ମୟୂରଭଞ୍ଜ : ସମ୍ଭାବ୍ୟ ବାତ୍ୟା ଜୱାଦ୍ ପ୍ରଭାବ ମୁକାବିଲା ନେଇ ପ୍ରଶାସନିକ ପ୍ରସ୍ତୁତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସତର୍କ ଓ ସଜାଗ ରହି ଜରୁରୀ ପଦକ୍ଷେପ ଗ୍ରହଣ କରାଯିବା ଉପରେ ଗୁରୁତ୍ୱାରୋପ

ବାରିପଦା(ଦିଲ୍ଲୀପ ମହାନ୍ତି) : ଭାରତୀୟ ପାଣିପାଗ ବିଭାଗ ସୂଚୀତ ସତର୍କ ସୂଚନାନୁଯାଇ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଘୂର୍ଣ୍ଣିଝଡ ଜୱାଦ୍ ବାତ୍ୟା / ବର୍ଷା ପ୍ରଭାବର ମୁକାବିଲା ପାଇଁ ଓଡିଶାର ସମସ୍ତ ଉପକୂଳ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ସମ୍ଭାବ୍ୟ ଝଡବାତ୍ୟା ସହ ପ୍ରବଳ ବର୍ଷା ଆଶାଙ୍କାକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କତାମୂଳକ ପଦକ୍ଷେପ ଗରହଣ ପୂର୍ବକ ସଜାଗ ରହି ପରିସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ବିଭିନ୍ନ ବିଭାଗ ଜିଲ୍ଲାସ୍ତରୀୟ ପଦାଧିକାରୀ ମାନଙ୍କୁ ନେଇ ଭିଡିଓ କନ୍ଫରେନସିଂ (ଆଭାସୀ) ଜରିଆରେ ଜିଲ୍ଲା ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ତା.୦୨.୧୨.୨୦୨୧ ରିଖ ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ୍ ଭିଡିଓ କନଫେରନସିଂ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଭାରପ୍ରାପ୍ତ ଜିଲ୍ଲାପାଳ ଦାୟୀତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମୟୂରଭଞ୍ଜ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ମୟୂରଭଞ୍ଜ ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରା, ପିଡିଡିଆର୍ଡିଏ ପି. ଅନ୍ୱେଷା ରେଡ୍ଡି, ବାରିପଦା ଉପଜିଲ୍ଲାପାଳ ଅନ୍ୟା ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମୟୂôରଭଞ୍ଜ ଉମାକାନ୍ତ ମହାରଣା ପ୍ରମୁଖ ଙ୍କ ସମେତ ବିଭିନ୍ନ ବିଭାଗ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଉପଜିଲ୍ଲାପାଳ, ତହସିଲଦାର, ବିଡିଓ ଏବଂ ସଂପୃକ୍ତ ଅନ୍ୟାନ୍ୟ ବିଭାଗ ଅଧିକାରୀ ଯୋଗ ଦେଇ ସଂପ୍ରତି ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ ଜୱାଦ୍ ପ୍ରଭାବରେ ବାତ୍ୟା / ବର୍ଷାର ମୁକାବିଲା ପାଇଁ ପ୍ରାକ୍ ସତର୍କତା ଅବଲମ୍ବନ ପୂର୍ବକ ପଦକ୍ଷେପ ଗ୍ରହଣ ସଂପର୍କରେ ସବିଶେଷ ଆଲୋଚନା କରିଥିଲେ । ବିଶେଷ କରି ଅମଳ ଯୋଗ୍ୟ ଧାନ ଫସଲର ସୁରକ୍ଷା ପାଇଁ ଜିଲ୍ଲା କୃଷି ଅଧିକାରୀଙ୍କ ତତ୍ୱାବଧାନରେ ଜିଲ୍ଲାର ଚାଷୀମାନଙ୍କୁ ଡାକବାଜି ଯନ୍ତ୍ର ଜରିଆରେ ସଚେତନତା କରିବା ପାଇଁ ପରାମର୍ଶ ଦିଆଯାଇଛି । ନଦୀ କୂଳବର୍ତୀ ତଳିଆ ଅଂଚଳ ଏବଂ ଚାଳଛପର କଚ୍ଚାଘର ବସ୍ତି ଅଂଚଳରେ ଜରୁରୀ କାଳୀନ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂପୃକ୍ତ ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆବଶ୍ୟକ ସ୍ଥଳେ ଜରୁରୀ କାଳିନ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ତାନାନ୍ତର କରିବା ପାଇଁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳ, ସରକାରୀ ବିଦ୍ୟାଳୟ ଗୃହ, ଅଙ୍ଗନୱାଡିକେନ୍ଦ୍ର ଗୃହ ପ୍ରସ୍ତୁତି ରଖିବା, ଅତ୍ୟାବଶ୍ୟକୀୟ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ରନ୍ଧା ଖାଦ୍ୟ ଯୋଗାଇ ଦେବା ବ୍ୟବସ୍ଥା, ପାନୀୟ ଜଳ, ଜେନେରେଟର