ରାୟଗଡ(ସରୋଜ କୁମାର ସାହୁ) : ବହୁମୂଖୀ ସମବାୟ ସମିତି ମହାସଂଘର ନିର୍ଦେଶ କ୍ରମେ ରାୟଗଡ ଜିଲ୍ଲାରେ ଥିବା ୧୪ ଗୋଟି ସମବାୟ ସମିତିର କର୍ମଚାରୀ ମାନେ ୫ ଦଫା ଦାବୀ ନେଇ ଅନିର୍ଦ୍ଧିଷ୍ଟ କାଳ ଦାବୀ ଗୁଡିକର ପୂରଣ ନ ହେବା ଯାଏଁ କାର୍ଯ୍ୟବନ୍ଦ କରିବା ସହ କାର୍ଯ୍ୟାଳୟ ଗୁଡିକରେ ତାଲା ପକାଇଛନ୍ତି । ସୂଚନାରୁ ପ୍ରକାଶ ଯେ, ବହୁମୂଖୀ ସମବାୟ ସମିତିର କର୍ମଚାରୀ ମାନେ ସରକାରଙ୍କ ଦ୍ୱାରା ନିର୍ଦେଶିତ ସମସ୍ତ କାର୍ଯ୍ୟ ଗୁଡିକର ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ ମଧ୍ୟ ସରକାର ସେମାନଙ୍କ କଥା ଓ ଦାବୀ ଗୁଡିକ ଉପରେ କର୍ଣ୍ଣପାତ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ସମବାୟ ମହାସଂଘ ସେମାନଙ୍କ ୫ ଦଫା ଦାବୀ ସରକାରଙ୍କ ନିକଟରେ ବାରମ୍ବାର ଉପସ୍ଥାପନ କରୁଛନ୍ତି କିନ୍ତୁ ସେମାନଙ୍କ ମୌଳିକ ଦାବୀ ଗୁଡିକର ସମାଧନ ଦିଗରେ ସରକାରଙ୍କ ଅନ୍ତରିକ ଅଭାବ ରହିଥିବା ଅଭିଯୋଗ କରି କର୍ମଚାରୀ ମାନେ ବାଧ୍ୟ ହୋଇ ଦବୀ ପୂରଣ ନହେବା ଯାଏଁ କାର୍ଯ୍ୟ ବନ୍ଦ ଆନେ୍ଦାଳନ କରିବା ନେଇ ନିଷ୍ପତି ନେଇଛନ୍ତି । ସମବାୟ ମହାସଂଘ କରିଥିବା ଦାବୀ ଗୁଡିକ ହେଲା ସମବାୟ ନିବନ୍ଧକଙ୍କ ପତ୍ର ସଂଖ୍ୟା- ୧୪୩୯୩, ତା. ୩୦.୦୯.୨୦୨୧ ରିଖ ମୂଖ୍ୟ କାର୍ଯ୍ୟନିର୍ବାହୀ ନିଯୁକ୍ତି ପ୍ରସ୍ତାବକୁ ବଦ୍ଧ କରାଯିବା, ଓଡିଶାର ସମସ୍ତ ୨୭୦୮ ଟି ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପସରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କୁ ସରକାରୀ କର୍ମଚାରୀ ଭାବେ ମାନ୍ୟତା ପ୍ରଦାନ କରିବା, ୭ମ ବେତନ କମିଶନଙ୍କ ସୁପାରିଶ କ୍ରମେ ସମସ୍ତ ବର୍ଗର କର୍ମଚାରୀ ମାନଙ୍କୁ ଦରମା ଓ ରାଜ୍ୟ ସରକାରଙ୍କ ଦ୍ୱାରା ବର୍ଦ୍ଧିତ ମହଙ୍ଗା ଭତା ପ୍ରଦାନ କରିବା, ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ସମିତି ଓ ଲ୍ୟାମ୍ପସ ପ୍ରଶାସନିକ ପାଣ୍ଠିକୁ କାର୍ଯ୍ୟକାରୀ କରିବା ଓ ଆସନ୍ତା ସମବାୟ ବାର୍ଷିକ ବଜେଟରେ ସମସ୍ତ କର୍ମଚାରୀଙ୍କ ନିମନ୍ତେ ଦରମା ଓ ଭତା ପାଇଁ ୧ ହଜାର କୋଟି ଟଙ୍କାର ବଜେଟକୁ ମଞ୍ଜୁର କରିବା, ମହାମରୀ କରୋନାରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରି ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା, ସମବାୟ ସମିତିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବା, ସମବାୟର ତ୍ରିସ୍ତରୀୟ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ଦୁଇ ସ୍ତରୀୟ ବ୍ୟବସ୍ଥା ପ୍ରଚଳନ କରିବା, ଏହା ସହ ନୟାଗଡ ଜିଲ୍ଲା ଗୋଲଗାଁ ସମବାୟ ସମିତିର କାର୍ଯ୍ୟରତ ସମ୍ପାଦକ ମାନସ ଚନ୍ଦ୍ର ମିଶଙ୍କର ସମ ହସ୍ପିଟାଲରେ ଏଆରସିଏସ, ଡିଆରସିଏସ ଓ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ମାନସିକ ନିର୍ଯ୍ୟାତନା ଯୋଗୁଁ ମାନସିକ ଭାରସାମ୍ୟ ହରାଇ ମୃତ୍ୟୁବରଣ କରିଥିବାରୁ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରିବା ସହ ପରିବାରର ଜଣକୁ ଚାକିରୀ ଦେବା ଓ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଉକ୍ତ ଦାବୀରେ ଉଲ୍ଲେଖ କରିଛନ୍ତି ।