ହେଡଲାଇନସ୍:

ଦିର୍ଘଦିନ ଧରି ହନ୍ତସନ୍ତ ପରେ , ଗ୍ରାମବାସୀ କଲେ ବ୍ଲକ ଘେରାଉ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ:କାଶୀପୁର:ସ୍ୱାଧୀନତା ର ୭୦ବର୍ଷ ପରେ ମଧ୍ୟ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଆଜି ପର୍ଯ୍ୟନ୍ତ ପ୍ରାୟ ୩୦% ଅଞ୍ଚଳରେ ଯାତାୟତ ର ସୁବିଧା ପହଞ୍ଚି ପାରି ନାହିଁ।ଏହିଭଳି ଏକ ବିରାଟ ଉଦାହରଣ ପୁଣି ନଜିରକୁ ଆସିଛି ।କାଶୀପୁର ବ୍ଲକ ଅନ୍ତର୍ଗତ କୋଡିପାରି ପଞ୍ଚାୟତ ର ସିନ୍ଧିପଦର ଗ୍ରାମର ଜଳନ୍ତା ଉଦାହରଣ ।
RD ରାସ୍ତା ଠାରୁ କେବଳ ୩ କିଲୋମିଟର ଏହି ଗ୍ରାମକୁ, PWD ରାସ୍ତା ଠାରୁ କେବଳ ଏକ କିଲୋମିଟର ଗ୍ରାମକୁ ,କିନ୍ତୁ ଗ୍ରାମବାସୀ ଏବଂ ଆଖପାଖ ଅଞ୍ଚଳବାସୀ ମେଡିକାଲ କିମ୍ବା ବ୍ୟାଙ୍କ ଓ ବିଦ୍ୟାଳୟ କୁ ଯିବାକୁହେଲେ ୮ ରୁ ୧୨ କିଲମିଟର ନଦୀ ନାଳ ଡେଇଁ ଯାତାୟତ କରୁଛନ୍ତି।ଏହି ଭଳି କିଛି ଦିନ ପୂର୍ବେ ଏକ ପ୍ରସବ ପିଡିତାଙ୍କୁ ଆମ୍ବୁଲନ ଡ୍ରାଇବର ଓ ତାଙ୍କ ପରିଜନ ଏକ ଶିଖା ଭାରରେ ବହି ନେଉ ଥିଲେ ,ବାଟରେ ହିଁ ଏକ ଶିଶୁ କୁ ଜନ୍ମ କରି ଥିଲେ କିନ୍ତୁ ଉଚିତ ସମୟରେ ମେଡିକାଲ ପହଞ୍ଚି ନ ପରିବାରୁ ଶିଶୁ ଟି ବାଟରେ ମୃତ୍ୟୁ ହୋଇଥିଲା।
ପୁଣି ଏକ ୭୦ବର୍ଷ ର ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ପ୍ରାୟ୧୨ କିଳାମିଟର ଭାରରେ ବୁହା ହୋଇଥିଲେ ।ପିଲା ମାନେ ପାଠପଢା ନିମନ୍ତେ ଗ୍ରାମରୁ ଏବଂ ଏହି ଅଞ୍ଚଳରୁ ୮ ରୁ ୧୦ କିଳାମିଟର ନଦୀ ନର୍ଦମା ପାର ହୋଇ ବିଭିନ୍ନ ପଞ୍ଚାୟତ ବିଦ୍ୟାଳୟକୁ ଯାଉଛନ୍ତି ।ବିଦ୍ୟାର୍ଥୀ ଏବଂ ଅଞ୍ଚଳ ବାସୀଙ୍କ କହିବା ଅନୁଯାଇ ବର୍ଷା ଦିନେ ଅନେକ ସମସ୍ୟା ନଦୀପାର ହେବାକୁ ,ବେଳେ ବେଳେ ବିଦ୍ୟାଳୟ ରୁ ଫେରନ୍ତା ବେଳେ ନଇଁ ବଢି ହେଲେ ଅନ୍ୟ ଗ୍ରାମରେ ରାତ୍ରି ଯାପନ କରୁଛନ୍ତି।ଏହି ଭଳି ବିଗତ କିଛି ବର୍ଷ ହେଲା ବର୍ଷା ନଇଁ ବଢ଼ିରେ ଅନେକ ଲୋକ, ଗରୁ ଗାଈ ଓ ଧନ ଜୀବନ ଚାଲିଯାଇଛି ।

ଏହି ସମସ୍ୟାକୁ କେନ୍ଦ୍ରକରି ସିନ୍ଧିଗୁଡା ଗ୍ରାମବାସୀ କିଛି ବର୍ଷ ଧରି ବାରମ୍ବାର ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ରାୟଗଡ଼ା ବିଧାୟକ ସମେତ କରାପୁଟ MP ଙ୍କୁ ଲିଖିତ ଭାବେ ଜଣାଇଛନ୍ତି ବୋଲି କାଶୀପୁର ବ୍ଲକ ଘେରାଉ ରେ ଆସିଥିବା ସିନ୍ଧିଗୁଡା ଗ୍ରାମବାସୀ ସୁରତ ଗୋପାଳ ପ୍ରକାଶ କରିଛନ୍ତି।ସୂଚନା ମୁତାବକ , କାଶୀପୁର ବ୍ଲକ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ତୁରନ୍ତ ୨୦,୦୦୦୦୦(କଡ଼ିଏ ଲକ୍ଷ) ଟଙ୍କାର ଏକ ଆକ୍ସନ ପ୍ଲାନ ଜାରିକରିଛନ୍ତି । ଏବଂ ଗ୍ରାମବାସୀଙ୍କ ମୌଳିକ ଅଧିକାର ଯାହା, ପାନୀୟଜଳ, ବିଜୁଳି, ଗମନାଗମନ ଇତ୍ୟାଦି ରୁ ଯେମିତି ବଞ୍ଚିତ ନ ହେବେ ଏହା ସପକ୍ଷରେ ତୁରନ୍ତ ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଛନ୍ତି ।

0
0
0
s2sdefault