ଆଲୋକ ଆଦି ବ୍ୟବସ୍ଥା ଏବଂ ଓଡ୍ରାଫଟ୍ ଟିମ୍, ଅଗ୍ନିଶ୍ରମ ସେବା ବିଭାଗ ତତ୍ୱାବଧାନରେ ସମସ୍ତ ଅନୁସାଙ୍ଗିକ ସରଞ୍ଜାମ ବ୍ୟବସ୍ଥା ପ୍ରସ୍ତୁତି ରଖିବା ପାଇଁ ଯାଥାକ୍ରମେ ସଂପୃକ୍ତ ବିଡିଓ, ଜିଲ୍ଲାଶିକ୍ଷାଧିକାରୀ, ଜିଲ୍ଲାଯୋଗାଣ ଅଧିକାରୀ, ଅଗ୍ନିଶମ ଅଧିକାରୀ ସମେତ ସଂପୃକ୍ତ ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ସମ୍ଭାବ୍ୟ ଝଡବାତ୍ୟା, ବର୍ଷା ସମୟରେ ବିଦ୍ୟୁତ ସରବରାହ, ରାସ୍ତାଘାଟ ଓ ଯୋଗାଯୋଗ ଆଦି ଉପରେ ତୀକ୍ଷଣ ନଜର ରଖିବା ପାଇଁ ସଂପୃକ୍ତ ବିଭାଗ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଥିବାବେଳେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଳୟରେ ଆବଶ୍ୟକୀୟ ଔଷଧ, ସରଞ୍ଜାମ ଭାମ୍ୟମାଣ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା, ଡାକ୍ତର ଓ ଚିକିତ୍ସା କର୍ମଚାରୀ ସଜାଗ ରହି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଗୁରୁତ୍ୱାରୋପ ଦିଆଯାଇଅଛି । ପ୍ରଭାବିତ ବ୍ଲକ ଅଂଚଳରେ ଅତ୍ୟାବଶ୍ୟକୀୟ ପିଡିଏସ୍ ସାମଗ୍ରି ଗଚ୍ଛିତ ରଖାଯିବା ଓ ଜରୁରୀ କାଳିନ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଥିବାବେଳେ ପ୍ରଭାବିତ ଅଂଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଟ୍ୟାଙ୍କର ବ୍ୟାବସ୍ଥା, ଦୁଷିତ ଜଳ ବିଶୋଧନ କରାଯିବା ପାଇଁ ସଂପୃକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ଗ୍ରାମ୍ୟ ଓ ସହରାଚଂଳ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଙ୍କୁ ଗୁରୁତ୍ୱାରୋପ କରାଯାଇଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ତତ୍ୱାବଧାନରେ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆବଶ୍ୟକୀୟ ଔଷଧ ଓ ଗୋଖାଦ୍ୟ ମହଜୁଦ ରଖିବା ଓ ଗୃହପାଳିତ ପ୍ରାଣୀ ସଂପଦ ପ୍ରତି ସୁରକ୍ଷା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାଜରୁରୀ କାଳୀନରେ ଯୋଗାଯୋଗ ପାଇଁ ଜିଲ୍ଲା ଜରୁରୀ କାର୍ଯ୍ୟାଳୟ, ସମସ୍ତ ଉପଖଣ୍ଡ, ବ୍ଲକ, ତହସିଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘିଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇ ଜରୁରୀ ସୂଚନା ପ୍ରଦାନ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ବାତ୍ୟା ଜୱାଦ୍ ପ୍ରଭାବରେ ସମ୍ଭାବ୍ୟ ଝଡବାତ୍ୟା, ବର୍ଷା, ବନ୍ୟା ସ୍ଥିତିର ମୁକାବିଲା ଦିଗରେ ସମସ୍ତ ବିଭାଗ ପଦାଧିକାରୀମାନେ ସଜାଗ ରହି ବାତ୍ୟା ପରବର୍ତି ଉଧାର ଓ ଥଇଥାନ କାର୍ଯ୍ୟକ୍ରମକୁ ଯୁଦ୍ଧକାଳୀନ ଭିର୍ତିରେ କାର୍ଯ୍ୟ ସଂପାଦନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ଗୁରୁତ୍ୱାରୋପ କରିଛନ୍ତି । ସୂଚନା ଯୋଗ୍ୟ ଯେ ପାଣିପାଗ ବିଭାଗ ସୂଚନା ମତେ ସାମୁଦ୍ରିକ ଝଡ ଜୱାଦ୍ ଡିସେମ୍ବର ୩ ତାରିଖ ସଂଧ୍ୟାରେ ଓଡିଶା ଉପକୂଳ ସମୁଦ୍ରତଟ ସ୍ଥଳ ଭାଗରେ ପହଂଚିବ ଏବଂ ଏହାର ପ୍ରଭାବରେ ଡିସେମ୍ବର ୪ ଓ ୫ ତାରିଖରେ ଘଣ୍ଟାକୁ ୭୦ ରୁ ୮୦ କି.ମି ବେଗରେ ପବନ ସହ ପ୍ରବଳ ଝଡବାତ୍ୟା ସହ ବର୍ଷା ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗ ସତର୍କତା ଅବଲମ୍ବନ ପୂବକ ସଜାଗ ରହିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

0
0
0
s2sdefault