ହେଡଲାଇନସ୍:

ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରୟାସ କ୍ରମେ ଦୂର ହେବାକୁ ଯାଉଛି ଚାଷୀମାନଙ୍କ ସମସ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି ସର୍ବବୃହତ ସାପ୍ତାହିକ ହାଟ ମଡେଲ ହାଟରେ ପରିଣତ

ଉଦ୍ଘାଟିତ ହେବାକୁ ଯାଉଥିବାରୁ ସାଧାରଣରେ ଆନନ୍ଦର ଲହରୀ ।

ନଶ୍ଚିନ୍ତକୋଇଲି(ସପ୍ତଜ୍ୟୋତି ରାଉଳ):- ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ ଫଳରେ ଦୂର ହେବାକୁ ଯାଉଛି ଚାଷୀମାନଙ୍କ ସମସ୍ୟା । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ସର୍ବବୃହତ ସାପ୍ତାହିକ ହାଟ ମଡେଲ ହାଟରେ ପରିଣତ ହୋଇ ଉଦ୍ଘାଟିତ ହେବାକୁ ଯାଉଥିବାରୁ ସାଧାରଣରେ ଆନନ୍ଦର ଲହରୀ ଖେଳିଯାଇଛି । ଆସନ୍ତା ୧୯ ତାରିଖ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ଲୋକାର୍ପିତ ହେବ ନିଶ୍ଚିନ୍ତକୋଇଲି ଆଦର୍ଶ ହାଟ । ମନ୍ତ୍ରୀ ପ୍ରତାପ ଜେନା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ଏକ ପ୍ରସ୍ତୁତି ବୈଠକ ନିଶ୍ଚିନ୍ତକୋଇଲି ହାଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକ ରେ ବ୍ଲକ୍ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି,ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଯୁବ ବିଜେଡ଼ି ନେତା ଅଶୋକ କୁମାର ଓଝା , ପୁର୍ବତନ ବ୍ଲକ୍ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର,ଜିଲ୍ଲା ପରିଷଦ ସଦସ୍ୟା ସବିତା ସାମଲ,ସରପଞ୍ଚ ରବୀନ୍ଦ୍ରନାଥ ସେଠୀ,ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର ସାହୁ,କ୍ଷୀରୋଦ ପଣ୍ଡା,ରାୟଗୁରୁ ବିଜୟ ମିଶ୍ର,ଜ୍ୟୋତି ପ୍ରକାଶ ସ୍ବାଇଁ,ବ୍ରଜମୋହନ ପଣ୍ଡା,ବୈଷ୍ଣବ ପରିଡା ପ୍ରମୁଖ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ ଓ ବ୍ଲକ୍ ସ୍ତରୀୟ ନେତ୍ରୁ ମଣ୍ଡଳୀ , ଚାଷୀଭାଇ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ତେବେ ହାଟର ବିକାଶ ପାଇଁ ସମସ୍ତ ଚାଷୀଭାଇ, ଅଞ୍ଚଳବାସୀ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

0
0
0
s2sdefault