ଅଙ୍ଗନବାଡି ନାହିଁ : ବାରଣ୍ଡାରେ ଚାଲିଛି ପାଠ ପଢ଼ା, ପିଲାଙ୍କ ଭବିଷ୍ୟତ ସହ ଖେଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ : ଗୋଷ୍ଠୀକେନ୍ଦ୍ର ବାରଣ୍ଡାରେ ଦେଶର ଭବିଷ୍ୟତ। ଦୀପତଳ ଅନ୍ଧାର ଭଳି ଗୁଗୁରୁପାଙ୍ଗାରୋ ଗୋଷ୍ଠୀକେନ୍ଦ୍ର ବାହାରେ ଦୟନୀୟ ଅବସ୍ଥାରେ ଜୀବନର ଶିକ୍ଷା ଆରମ୍ଭ କରୁଛନ୍ତି କୋମଳମତି ଶିଶୁମାନେ। ଦୀର୍ଘ ଦିନଧରି ଆ ଘର ତା ପିଣ୍ଡା ହେବାପରେ ଏବେ ଗୋଷ୍ଠୀ କେନ୍ଦ୍ର ବାହାରେ ଖୋଲାମେଲା ରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର। ନିଜସ୍ୱ ବୋଲି ଏଠାରେ ଅଙ୍ଗନବାଡି କେନ୍ଦ୍ର ଟିଏ ନାହିଁ। ତେଣୁ ଖୋଲାମେଲାରେ ଏମାନଙ୍କ ଭବ୍ୟ ଅଙ୍ଗନବାଡି କେନ୍ଦ୍ର।ପ୍ରତିଦିନ ସକାଳେ ଏହି ଖୋଲା ପିଣ୍ଡା କୁ ଆସନ୍ତି ନିଷ୍ପପ ଶିଶୁମାନେ।ଦିଦି ଯାହା ନାଚ ଗୀତ ମାଧ୍ୟମରେ ପାଠ ପଢ଼ାନ୍ତି ପିଲାଏ ପଢ଼ନ୍ତି।ଆଉ ବାହାର ଘରେ ରନ୍ଧା ଯାଉଥିବା ଖାଦ୍ୟ ଖାଇଥାନ୍ତି।ଏପରି ପରିସ୍ଥିତି ଯୋଗୁ ପିଲାମାନଙ୍କ ଉପସ୍ଥାନ ବଢ଼ିପାରୁନାହିଁ।ରାମନଗୁଡା ବ୍ଲକ ଅନ୍ତର୍ଗତ ନିଲାମଗୁଡା ପଞ୍ଚାୟତ ଗୁଗୁରପାଙ୍ଗା ଗ୍ରାମର ଅଙ୍ଗନବାଡି କେନ୍ଦ୍ରର ଇଏ ହେଉଛି ବାସ୍ତବ ଚିତ୍ର।ଲକଡାଉନ ସମୟରେ ଏହି ଗୋଷ୍ଠୀକେନ୍ଦ୍ର ରେ ଠିକ ଚାଲିଥିଲା କିନ୍ତୁ ଅନଲକ ପରେ ସ୍ଥିତି ସଙ୍ଗିନ। ଏବେ ଗୋଷ୍ଠୀକେନ୍ଦ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ହେଉଥିବାହେତୁ ପାଠପଢ଼ା ମୁସ୍କିଲ। ଘର ନଥିବାରୁ ବାଧ୍ୟହଇ ଗୋଷ୍ଠୀକେନ୍ଦ୍ର ବାରଣ୍ଡାରେ ନଚେତ ଖୋଲା ଆକାଶ ତଳେ ଚାଲୁଛି ପାଠପଢ଼ା। ରୋଷେଇ ଘରଟିଏ ବି ନାହିଁ।ଅନ୍ୟ ଘରେ ରୋଷେଇ ହେଉଛି।ଏଭଳି ସ୍ଥିତିରେ ପିଲାଙ୍କ ଶୌଚାଳୟ କଥା ପଚାରେବା କିଏ। ସତେଯେମିତି ଏମାନେ ସରକାରଙ୍କ ସାବତ ପିଲା।ପିଲାମାନେ ବାରଣ୍ଡା ବାହାରେ ଏଣେ ତେଣେ ରହିବା ଯୋଗୁଁ ପିଲାମାନେ ବେଳେବେଳେ ଅସୁସ୍ଥ ମଧ୍ୟ ହୋଇପଡୁଛନ୍ତି। ତେବେ ବର୍ଷାହେଲେ ଅବସ୍ଥା ସାଂଘାତିକ ହେବ। ଘର ନଥିବାହେତୁ ପିଲାଙ୍କ ବାପ ମା ମାନେ ସେମାନଙ୍କ ପିଲାମାନଙ୍କୁ ଛାଡି ରହିପାରୁନାହାନ୍ତି। ପିଲା ଏଠାରେ ପାଠ ପଡିବା କିଛି ବ୍ୟବସ୍ଥା ନାହିଁ।କାରଣ ନା ଅଛି କାନ୍ଥ ଚିତ୍ର ନା ପିଲାମାନଙ୍କ ଶିକ୍ଷଣିୟ ଜିନିଷ।ଯାହାକୁ ଦେଖି ପିଲାମାନେ ଶିଖିପାରିବେ ।ପ୍ରତି ପିଲାଙ୍କ ପାଇଁ ଗୋଟାଏ ଗୋଟାଏ ଚେୟାର ଟେବୁଲ ଅଛି। କିନ୍ତୁ ଏପରି ଅବ୍ୟବସ୍ଥା ଭିତରେ ପଡିବା ଅଉପଯୋଗୀ ।ତେଣୁ ଛୁଆ ଅଙ୍ଗନବାଡି କେନ୍ଦ୍ରକୁ ଆସିଲେ ପିଲାଙ୍କୁ ଜଗି ରହନ୍ତି ଅଭିଭାବକମାନେ।

