ପଦ୍ମପୁର(ଶାସକପ୍ରଶାସକ)-କାର୍ତ୍ତିକ ଶୁକ୍ଳ ପକ୍ଷ ଏକାଦଶୀ ରବିବାର ଦିନ ବରଗଡ଼ ଜିଲ୍ଲା ବରିକେଲ ଗ୍ରାମର ରାଜବୋଡାସମ୍ବର ଅଞ୍ଚଳର ୫୬ ଗୋଟି ଗ୍ରାମରୁ ଆସିଥିବା ପଣ୍ଡରା ଜାତିର ଯୁବକମାନଙ୍କୁ ନେଇ ନବଗଠିତ ପ୍ରଗତିଶୀଳ ପଣ୍ଡରା ଯୁବା ମଞ୍ଚ ର ପ୍ରଥମ ଯୁବ ଚିନ୍ତନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ପଣ୍ଡିତ ସୁରେଶ ଚୌହାନ ସଭାପତିତ୍ୱ କରିଥିଲେ |ଏହି ସଭା ରେ ଅଞ୍ଚଳର ଅନେକ ଜ୍ଞାନୀ ଗୁଣୀ ବ୍ୟକ୍ତି ଏବଂ ଯୁବଗୋଷ୍ଠୀ ଯୋଗଦେଇ ଜାତିର ଅସ୍ମିତା, ସଂହତି ଓ ପ୍ରଗତି ଉପରେ ଆଲୋଚନା କାରିଥିଲେ |ଉକ୍ତ ସଭାରେ ଜାତିର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ଗ୍ରହଣ କରିବାର ସ୍ଥିରୀକୃତ କରାହେଇଛି |ପ୍ରଗତିଶୀଳ ପଣ୍ଡରା ଯୁବା ମଞ୍ଚର ରାଜ୍ୟ ଶାଖା ତରଫରୁ ଶ୍ରୀଯୁକ୍ତ ହେମନ୍ତ ଦିଶ୍ରୀ ଓ ଶ୍ରୀଯୁକ୍ତ ବୀରେନ୍ଦ୍ର ଦେହୁରୀ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ ଯୁବମଞ୍ଚ ର ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ କୁ ବିସ୍ତୃତ ଭାବେ ଉପସ୍ଥାପନା କରିଥିଲେ |ପର୍ଯ୍ୟବେକ୍ଷକ ଦ୍ବୟଙ୍କ ଉପସ୍ଥିତି ରେ ରାଜବୋଡାସମ୍ବର ଶାଖା ପ୍ରଗତିଶୀଳ ଯୁବା ମଞ୍ଚ ର ପରିଚାଳନା କମିଟି ଗଠନ କରାଯାଇଥିଲା |ଏହି କମିଟିରେ ଶ୍ରୀଯୁକ୍ତ ଡମ୍ବରୁଧର ସାହାଙ୍କୁ-ସଂଯୋଜକ, ଟିକେଲାଲ ବାରିକ ଙ୍କୁ-ସହ ସଂଯୋଜକ, ଦୋଳଗୋବିନ୍ଦ ବଡଗୁଛିଆ ଙ୍କୁ କୋଷାଧ୍ୟକ୍ଷ, ତୋଷଧର ପାଣ୍ଡେ ଙ୍କୁ ପଦ୍ମପୁର ଜୋନ ସମନ୍ୱୟକ, ପଦ୍ମଲୋଚନ ବାରିକ ଙ୍କୁ ଝାରବନ୍ଧ ଜୋନ ସମନ୍ୱୟକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି |ଏହି ଅବସରରେ ସମଲେଶ୍ୱରୀ କଲ୍ୟାଣମଣ୍ଡପ ରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ଯେଉଁଠି ପଣ୍ଡରା ଯୁବମଞ୍ଚ ର ୨୦ ଜଣ, ବରିକେଲ ଗ୍ରାମର ଅନ୍ୟାନ୍ୟ ମାନବବାଦୀ ଚିନ୍ତାଧାରାର ୯ ଜଣ ତଥା ପ୍ରଗତିଶୀଳ ପଣ୍ଡରା ଯୁବ ମଞ୍ଚର Women Wing"ପଣ୍ଡରା ନାରୀଶକ୍ତି " ତରଫରୁ ଶ୍ରୀମତୀ ଲୋପାମୁଦ୍ରା ସାହା ରକ୍ତଦାନ କରିଥିଲେ |ଏହି କାର୍ଯ୍ୟକ୍ରମ କୁ ଶ୍ରୀଯୁକ୍ତ ନେତ୍ରାନନ୍ଦ ସାହା, କୃଷ୍ଣଚନ୍ଦ୍ର ଚୌହାନ, ବନମାଳୀ ଚୌହାନ, ଲୋକନାଥ ଚୌହାନ, ଈଶ୍ୱର ଦିଶ୍ରୀ ଏବଂ ବୁଦ୍ଧ ଦେବ ବିଶି ସୁଚାରୁ ରୂପେ ପରିଚାଳନା କରିଥିଲେ |ପରିଶେଷରେ ପଣ୍ଡିତ ସୁରେଶ ଚନ୍ଦ୍ର ଚୌହାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାର ସମାପନ କରିଥିଲେ |
ରାଜ୍ୟ
ପଣ୍ଡରା ଯୁବାମଞ୍ଚ ପକ୍ଷରୁ ପ୍ରଥମ ଯୁବ ଚିନ୍ତନ ସମ୍ମିଳନୀ ଅନୁଷ୍ଠିତ ।
- Hits: 298