥିଲା ଯାହାଫଳରେ କି ଶ୍ରୀ ମହାନ୍ତି ଭାରସାମ୍ୟ ହରାଇ ବାଇକ ରୁ ପଡିଯାଇଥିଲେ ।ଏହି ସମୟରେ ଉକ୍ତ ରାସ୍ତା ଦେଇ ସାମ୍ବାଦିକ ଶ୍ରୀ ସୁରଥ ସାହୁ ଅସୁଥିଲେ। ଶ୍ରୀ ସାହୁ ତତ୍କ୍ଷଣାତ ଧୀରେନ କୁ ନିଜର ଗାଡି ରେ ବସାଇ ପାଇକମାଲ ଡାକ୍ତର ଖାନାକୁ ଆଣିଥିଲେ । ପାଇକମାଲ ଡାକ୍ତର ଖାନାରେ ପ୍ରାଥମିକ ଉପଚାର ପରେ ସିର ମହାନ୍ତି ଙ୍କୁ ପଦ୍ମପୁର କୁ ରେଫର କରାଯାଇଥିଲା। ଶ୍ରୀ ମହାନ୍ତି ଙ୍କର ଦୁର୍ଘଟଣା ର ଖବର ପ୍ରଚାରିତ ହେବ ସଙ୍ଗେ ସଙ୍ଗେ ସାମ୍ବାଦିକ ଶ୍ରୀ ବଡ ସାଥପଥୀ ,ଶ୍ରୀ ନିରାଜ କୁମାର ପାଣି ,ଓ ପଦ୍ମପୁର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଯମୁନା କନ୍ଧୁଣି ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଦୀକ୍ଷାକ ଶ୍ରୀ ସୁଶାନ୍ତ କୁମାର ପଣ୍ଡା ଓ ତାଙ୍କର ସମସ୍ତ ସହକର୍ମୀ ତଥା ପାଇକମାଲ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି  ଡାକ୍ତର ଖାନାକୁ ପହଂଚି ଶ୍ରୀ ମହାନ୍ତି ଙ୍କରସ୍ୱାସ୍ଥ ଅବସ୍ଥା ପଚାରି ବୁଝିଥିଲେ । ବଡ ଶଥପତି ଶ୍ରୀ ମହାନ୍ତି ଙ୍କର ଘରକୁ ଯୋଗାଯୋଗ କରି ତାଙ୍କର ପରିବାର ବର୍ଗଙ୍କୁ ଦୁର୍ଘଟଣା ବ୍ବାଫରେ ଜଣାଇବା ପରେ ପରିବାର ଲୋକେ ମଧ୍ୟ ଡାକ୍ତର ଖାନା କୁଆସିଥିଲେ। ଏହାପରେ ଶ୍ରୀ ମହାନ୍ତି କୁ ପଦ୍ମପୁର ଡାକ୍ତର ଖାନା କୁ ପଠାଇ ଦିଅ ଯାଇଥିଲା। ଖବର ଲେଖିବା ସମୟରେ ପଦ୍ମପୁର ଡାକ୍ତର ଖାନା ରୁ ଶ୍ରୀ ମହାନ୍ତି ଙ୍କୁ ବରଗଡ ଡାକ୍ତର ଖାନା କୁ ରେଫର କରା ଯାଉଛି ବୋଲି ଜଣା ପଡିଛି ।                

            ଦୁର୍ଘଟଣା ଘଟାଇ ଥିବା ବାଇକ ଆରୋହି ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଫେରାର ହେଇଯାଇଛି। ଶ୍ରୀ ମହାନ୍ତି ଙ୍କର ଶୀଘ୍ର ଓ ସମ୍ପୂର୍ଣ ଅରୋଗ୍ୟ କାମନା କରିଛନ୍ତି ପାଇକମାଲ ସାମ୍ବାଦିକ ସଂଘ ର ସମସ୍ତ କର୍ମ କର୍ତା ଓ ମାନ୍ୟବର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ।ବର୍ତମାନ ଶ୍ରୀ ମହାନ୍ତି ବରଗଡ ର ବିକାଶ ମଲ୍ଟି ସ୍ପେସିଆଳିଟି ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କର ସ୍ୱାସ୍ଥ ଅବସ୍ଥା କିଛିଟା ଭଲ ଥିବା ଜଣାପଡିଛି। 

0
0
0
s2sdefault