ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶା ଗସ୍ତରେ ଥିବା ସଂସଦୀୟ କମିଟି (ଶ୍ରମ), ଗତକାଲି ଖଣ୍ଡଗିରିସ୍ଥିତ ଗାନ୍ଧୀ ଶାନ୍ତି କେନ୍ଦ୍ର ପରିଦର୍ଶନ କରିଛନ୍ତି । କଟକ ସାଂସଦ ତଥା ଉକ୍ତ ସଂସଦୀୟ କମିଟିର ଅଧ୍ୟକ୍ଷ ଶ୍ରୀ ଭର୍ତ୍ତୃହରି ମହତାବଙ୍କ ନେତୃତ୍ୱରେ ସାଂସଦମାନେ ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ବୁଲି ଦେଖିଥିଲେ ।
ଏହି ଅବସରରେ ସଂସଦୀୟ ମଣ୍ଡଳିଙ୍କ ସହିତ ନାଲ୍କୋର ମାନବ ସମ୍ବଳ ନିର୍ଦ୍ଦେଶକ ଶ୍ରୀ ରାଧାଶ୍ୟାମ ମହାପାତ୍ର, ଗାନ୍ଧୀ ଶାନ୍ତି କେନ୍ଦ୍ରର ମୁଖ୍ୟ ପରିଚାଳକ ଶ୍ରୀ ରଜନିଶ ଝା ଓ ଆଦିତ୍ୟ ବିର୍ଲା କମ୍ପାନୀର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ଆଦିତ୍ୟ ବିର୍ଲା ଗ୍ରୁପ୍ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଖଣ୍ଡଗିରିଠାରେ ପ୍ରାୟ ୫ ଏକର ପରିମିତ ଅଂଚଳରେ ଏହି ଗାନ୍ଧୀ ଶାନ୍ତି କେନ୍ଦ୍ର ପ୍ରତିଷ୍ଠା ହୋଇଛି । ୨୦୨୦ ମସିହା ଫେବ୍ରୁଆରୀ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ସହ ତାଙ୍କ ଅହିଂସା ନୀତି ଓ ଆଦର୍ଶ ସମ୍ବନ୍ଧରେ ଏବେକାର ପିଢିକୁ ଜଣାଇବା ଏହି ଗାନ୍ଧୀ ଶାନ୍ତି କେନ୍ଦ୍ରର ଉଦ୍ଦେଶ୍ୟ ।
ରାଜ୍ୟ
ସଂସଦୀୟ କମିଟିର ଗାନ୍ଧୀ ଶାନ୍ତି କେନ୍ଦ୍ର ପରିଦର୍ଶନ
- Hits: 320