ହେଡଲାଇନସ୍:

ନଭେମ୍ବର ଶେଷ ସୁଦ୍ଧା ୧୦୦୦ ଛାତ୍ରଛାତ୍ରୀ ପାଇବେ ୧୦ ହଜାର ଟଙ୍କା ଲେଖାଏଁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲା ଶିକ୍ଷା ଅଧକାରୀମାନଙ୍କ ସମୀକ୍ଷା ବୈଠକ

  • ପ୍ରତିମାସ ୨ୟ ଶନିବାର ଅନୁଷ୍ଠିତ ହେବ ଅଭିଭାବକ-ଶିକ୍ଷକ ବୈଠକ

  • ୧୦ ହଜାର ଛାତ୍ରଛାତ୍ରୀଙ୍କ କନିଷ୍ଠ ମେଧାବୃତ୍ତି ପ୍ରଦାନ ପାଇଁ ଅନଲାଇନ ଆବେଦନ ଆରମ୍ଭ

file photo

ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ବୈଠକ ଭର୍ଚୁଆଲ୍ ମୋଡ୍ରେ ଅନୁଷ୍ଠିତ ହୋଇଯାଇଛିା ଚଳିତ ବର୍ଷ ପଠାଣୀ ସାମନ୍ତ ମେଧାବୃତ୍ତିରେ ୧ ହଜାର ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପଠାଣୀ ସାମନ୍ତ ମେଧାବୃତ୍ତି ପ୍ରଦାନ କରାଯିବା ଏଥି ପାଇଁ ୧୦୬୫ ଜଣ ଆବେଦନ କରିଛନ୍ତିା ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷମାନେ ଏହାର ତର୍ଜମା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତିା ଉଚ୍ଚ ମାଧ୍ୟମିକ ସ୍ତର ରେ ୧୦ ହ ଜାର ଛାତ ଛ୍ରାତ୍ରୀଙ୍କୁ ୨ ବର୍ଷ ପାଇଁ କନିଷ୍ଠ ମେଧାବୃତ୍ତି ପ୍ରଦାନ ପାଇଁ ଅନ୍ଲାଇନ୍ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛିା ଏହା ବ୍ୟତୀତ ଏନ୍ଆରଟିଏସ ପରୀକ୍ଷା ଲାଗି ବିଧିବଦ୍ଧ ଭାବେ ବିଏସ୍ଇ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛିା ଏଫ୍ଏଲ୍ଏନକୁ ଗୁରୁତ୍ୱ ପ୍ରଦାନ କରାଯିବା ସହ ଏସସିଇଆରଟି ଓ ଓସେପା ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ହାତକୁ ନେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲାା ପ୍ରତି ମାସରେ ପେଡାଗୋଜି କୋର୍ଡିନେଟରମାନଙ୍କର ସମୀକ୍ଷା ବୈଠକ କରାଯିବା ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାସ୍ତରରେ ଏହାର ଦାୟିତ୍ୱରେ ରହିବୋ ଶିକ୍ଷକମାନଙ୍କର ରେସନାଇଲେଜସନ୍ ସହ ବଦଳି ପ୍ରକ୍ରିୟାକୁ ନଭେମ୍ବର ୩୦ ସୁଦ୍ଧା ସାରିବା ପାଇଁ ସଚିବ ନିର୍ଦ୍ଦେଶ ଦେଇଥିଲୋ ହିନ୍ଦୀ, ପିଇଟି ଓ ସଂସ୍କୃତ ଶିକ୍ଷକ ପରୀକ୍ଷାର ଫଳ ପ୍ରକାଶ ପାଇଛିା ତେଣୁ ଆବଶ୍ୟକତା ଭିତ୍ତିରେ ଜିଲ୍ଲାମାନଙ୍କରେ ସେମାନଙ୍କର ପୋଷ୍ଟିଂ କରିବା ପାଇଁ ପ୍ରମୁଖ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲୋ ରୂପାନ୍ତରିତ ସ୍କୁଲ ଏବଂ "ମୋ ସ୍କୁଲ' ବିଦ୍ୟାଳୟମାନଙ୍କରେ ବ୍ୟାପକ ଭାବରେ ଅର୍ଥ ବିନିଯୋଗ କରି ବିଭିନ୍ନ ଆସେଟ୍ କରାଯାଇଛିା
ସେଗୁଡ଼ିକର ସୁପରିଚାଳନା ପାଇଁ ସଂପତ୍ତି ରେଜିଷ୍ଟେର, ସୂଚନା ଫଳକ ଏବଂ ସାମାଜିକ ସମୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛିା ଏହି ବୈଠକରେ ପ୍ରତିମାସ ଦ୍ୱିତୀୟ ଶନିବାର ଦିନ ଅଭିଭାବକ, ଶିକ୍ଷକ ବୈଠକ (ପିଟିଏ) କରାଯବା ପାଇଁ ସ୍ଥିର କରାଯାଇଛିା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କୁ ଓସେପା ପକ୍ଷରୁ ଦିଆଯାଇଥିବା ଅର୍ଥର ବିନିଯୋଗ ପାଇଁ ଗୁରୁତ୍ୱ ଦିଆଯାଇଛିା
ରୂପାନ୍ତରିତ ବିଦ୍ୟାଳୟର ଡିଜିଟାଲ୍ ପାଠାଗାର ଓ ନ୍ୟାସନାଲ ଡିଜିଟାଲ୍ ଲାଇବ୍ରେରୀ ୱେବ୍ସାଇଟ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପରୀକ୍ଷା ପାଇଁ ପ୍ରଶ୍ନପତ୍ର, ଟେଷ୍ଟ ବୁକ୍, ଷ୍ଟୋରୀ ବୁକ୍ ତଥା ଅନ୍ୟ ଆବଶ୍ୟକ ବହି ପଢ଼ିପାରିବୋ ଛାତ୍ରଛାତ୍ରୀମାନଙ୍କ ଲିଖନ ଅଭ୍ୟାସ ପାଇଁ ହସ୍ତାକ୍ଷର, ଶ୍ରୁତଲିଖନ, ରଚନା ଓ ପତ୍ରଲିଖନ ଉପରେ ଗୁରୁତ୍ୱ ଦିଆଯିବା ଏହାଛଡ଼ା ବିଭିନ୍ନ ପ୍ରକାର ପ୍ରତିଭାର ଚିହ୍ନଟ ଓ ବିକାଶ ପାଇଁ ସହପାଠ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପ୍ରତ୍ୟେକ ବିଦ୍ୟାଳୟ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ ପାଇଁ ପଦକ୍ଷେପ ନିଆଯିବା ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ସହପାଠ୍ୟ କାର୍ଯ୍ୟକ୍ରମ ସହିତ ସେମାନଙ୍କର ଶିକ୍ଷଣ ସ୍ଥିତି ଆକଳନ ପାଇଁ ବେସ୍ଲାଇନ୍ ଟେଷ୍ଟ କରି ପ୍ରତିଯୋଗିତାମୂଳକ ଶିକ୍ଷା ଦିଆଯିବା
ଏହି ବୈଠକରେ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦଙ୍କ ସମେତ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲୋ

0
0
0
s2sdefault