ହେଡଲାଇନସ୍:

ଡୋ ଜୋନସ୍ ସଷ୍ଟେନବଲିଟି ସ୍ଥିରତା ସୂଚକାଙ୍କ ୨୦୨୧ ହିଣ୍ଡାଲକୋ ସର୍ବୋକୃଷ୍ଟ ସ୍ଥିର ପ୍ରଦର୍ଶନକାରୀ କମ୍ପାନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏକମାତ୍ର ଆଲୁମିନିୟମ କମ୍ପାନୀ ଭାବେ ଡିଜେଏସଆଇ ବିଶ୍ୱ ସୂଚକାଙ୍କରେ ସ୍ଥାନିତ

ମୁମ୍ବାଇ: ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧୀନରେ ଆସୁଥିବା ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପୁଣି ଥରେ ଉଦ୍ୟୋଗ ସ୍ଥିରତା ସୂଚକାଙ୍କ(କର୍ପୋରେଟ ସଷ୍ଟେନବିଲିଟି ଆସେସମେଣ୍ଟ)ରେ ୧ନଂ ରାଙ୍କ ହାସଲ କରିଛି । କମ୍ପାନୀ ନିଜ ସ୍ଥିର ତଥା ସ୍ଥାୟୀ ପ୍ରଦର୍ଶନ ପାଇଁ ଏସ୍ ଆଣ୍ଡ ପି ଡୋ ଜୋନସ୍ ସଷ୍ଟେନବିଲିଟି ଇଣ୍ଡିସେସ୍ (ଡିଜେଏସ୍ଆଇ) ୨୦୨୧ ସଂସ୍କରଣରେ ଏହି ରାଙ୍କ ହାସଲ କରିଛି ।
ବିଶ୍ୱର ପ୍ରଥମ ଆଲୁମିନିୟମ କମ୍ପାନୀ ଭାବେ ହିଣ୍ଡାଲକୋ ଡିଜେଏସ୍ଆଇ ବିଶ୍ୱ ସୂଚକାଙ୍କ-୨୦୨୧ରେ ସମ୍ମାନଜନକ ସ୍ଥାନରେ ରହିଛି । ଡିଜେଏସ୍ଆଇ ସୂଚକାଙ୍କରେ ପୁଞ୍ଜି ବଜାରର ୨୫୦୦ ବଡ କମ୍ପାନୀ ମଧ୍ୟରୁ ୧୦ପ୍ରତିଶତ ସାମିଲ ଅଛନ୍ତି । ଦୀର୍ଘକାଳୀନ ଅର୍ଥନୀତି ଓ ଇଏସ୍ଜି କାରକ ଉପରେ ଗ୍ଲୋବାଲ ବ୍ରଡ୍ ମାର୍କେଟ୍ ଇଣ୍ଡେକ୍ସ ନିର୍ଭର କରୁଛି ।
ଲଗାତର ଦ୍ୱିତୀୟ ବର୍ଷ ପାଇଁ ଡିଜେଏସ୍ଆଇ ସୂଚକାଙ୍କରେ ହିଣ୍ଡାଲକୋ ଶୀର୍ଷ ରାଙ୍କରେ ରହିଛି । ଏହି ସୂଚକାଙ୍କ ପାଇଁ ହୋଇଥିବା ମାପକରେ ବିଭିନ୍ନ ଶିଳ୍ପ ସଂସ୍ଥାର ହାରାହାରି ସ୍କୋର୍ ୩୦ନମ୍ବର ଥିବାବେଳେ ହିଣ୍ଡାଲ୍କୋ ୭୩ ପଏଣ୍ଟ ରଖିଛି ।
ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇ କହିଛନ୍ତି, ଡିଜେଏସଆଇ ସୂଚକାଙ୍କରେ କମ୍ପାନୀର ଶୀର୍ଷ ର୍ୟାଙ୍କିଙ୍ଗ୍ ଆଲୁମିନିୟମ୍ ଉତ୍ପାଦନରେ ହିଣ୍ଡାଲ୍କୋର ସ୍ଥିରତା ଓ ସ୍ଥାୟୀ ପ୍ରଦର୍ଶନକୁ ଦର୍ଶାଉଛି । ଅଙ୍ଗାରକାମ୍ଲ ମାତ୍ରା କମାଇବା,ଜୈବ ବିବିଧତାର ସୁରକ୍ଷା, ବର୍ଜ୍ୟ ପରିଚାଳନା, ତରଳ ନିର୍ଗମନକୁ ରୋକିବା ପାଇଁ ବିଭିନ୍ନ ସମୟୋପଯୋଗୀ ପଦକ୍ଷେପ ସହ ଜୀବନଚକ୍ରକୁ ସୁରକ୍ଷା ପାଇଁ ହିଣ୍ଡାଲ୍କୋର ଆଭିମୁଖ୍ୟ ରହିଆସିଛି । ଆଲୁମିନିୟମ୍କୁ ଏକ ସବୁଜ ଧାତୁର ଧାରଣା ଦେବାକୁ ପ୍ରୟାସ ଜାରି ରହିଛି । ଡିଜେଏସ୍ଆଇ ସୂଚକାଙ୍କର ସ୍ୱୀକୃତି ଲୋକ, ସମାଜ ଓ ସେମାନଙ୍କ ସମୃଦ୍ଧି ପାଇଁ ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।
