ଦେବଗଡ଼ରୁ ଅବନୀକାନ୍ତ ମିଶ୍ର: ଦେବଗଡ଼ ସହରର ମଧ୍ୟଭାଗରେ ଅବସ୍ଥିତ ଭିତିରିଆ ସାହିର ରାହାସ ଯାତ୍ରା ଉଦଯାପିତ ହୋଇଯାଇଛି | ଦୀର୍ଘ 130ବର୍ଷ ରୁ ପାଳିତ ହୋଇ ଆସୁଛି ଏହି ଯାତ୍ରା ବୋଲି ଦେବଗଡ଼ ବାସି ମତ ଦିଅନ୍ତି | ବହୁତ ଧୁମଧାମରେ 3ଦିନ ଧରି ଏହି ଯାତ୍ରା ପାଳନ କରାଯାଏ | କାର୍ତ୍ତିକ ମାସରେ ଧବଳେଶ୍ଵର ପୂଜା ଦିନ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳନ କରାଯାଏ | ବହୁତ ସୁନ୍ଦର ସାଜସଜ୍ଜା ସହିତ ଉଚ୍ଚ ତୋରଣ ରେ ରାଧାକୃଷ୍ଣ ଙ୍କ ଯୁଗୋଳ ମୂର୍ତ୍ତିକୁ ସହର ପରିକ୍ରମା କରି ପୂଜା ମଣ୍ଡପ କୁ ଅଣା ଯାଇଥାଏ ମେଲୋଡି, ନୁତ୍ୟ ଗୀତରେ ପୁରା ସହର କମ୍ପିତ ହୋଇ ଉଠେ |
ମାତ୍ର ଏ ବର୍ଷ କୋଭିଡ କଟକଣା ଯୋଗୁଁ କୋଭିଡ଼ ନିୟମକୁ ମାନି ନିରାଡମ୍ବର ଭାବରେ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ପୂଜା କରା ଯାଇଥିଲା | ଭିତିରିଆ ସାହି ଗୋପିକିଶୋର ଆସୋସିଏସନ୍ ର କର୍ମକର୍ତ୍ତାମାନେ ଏ ବର୍ଷ ଏକ ନୂତନ କାର୍ଯ୍ୟକ୍ରମ ଆୟୋଜିତ କରାଇ ପୂଜାକୁ ଆକର୍ଷଣୀୟ କରିଥିଲେ | ସାହିର ବୟୋଜ୍ୟେଷ୍ଠ ମହିଳା ମାନଙ୍କୁ ସମ୍ମାନିତ କରିଥିଲେ | କୋଭିଡ୍ ସମୟରେ ଯେଉଁମାନେ ଲୋକଙ୍କୁ ସାହାଯ୍ୟ କରିଥିଲେ ସେମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା | ଯଥା- ଶକ୍ତି ପ୍ରସାଦ ନାୟକ, ରାଜା ବାସୁଦେବ ହାଇ ସ୍କୁଲର ୧୯୮୯ବ୍ୟାଚର ଛାତ୍ରମାନେ ଓ ଗଣମାଧ୍ୟମ ର ପ୍ରତିନିଧିମାନଙ୍କୁ ଅନୁଷ୍ଠାନ ତରଫ ରୁ ସମ୍ମାନିତ କରାଯାଇଥିଲା |
ପୂଜା ଅବସରରେ ଏକ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ଯୋଗ୍ୟ ବିବେଚିତଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ଗୋପିକିଶୋର ଆସୋସିଏସନ୍ କର୍ମକର୍ତ୍ତା ବିବେକାନନ୍ଦ ଦାସ, ସୁଶାନ୍ତ ନାୟକ, ବିକାଶ ନାୟକ, ସିକୁନ ନାୟକ, ଆକାଶ ମହାନ୍ତି, ଦୁଃଖବନ୍ଧୁ ସାହୁ, ଅହିଂସା ନାୟକ, ଅଙ୍କୁର ସ୍ୱାଇଁ, ପ୍ରଭାତ ସାହୁ, ବିଷ୍ଣୁ ପ୍ରସାଦ ନାୟକ ଓ ସାହିର ଗୁରୁଜନ ମାନେ ସହଯୋଗ କରିଥିଲେ.| କାର୍ଯ୍ୟକ୍ରମକୁ ଚିତ୍ତ ରଞ୍ଜନ ଦାସ ପରିଚାଳନା କରିଥିଲେ |