ଘରୋଇ ଅନୁଷ୍ଠାନରୁ ସରକାରୀ ସ୍କୁଲ ଗୁଡିକ ସବୁ କ୍ଷେତ୍ରରେ ପଛରେ ବୋଲି କୁହାଯାଉଛି।ସରକାରୀ ସ୍କୁଲ କଥାପଡ଼ିଲେ ଲୋକେ ନାକ ଟେକନ୍ତି । କହନ୍ତି ସରକାରି ବ୍ୟବସ୍ଥାରେ ବିକାଶ ସମ୍ଭବ ନୁହେଁ।ଏହି ଗୁରୁପାଙ୍ଗ ଗ୍ରାମର ସ୍ଥିତି ସମାନ ହଇଛି।ଏପରିକି ଗର୍ଭବତୀ ମହିଳାମାନେ ପୃଷ୍ଟିକର ଖାଦ୍ୟ ନେଵାଲାଗି ଏହି ବାରଣ୍ଡା ଆଗରେ ଖରା ହେଉ ଅବା ବର୍ଷା ଏଠି ଲମ୍ବା ଲାଇନ ଲଗାଇଥାନ୍ତି। ବାରମ୍ବାର ପ୍ରସାସନ ଏବଂ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଜଗ ହଇଛି। ତେବେ ଗୁଣୁପୁର ସବଡିଭିଜନ ପାଖରେ ଚାଲିଥିବା ଏପରି କଥା ପ୍ରଶାସନକୁ ଅଜଣା ନଥିବ । ସରକାରୀ ବଡ଼ ବଡ଼ିଆଙ୍କ ନଜରକୁ ଆସୁନାହିଁ ବୋଲି କହିବା ଭୁଲ ହେବ । ଏଭଳି ସ୍ଥିତିର ମୁଖ୍ୟ କାରଣ ପ୍ରଶାସନିକ ଉଦାସୀନତା ।ତେବେ ଉପାନ୍ତ ଗ୍ରାମଗୁଡିକର ଅଙ୍ଗନବାଡି ର ଅବସ୍ଥା କଣ ସହଜରେ ଅନୁମାନ ହେଉଛି। ତେବେ ଏନେଇ ଫୋନ ମାଧ୍ୟମରେ ରାମନଗୁଡା ବିଡ଼ିଓଙ୍କୁ ଯୋଗାଯୋଗ କରିଥିଲୁ । ସେକହିଲେ "ମୁଁ ଜାଣିନାହିଁ ,ସିଡିପିଓଙ୍କୁ ପଚାରିବୁଝନ୍ତୁ" । ସିଡିପିଓ ଙ୍କୁ ପଚାରିବୁଝିବାରୁ ସେ କହିଥିଲେ ଯେ ଏହି ଅଙ୍ଗନବାଡି କେନ୍ଦ୍ର ନିମନ୍ତେ ସାଙ୍କସନ ହୋଇଛି ଯଥାଶୀଘ୍ର ଆରମ୍ଭ ହେବ ବୋଲି କହିଥିଲେ। ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ବା ସରକାର ଦୃଷ୍ଟିଦେଇ ପିଲାଙ୍କ ସହ ନଖେଳି ଏହି କାମଟି କରୁଛନ୍ତି।

 

0
0
0
s2sdefault