ସାମାଜିକ ଓ ପ୍ରଶାସନ(ଇଏସଜି), ଜଳବାୟୁ ରଣନୀତି, ପରିବେଶ ଓ ସାମାଜିକ ରିପୋର୍ଟିଂ, ଜଳ ସମ୍ବନ୍ଧୀୟ ବିପଦର ମୁକାବିଲା ସମେତ ବର୍ଜ୍ୟ ପରିଚାଳନା ଓ ସମ୍ବଳ ସୁରକ୍ଷା, ସାଇବର ସୁରକ୍ଷା, ଗୋଷ୍ଠୀ ଭାଗିଦାରୀ ଓ କର୍ମଚାରୀଙ୍କ ବିକାଶ କ୍ଷେତ୍ରରେ ହିଣ୍ଡାଲ୍କୋର ପ୍ରୟାସ ଶତପ୍ରତିଶତ ସଫଳତା ପାଇଛି ।
ଏସ୍ ଆଣ୍ଡ ପି ଗ୍ଲୋବାଲର ଇଏସଜି ରିସର୍ଚ୍ଚ ଆଣ୍ଡ ଡାଟାର ଗ୍ଲୋବାଲ ହେଡ୍ ମଞ୍ଜିତ ଜୁସ୍ ରାଙ୍କିଙ୍ଗକୁ ନେଇ ହିଣ୍ଡାଲ୍କୋକୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଆଲୁମିନିୟମ୍ ଶିଳ୍ପରୁ ନିର୍ଗତ ଲାଲ୍ କାଦୁଅର ଉପଯୋଗ କ୍ଷେତ୍ରରେ ହିଣ୍ଡାଲ୍କୋ ଅଗ୍ରଣୀ ରହିଛି । ୨୦୨୧ ଆର୍ଥିକ ବର୍ଷରେ ହିଣ୍ଡାଲ୍କୋ ଏହାର ୩ଟି ଯାକ ଆଲୁମିନା ରିଫାଇନାରୀରେ ନାଲି କାଦୁଆର ଶତ ପ୍ରତିଶତ ବ୍ୟବହାର କରିବା ସହ ଦେଶର ବିଭିନ୍ନ ସିମେଣ୍ଟ ଶିଳ୍ପ ସହ ପର୍ଯ୍ୟାପ୍ତ ପରିମାଣର ଯୋଗାଣ ଚୁକ୍ତି କରିଛି । ସାମଗ୍ରିକ ବର୍ଜ୍ୟବସ୍ତୁ ପରିଚାଳନାରେ ମଧ୍ୟ ହିଣ୍ଡାଲ୍କୋ ୨୦୨୧ ଆର୍ଥିକ ବର୍ଷରେ ୮୦ପ୍ରତିଶତ ସଫଳତା ପାଇଛି । ଗତବର୍ଷ ତୁଳନାରେ ଏଥିରେ ୧୫ପ୍ରତିଶତ ବୃଦ୍ଧି ହୋଇଛି । ୨୦୩୦ସୁଦ୍ଧା ଲାଣ୍ଡଫିଲ୍କୁ ବର୍ଜ୍ୟମୁକ୍ତ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି । ସେହିଭଳି ରେକର୍ଡ ୪୮ପ୍ରତିଶତ ମଧୁର ଜଳ ପ୍ରତ୍ୟାହାର ହୋଇଛି । ଶୂନ୍ୟ ତରଳ ନିଷ୍କାସନ ସହ ଜଳର ପୁନଃ ବ୍ୟବହାର ଓ ଦକ୍ଷତାର ସହ ଜଳ ଉପଯୋଗ ଉପରେ କମ୍ପାନୀ ଗୁରୁତ୍ୱ ଦେଉଛି । ନିଜର ସ୍ଥିରତା ପରାମର୍ଶଦାତା ସଂସ୍ଥା ଜାଇଣ୍ଟିଓ ସହ ମିଳିତ ହୋଇ ହିଣ୍ଡାଲ୍କୋ ଏକ ସ୍ଥିରତା ମାର୍ଗଦର୍ଶିକା ଓ ସ୍ଥାୟୀ ଖଣି ଚାର୍ଟରର ବିକାଶ କରିଛି । ଅନ୍ୟମାନଙ୍କ ଭିତରେ ଜଳ ବିବିଧତାରେ ପରିବେଶ ଅଭ୍ୟାସ, ଗୋଷ୍ଠୀ ଜୀବିକା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା କାମ କରୁଛି ।

0
0
0
s2sdefault