ହେଡଲାଇନସ୍:

ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ସଚିବ ଭାବେ ଦାୟିତ୍ୱ ନେଲେ ରଞ୍ଜନ ଦାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ସ୍ୱନାମଧନ୍ୟ ସାରସ୍ୱତ ବ୍ୟକ୍ତିତ୍ୱ ତଥା ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ । ସଂସ୍କୃତି ସଚିବ ଡ. ସୁରେଶ କୁମାର ଦଳେଇଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଭାବେ ବଦଳି ହେବା ପରେ ଶ୍ରୀ ଦାସଙ୍କୁ ରାଜ୍ୟ ସରକାର ଏହି ପଦବୀରେ ଅବସ୍ଥାପିତ କରିଛନ୍ତି ।

ଆନୁଷ୍ଠାନିକ ଭାବେ ଏହି ଦାୟିତ୍ୱ ଗ୍ରହଣ ବେଳେ ତାଙ୍କ ସରକାରୀ କାର୍ଯ୍ୟାଳୟଠାରେ ବିଭାଗର ଅତିରିକ୍ତ ସଚିବ ଡ. ରାମକୃଷ୍ଣ ସାହୁ, ମନସ୍ୱିନୀ ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଗଣ ତାଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ । ଜଣେ ଦକ୍ଷ ପ୍ରଶାସକ ଭାବେ ପରିଚିତ ଶ୍ରୀ ଦାସ ଜଣେ ଉଚ୍ଚକୋଟୀର ସ୍ତମ୍ଭକାର, ଗୀତିକାର, ଗାଳ୍ପିକ, ପ୍ରାବନ୍ଧିକ ତଥା ସଂସ୍କୃତି ସମ୍ପନ୍ନ ବ୍ୟକ୍ତିତ୍ୱ ଅଟନ୍ତି । ଶ୍ରୀ ଦାସଙ୍କ ଭଳି ସଂସ୍କୃତି ସମ୍ପନ୍ନ ତଥା କଳା ସାହିତ୍ୟପ୍ରାଣ ଅଧିକାରୀଙ୍କ ନେତୃତ୍ୱରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିକ ଚଳଚଞ୍ଚଳ ହେବା ସହ ଅନେକ ସୃଜନଶୀଳ କାର୍ଯ୍ୟ କରିପାରିବ ବୋଲି ଆଶା କରାଯାଉଛି ।

0
0
0
s2sdefault